୨୦୨୦ ରେ ମାତା-ପିତା ହେଲେ Bollywood ଓ TV ଇଣ୍ଡଷ୍ଟ୍ରି ର ଏହି 8 ଟି ଷ୍ଟାର କପଲ, ନମ୍ବର ୮ ତ ବିବାହ ପୂର୍ବରୁ ହିଁ ହୋଇ ସାରିଥିଲେ ପ୍ରେଗନେଣ୍ଟ

୨୦୨୦ ପ୍ରାୟତଃ ସମସ୍ତଙ୍କ ପାଇଁ ଖରାପ ରହିଥିଲା । ଏହି ବର୍ଷ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଯାଇଥିଲା କିନ୍ତୁ ଏହି ବର୍ଷରେ ଏମିତି କିଛି ସେଲିବ୍ରେଟି ବି ଅଛନ୍ତି ଯେଉଁମାନଙ୍କ ଘରକୁ ଏହି ବର୍ଷ ଖୁସି ମଧ୍ୟ ଆସିଛି । ଅର୍ଥାତ ଏମାନେ ଏହି ବର୍ଷ ମାତା ପିତା ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ବଲୀଉଡ ଓ ଟିଭି ଇଣ୍ଡଷ୍ଟ୍ରିର ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ।

କରଣବୀର ବୋହରା ଓ ଟୀଜେ ସିଦ୍ଧୂ

ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ସୁନ୍ଦର ଯୋଡି କରଣବୀର ବୋହରା ଓ ଟୀଜେ ସିଦ୍ଧୂ କିଛି ଦିନ ତଳେ ହିଁ ତୃତୀୟ ସନ୍ତାନର ମାତା ପିତା ହୋଇଛନ୍ତି । ୨୦ ଡିସେମ୍ବର ୨୦୨୦ରେ କରଣବୀର ବୋହରାଙ୍କ ପତ୍ନୀ ଟୀଜେ ସିଦ୍ଧୂ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏହା ପୂର୍ବରୁ ଏହି ଦମ୍ପତ୍ତି ଦୁଇଟି ଜୁଡୁୱା କନ୍ୟାର ମାତା ପିତା ହୋଇସାରିଛନ୍ତି ।

ଅନସ ରାଶିଦ ଓ ହୀନ ଇକବାଳ

ଦିୟା ଓ ବାତି ହମର ସୁରଜ ଅନସ ରାଶିଦ ବର୍ତ୍ତମାନ ହିଁ କିଛି ଦିନ ତଳେ ଦ୍ଵିତୀୟ ସନ୍ତାନର ପିତା ହୋଇଛନ୍ତି । ଅନସଙ୍କ ପତ୍ନୀ ହୀନା ଇକବାଳ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହା ପୂର୍ବରୁ ଅନସ ରାଶିଦ ଓ ହୀନାଙ୍କ ଘରେ ଗୋଟିଏ ଶିଶୁ କନ୍ୟା ଜନ୍ମ ନେଇ ସାରିଛି ।

ଆକାଶ ଅମ୍ବାନୀ ଓ ଶ୍ଳୋକା ମେହେତା

ଦେଶର ସବୁଠୁ ଧନୀ ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଓ ବୋହୁ ଶ୍ଳୋକା ମେହେତାଙ୍କ ଘରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇଛି । ୧୦ ଡିସେମ୍ବରକୁ ମୁକେଶ ଅମ୍ବାନୀଙ୍କ ପୁଅ ଶ୍ଳୋକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

ସପନା ଚୌଧରୀ ଓ ବୀର ସାହୁ

ହରିୟାନାର ପ୍ରସିଦ୍ଧ ଡାନ୍ସର ସପନା ଚୌଧରୀ ଏହି ବର୍ଷ ଅକ୍ଟୋବର ନିଜର ପ୍ରଥମ ସନ୍ତାନକୁ ସ୍ଵାଗତ କରିଛନ୍ତି । ସପନା ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । କହିଦେଉଛୁ କି ସପନା ଚୌଧାରୀ ଜାନୁଆରୀ ୨୦୨୦ରେ ବୀର ସାହୁକୁ ବିବାହ କରିଥିଲେ ।

ଅଫତାବ ଶିବଦଶାନୀ ଓ ନିନ ଦୁସାଞ୍ଜ

ବଲୀଉଡର ଅଭିନେତା ଅଫତାବ ଶିବଦଶାନୀ ଓ ତାଙ୍କର ପତ୍ନୀ ନିନ ଦୁସାଞ୍ଜ ବି ଏହି ବର୍ଷ ଅଗଷ୍ଟରେ ଗୋଟିଏ ଶିଶୁ କନ୍ୟାର ମାତା ପିତା ହୋଇଛନ୍ତି ।

ଅମ୍ରିତା ରାଓ ଓ ଆରଜେ ଅନମୋଲ

ଅମ୍ରିତା ରାଓ ଓ ଆରଜେ ଅନମୋଲଙ୍କ ବିବାହର ୪ ବର୍ଷ ପରେ ଦୁଇ ଜଣ ଏହି ବର୍ଷ ମାତା ପିତା ହୋଇଛନ୍ତି । ୧ ନଭେମ୍ବରକୁ ଅମୃତା ରାଓ ନିଜର ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।

ଶିଲ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରା

ଶିଲ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରା ବୀ ୨୦୨୦ର ଫେବ୍ରୁୟାରୀ ଗୋଟିଏ ଝିଅକୁ ଜନ୍ମ ଦେଇଛନ୍ତି । ଶିଲ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରା ସରୋଗେସୀ ଜରିଆରେ ଦ୍ଵିତୀୟ ସନ୍ତାନର ମାତା ପିତା ହୋଇଛନ୍ତି ।

ନତାସା ଓ ହାର୍ଦିକ ପାଣ୍ଡ୍ୟା

କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାସା ୧ ଜାନୁୟାରୀ ୨୦୨୦ରେ ଦୁବାଇରେ ନିର୍ବନ୍ଧ କରିଥିଲେ । ଏହା ପରେ ଲକଡାଉନ ମଧ୍ୟରେ ହିଁ ନତାସା ଗୋଟିଏ ପୁଅକୁ ଜନ୍ମ ଦେଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।