କାହିଁକି Akshay Kumar ଓ Twinkle ଙ୍କର ବାହାଘର ଭାଙ୍ଗିବାକୁ ଚାହୁଁଥିଲେ Priyanka Chopra ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆପଣମାନେ ବଲିଉଡ ର ଖିଲାଡି ଅକ୍ଷୟ କୁମାର ଙ୍କୁ ତ ନିହାତି ଜାଣିଥିବେ । ସେ ବର୍ଷ ରେ ସବୁଠାରୁ ଅଧିକ ଫିଲ୍ମ କରିଥାନ୍ତି ଏବଂ ନିଜର ଫିଟନେସ ପାଇଁ ସେ ବେଶି ଚର୍ଚ୍ଚା ରେ ଥାନ୍ତି । ଏହାଛଡା ସେ ନିଜର ପ୍ରେମ ସମ୍ପର୍କ ପାଇଁ ମଧ୍ୟ ବହୁତ ଚର୍ଚ୍ଚା ରେ ଥିଲେ । ସେ ନିଜ ବିବାହ ପୂର୍ବରୁ ବହୁତ ଜଣ ଙ୍କ ସହିତ ସମ୍ପର୍କ ରଖିଥିଲେ । ଶୁଣିବାକୁ ମିଳେ ଯେ ସେ ବିବାହ ପରେ ମଧ୍ୟ କିଛି ଅଭିନେତ୍ରୀ ଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ତେବେ ଆଜି ଆମେ ତାଙ୍କ ଜୀବନ ରେ ଘଟିଥିବା ଏକ ଘଟଣା ସମ୍ପର୍କରେ ଆଲୋଚନା କରିବା ।

ବନ୍ଧୁଗଣ ଭଗବାନ ସମସ୍ତଙ୍କ ପାଇଁ ଜୀବନସାଥୀ ତିଆରି କରିଥାନ୍ତି । କାହା ସହିତ କାହାର ମିଳନ ଘଟିବ ତାହା ମଧ୍ୟ ଭଗବାନ ନିର୍ଧାରଣ କରିଥାନ୍ତି । ତେବେ ଆମେ ଯଦି ଅକ୍ଷୟ କୁମାର ଙ୍କ କଥା କହିବା ତ ସେ ଅନେକ ଅଭିନେତ୍ରୀ ଙ୍କ ସହିତ ସମ୍ପର୍କ ରଖିଥିଲେ କିନ୍ତୁ ଶେଷରେ ଟ୍ଵିଙ୍କଲ ଙ୍କୁ ବିବାହ କରିଥିଲେ ।

କିନ୍ତୁ ଏହା ପୂର୍ବରୁ ଅକ୍ଷୟ ଙ୍କ ର ପ୍ରିୟଙ୍କା ଚୋପ୍ରା ଙ୍କ ସହିତ ପ୍ରେମ ସମ୍ପର୍କ ଥିଲା ଓ ଏହା ବହୁତ ଆଗକୁ ମଧ୍ୟ ବଢିଯାଇଥିଲା । ଏମିତି ଏକ ସମୟ ଆସିଥିଲା କି ସେ ଅକ୍ଷୟ ଙ୍କ ର ବିବାହ ମଧ୍ୟ ଭାଙ୍ଗିବାକୁ ଚାହିଁଥିଲେ । ପ୍ରିୟଙ୍କା ଅକ୍ଷୟ ଙ୍କୁ ବହୁତ ଭଲ ପାଉଥିଲେ ଏବଂ ବିବାହ କରିବାକୁ ମଧ୍ୟ ସ୍ବପ୍ନ ଦେଖିଥିଲେ କିନ୍ତୁ ତାଙ୍କ ସ୍ବପ୍ନ ସ୍ୱପ୍ନରେ ହିଁ ରହିଯାଇଥିଲା । ଏମାନଙ୍କର ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଦୁଇ ଜଣ କିଛି ଫିଲ୍ମ ମିଶିକି କରିଥିଲେ । ପ୍ରିୟଙ୍କା ନିଜର ପ୍ରଥମ ଫିଲ୍ମ “ଅନ୍ଦାଜ” ଅକ୍ଷୟ ଙ୍କ ସହିତ କରିଥିଲେ । ସେହି ସମୟରୁ ଦୁଇଜଣ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ । ପ୍ରିୟଙ୍କା ଙ୍କୁ ବଲିଉଡରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ଅକ୍ଷୟ ତାଙ୍କ ସାଥ ଦେଇଥିଲେ ।

ଏହାପରେ ତାଙ୍କର ଆଉ ଗୋଟେ ଫିଲ୍ମ ମଧ୍ୟ ଆସିଥିଲା । ଯାହାର ନାମ ଥିଲା “ଏତରାଜ” । ଏହା ବକ୍ସ ଅଫିସରେ ବହୁତ ସଫଳତା ଲାଭ କରିଥିଲା । ଏହା ପରେ ତାଙ୍କୁ ଅନେକ ଫିଲ୍ମ ମିଳିଲା ଓ ନିଜ ଭିତରେ ଥିବା ସମ୍ପର୍କ ଆହୁରି ଘନିଷ୍ଠ ହେବାକୁ ଲାଗିଲା । ଏହିପରି ଭାବ ରେ ଦୁଇ ଜଣ ଙ୍କ ମଧ୍ୟରେ ଅସରନ୍ତି ପ୍ରେମ ଥିଲା ।

