ସରଳ ହେବେ ତ ଧୋକା ଖାଇବେ, ସଫଳ ହେବାକୁ ଚାହାଁନ୍ତି ତ ଖରାପ ମଣିଷ ହୁଅନ୍ତୁ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ବହୁତ ପୂର୍ବରୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ ଯାହା ହେଉଛି ଆମ ମନୁଷ୍ୟ ମାନଙ୍କୁ ସମସ୍ତଙ୍କୁ ଖୁସି ରଖିବାର ପ୍ରଚେଷ୍ଟା କରିବା ଉଚିତ୍ ନୁହେଁ । ଆଜ୍ଞା ହଁ ସମସ୍ତଙ୍କୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରିବା ଆଦୌ ଉଚିତ୍ ନୁହେଁ । କାରଣ ଆମେ ଯେତେବେଳେ ସମସ୍ତଙ୍କୁ ଖୁସି ରଖିବାକୁ ପ୍ରୟାସ କରିଥାଉ ତେବେ କାହାକୁ ମଧ୍ୟ ଖୁସି କରି ପାରି ନ ଥାଉ । ପ୍ରତିବଦଳରେ ଆମେ ନିଜକୁ ହିଁ ଦୁଃଖୀ କରି ଦେଇ ଥାଉ । ଏହା ଆପଣ କେବେ ମଧ୍ୟ ନିଶ୍ଚୟ ଅନୁଭବ କରିଥିବେ । କିନ୍ତୁ ଜାଣିଛନ୍ତି କି ଏହାର କାରଣ କଣ ଅଟେ । ତେବେ ଚାଲନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟ ଏହି ସମ୍ବନ୍ଧରେ କଣ କହିଛନ୍ତି ।

୧ – ପ୍ରଥମ କାରଣ ହେଉଛି ଯେତେବେଳେ ଆପଣ ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି ଆପଣ ଲୋକଙ୍କୁ କମ୍ ଆକର୍ଷଣ କରନ୍ତି ଓ କମ୍ ସମ୍ମାନ ପାଆନ୍ତି । କାରଣ ଯେତେବେଳେ ଆପଣ ଲୋକଙ୍କୁ ଆବଶ୍ୟକତା ଠୁ ଅଧିକ ଗୁରୁତ୍ବ ଓ ଧ୍ୟାନ ଦିଅନ୍ତି ଲୋକ ଆପଣଙ୍କୁ ସେତେ କମ୍ ଗୁରୁତ୍ବ ଦିଅନ୍ତି । ସେଥିପାଇଁ କେବେ ମଧ୍ୟ ଅନ୍ୟକୁ ଦରକାର ଠୁ ଅଧିକ ଗୁରୁତ୍ଵ ଦିଅନ୍ତୁ ନାହିଁ ।

ଏହି କଥା ଆପଣଙ୍କୁ ବୁଝିବା ଦରକାର କି ଯାହାର ଯେତିକି ଆବଶ୍ୟକ ସେତିକି ଗୁରୁତ୍ବ ଦିଅନ୍ତୁ । ନଚେତ୍ ଆପଣ ନିଜେ ଦୁଃଖୀ ରହିବେ । ଆପଣ ଅନ୍ୟକୁ ଯେତେ କମ୍ ଆକର୍ଷଣ କରିବାକୁ ଚେଷ୍ଟା କରିବେ ସେ ଆପଣଙ୍କ ପ୍ରତି ସେତେ ଅଧିକ ଆକର୍ଷଣ ହେବ ।

୨ – ଦ୍ଵିତୀୟ କାରଣ ହେଉଛି ଅନ୍ୟକୁ ଅଧିକ ଗୁରୁତ୍ବ ଦେବା ଚେଷ୍ଟାରେ ଆପଣ କେଉଁଠି ନା କେଉଁଠି ନିଜକୁ କମ୍ ପ୍ରେମ କରନ୍ତି । ଅନ୍ୟକୁ ଅଧିକ ପ୍ରେମ କରିବାକୁ ଚେଷ୍ଟାରେ ସବୁ ପ୍ରେମ ଅନ୍ୟ ଉପରେ ହିଁ ଢ଼ାଳି ଦେବେ ନିଜ ପାଇଁ କିଛି ମଧ୍ୟ ବଳକା ରହିବ ନାହିଁ । ସରଳ ଭାଷାରେ କହିଲେ ଆପଣ ଯେତେବେଳେ ସମସ୍ତଙ୍କୁ ଖୁସି ରଖିବାକୁ ଚେଷ୍ଟା କରି ସମସ୍ତଙ୍କୁ ସମୟ ଦେବାକୁ ଲାଗିବେ ତେବେ ନିଜ ପାଇଁ କିଛି ସମୟ ବଞ୍ଚିବ ନାହିଁ ।