ଏହାପରେ ଦୁଇଜଣଙ୍କ ଭିତରେ ଥିବା ସମ୍ପର୍କ ବଢି ବଢି ଶେଷ ରେ ଟ୍ଵିଙ୍କଲ ଙ୍କ କାନ ରେ ପଡ଼ିଥିଲା । ସେ ଏହି ସମୟରେ ଦୁବାଇ ରେ ଥିଲେ ଏବଂ ଖବର ଶୁଣିବା ମାତ୍ରେ ଗୋଆ ରେ ପହଞ୍ଚିଥିଲେ । ଏହାପରେ ସେ ଅକ୍ଷୟ ଙ୍କ ସହିତ କଥା ହୋଇଥିଲେ କିନ୍ତୁ ସେ ଅକ୍ଷୟ ଙ୍କୁ ତାଙ୍କ କଥା କିଛି ବୁଝା ପଡୁନି ଭାବି ସେ ପ୍ରିୟଙ୍କା ଙ୍କୁ ଦେଖା କରିବାକୁ ତାଙ୍କ ଫିଲ୍ମ “ୱକ୍ତ”ର ସେଟ ରେ ପହଁଚି ଥିଲେ ଏବଂ ଟ୍ଵିଙ୍କଲ ପ୍ରିୟଙ୍କା ଙ୍କୁ ମଆରିବାକୁ ମଧ୍ୟ କହିଥିଲେ । ଏହା ପରେ ସେ ଅକ୍ଷୟ ଙ୍କ ସହିତ ଭଲ ଭାବ ରେ ବୁଝାମଣା କରିଥିଲେ ।

ଅକ୍ଷୟ ମଧ୍ୟ ଏବେ ପ୍ରିୟଙ୍କା ଙ୍କ ସହିତ ସବୁ ସମ୍ପର୍କ କାଟିବା ପାଇଁ ରାଜି ହୋଇଯାଇଥିଲେ କିନ୍ତୁ ପ୍ରିୟଙ୍କା ଅକ୍ଷୟ ଙ୍କୁ ଭୁଲିପାରିନଥିଲେ । ଏହା ପରେ ଟ୍ଵିଙ୍କଲ ନିଜ ମା’ ଡ଼ିମ୍ପଲ ଙ୍କୁ କହିଥିଲେ । ସେ କିନ୍ତୁ ସବୁ ଠିକ କରିଦେଇଥିଲେ । ସେ ପ୍ରିୟଙ୍କା ଙ୍କ ମ୍ୟାନେଜର କୁ ଫୋନ କରି କହିଥିଲେ ଯେ ଯଦି ସେ ଅକ୍ଷୟ ଙ୍କୁ ନ ଭୁଲନ୍ତି ତେବେ ସେ ତାଙ୍କ କ୍ୟାରିଅର ବର୍ବାଦ କରିଦେବେ । ଏହି ସବୁ ଘଟଣା ପରେ ଅକ୍ଷୟ ପ୍ରିୟଙ୍କା ଙ୍କୁ ଭୁଲି ନିଜ ପରିବାର ସହିତ ରହିବାର ନିଷ୍ପତ୍ତି ନେଇଥିଲେ ଏବଂ ବିନା କିଛି ଅଶାନ୍ତି ରେ ମାମଲା କୁ ସବୁଦିନ ପାଇଁ ବନ୍ଦ କରିଦେଇଥିଲେ । ବନ୍ଧୁଗଣ ପ୍ରିୟଙ୍କା ଓ ଅକ୍ଷୟ ଙ୍କ ବିଷୟରେ ଏବେ ମଧ୍ୟ ଚର୍ଚ୍ଚା କରାଯାଇଥାଏ କିନ୍ତୁ ସେମାନେ ଏ ବିଷୟରେ ମୁହଁ ଖୋଲିବାକୁ ପସନ୍ଦ କରିନଥାନ୍ତି ।

ତେବେ ବନ୍ଧୁଗଣ ଦିନ ଥିଲା ଯେବେ ପ୍ରିୟଙ୍କା ମଧ୍ୟ ଅକ୍ଷୟ ଙ୍କୁ ବିବାହକରିବା ପାଇଁ ଜିଦ ଧରି ବସିଥିଲେ ଏବଂ ଅକ୍ଷୟ ଓ ଟ୍ଵିଙ୍କଲ ଙ୍କ ବିବାହ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସଫଳ ହୋଇପାରିନଥିଲେ । ବର୍ତ୍ତମାନ ସମୟରେ ଦୁଇ ଜଣ ସେ ସବୁ ବିଷୟରେ କିଛି କହିବାକୁ ପସନ୍ଦ କରୁନାହାନ୍ତି ଏବଂ ପ୍ରିୟଙ୍କା ମଧ୍ୟ ବର୍ତ୍ତମାନ ବିବାହିତ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।