ସମୟ ହେଉ ବା ପ୍ରେମ ବା ଇଜ୍ଜତ ଯାହା ବି ଆପଣ ଅନ୍ୟ ମାନଙ୍କୁ ଦେବାକୁ ଚେଷ୍ଟା କରିବେ ଆପଣଙ୍କ ପାଖେ ତାହା ସେତେ କମ୍ ହୋଇଯିବ । ସବୁବେଳେ ଲୋକଙ୍କୁ ଦରକାର ଅନୁଯାୟୀ ସମୟ ଓ ଇଜ୍ଜତ ଦିଅନ୍ତୁ । ଆବଶ୍ୟକତା ଠୁ ଅଧିକ ଦେଲେ ପ୍ରତିବଦଳରେ ଆପଣ ସେତିକି ସମୟ, ପ୍ରେମ ଓ ଇଜ୍ଜତ ନ ପାଇ ନିରାଶ ହେବେ ।

୩ – ଆପଣ କାହିଁକି ସବୁବେଳେ ଅନ୍ୟକୁ ଖୁସି ରଖିବାର ଚେଷ୍ଟା ନ କରିବା ଉଚିତ୍ ର ତୃତୀୟ କାରଣ ହେଉଛି ଆପଣ ନିଜକୁ ନିଃସଙ୍ଗ କରି ଦେବେ ଓ ନିଜ ଲକ୍ଷ୍ୟ ପ୍ରତି ଧ୍ୟାନ ଦେଇ ପାରିବେ ନାହିଁ ଯାହା ଆପଣଙ୍କୁ ଜୀବନରେ ଖୁବ୍ ସଫଳ ଦେଇ ପାରି ଥାଆନ୍ତା । ଆପଣଙ୍କ ଜୀବନ ପ୍ରତି ଆପଣଙ୍କ ଲକ୍ଷ୍ୟ ବା ଯୋଜନା ଯାହା ବି ରଖିଛନ୍ତି ତାକୁ ଅନୁସରଣ କରିବା ସମୟ ଦେବା ଜରୁରୀ ଅଟେ । ମନୁଷ୍ୟକୁ କେଉଁ ବିଷୟ ଅଧିକ ମିଳିଲେ ସେ କେବେ ତାର ମୂଲ୍ୟ ବୁଝି ପାରେ ନାହିଁ ।

ସେହିପରି ଆପଣ ଅଧିକ କାହା ପ୍ରତି ଧ୍ୟାନ ଦେଲେ ଓ ସମୟ ଦେଲେ ସେ କେବେ ଆପଣଙ୍କୁ ବୁଝିବ ନାହିଁ । ଓଲଟା ଆପଣ ନିଜେ ଦୁଃଖ ପାଇବେ । ଯିଏ ଆପଣଙ୍କୁ ଯାହା ଭାବନ୍ତି ବା ବୁଝନ୍ତି ତାଙ୍କୁ ତାହା ବୁଝିବାକୁ ଦିଅନ୍ତୁ । ଲୋକଙ୍କ ଆଗରେ ସବୁବେଳେ ଭଲ ହେବାକୁ ଚେଷ୍ଟା କରନ୍ତୁ ନାହିଁ । ଲୋକଙ୍କ ଆଗରେ ଯେତେ ଖରାପ ହେବେ ସେତେ ନିଜ ପ୍ରତି ଧ୍ୟାନ ଦେଇ ପାରିବେ ଓ ଜୀବନରେ ଆଗକୁ ବଢ଼ି ପାରିବେ ।