ମଙ୍ଗଳସୂତ୍ରକୁ ନେଇ ଏହି ସବୁ ବିଶେଷ କଥା ଜାଣି ନଥିବେ ଆପଣ

ଆଜିକାଲି ନୁହେଁ କେଉଁ କେଉଁ ଯୁଗରୁ ଅନେକ ପ୍ରକାରର ପରମ୍ପରା ଆମେ ମନେ ମାନିଆସିଆଛୁ । ଏହି ମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳସୂତ୍ର । ହିନ୍ଦୁ ଶାସ୍ତ୍ର ରେ ମଙ୍ଗଳସୂତ୍ର କୁ ବହୁତ ଗୁରୁତ୍ବ ଦିଆଯାଇଛି । ବିବାହିତା ମହିଳା ମାନଙ୍କୁ ସଧବାର ପରିଚୟ ଦେଇଥାଏ ଏହି ମଙ୍ଗଳସୂତ୍ର । ବିନା ମଙ୍ଗଳସୂତ୍ର ରେ କୌଣସି ବିବାହ ବର୍ଜିତ ଅଟେ । ଏହି ମଙ୍ଗଳସୂତ୍ର ର ଅନେକ ପ୍ରକାରର ମହତ୍ୱ ମଧ୍ୟ ରହିଛି ।

କିନ୍ତୁ ଆମେ ଓଡ଼ିଶାରେ ଅନେକ ଜିଲ୍ଲାରେ ମଙ୍ଗଳସୂତ୍ର ର ବ୍ୟବହାର କରାଯାଏ ନାହିଁ । କାରଣ ଏହି ଜିଲ୍ଲା ମାନଙ୍କରେ ଅନେକ ପ୍ରକାରର କଥା ମାନ ରହିଛି । ଯେଉଁ କାରଣରୁ ଏହି ଜିଲ୍ଲା ମାନଙ୍କରେ ମଙ୍ଗଳସୂତ୍ର ର ବ୍ୟବହାର କରାଯାଏ ନାହିଁ । କିନ୍ତୁ ସେହି ଜିଲ୍ଲା ମାନଙ୍କରେ ଆଜିକାଲି ମଙ୍ଗଳସୂତ୍ର ର ବ୍ୟବହାର ମଧ୍ୟ ଦେଖା ଗଲାଣି । ହିନ୍ଦୁ ଶାସ୍ତ୍ର ଅନୁସାରେ ସମସ୍ତ ବିବାହିତ ନାରୀ ମନେ ମଙ୍ଗଳସୂତ୍ର ବ୍ୟବହାର କରିବା ଉଚିତ । ତେବେ ଚାଲନ୍ତୁ ଜାଣିବା ।

କୌଣସି ବିବାହିତା ନାରୀ କାହାରି ମଙ୍ଗଳସୂତ୍ର ମାଗି ଆଣି ପିନ୍ଧିବା ବହୁତ ଅଶୁଭ ହୋଇଥାଏ । ନିଜର ମଙ୍ଗଳସୂତ୍ର ମଧ୍ୟ କାହାକୁ ଖୋଲିକି ଦେବା ଭଲ ନୁହେଁ । ସେ ଯେତେ ଚିହ୍ନା ପରିଚୟ ହୋଇଥାନ୍ତୁ ନା କାହିଁକି । ଏମିତି କରିବା ଦ୍ୱାରା ସ୍ୱାମୀର ଆୟୁଷ କମ ହୋଇଥାଏ ।

ଏକ ବିବାହିତା ମହିଳା ପାଇଁ ଶଙ୍ଖା, ସିନ୍ଦୂର, ପଉଁଚି, ଝୁଣ୍ଟିଆ ଇତ୍ୟାଦି ଯେତିକି ମହତ୍ୱପୂର୍ଣ୍ଣ ହୋଇଥାଏ ତାଠାରୁ ଢେର ଅଧିକ ମହତ୍ୱପୂର୍ଣ୍ଣ ମଙ୍ଗଳସୂତ୍ର ହୋଇଥାଏ । ଏହା ସ୍ୱାମୀର ଅସ୍ତିତ୍ବ ର ପରିଚୟ ଦେଇଥାଏ । ନିଜ ସ୍ୱାମୀର ଲମ୍ବା ଆୟୁଷ ପାଇଁ ସଧବା ମାନେ ମଙ୍ଗଳସୂତ୍ର ଗଳାରେ ଧାରଣ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ଗଳା ରେ ମଙ୍ଗଳସୂତ୍ର ପିନ୍ଧିବା ଦ୍ଵାରା ଆପଣଙ୍କ ଯୋଡିକୁ କାହାର ନଜର ଲାଗିନଥାଏ । ମଙ୍ଗଳସୂତ୍ର ନଜର ଦୋଷକୁ ଦୂର କରିଥାଏ । ଏବଂ ସ୍ବାମୀ ଙ୍କ ପ୍ରେମ ଆପଣଙ୍କ ପାଇଁ ବଢ଼ିଥାଏ । ମଙ୍ଗଳସୂତ୍ର ର ମାଳି ମାନ କଳା ମାଳି ଏବଂ ସୁନାର ସହିତ ହୋଇଥାଏ କାରଣ କଳା ରଙ୍ଗ କାହାରି ଖରାପ ନଜର ପକାଇବାକୁ ଦେଇନଥାଏ ।

ମଙ୍ଗଳସୂତ୍ର ଗଳାରୁ କାଢ଼ିବା ବର୍ଜନୀୟ ଅଟେ । ବିବାହ ସମୟରେ ସ୍ବାମୀ ଯେଉଁ ମଙ୍ଗଳସୂତ୍ର ପିନ୍ଧାଇ ଥାଏ ତାହାକୁ କୌଣସି ପରିସ୍ଥିତି ରେ ଖୋଲିବା ବର୍ଜିତ ଅଟେ । ଏମିତି କରିବା ଦ୍ୱାରା ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ଦୂରତା ବଢ଼ିଥାଏ ଏବଂ ବୈବାହିକ ଜୀବନରେ କଳହ ଦେଖିବାକୁ ମିଳିଥାଏ ।

ଯେଉଁ ସ୍ତ୍ରୀ ନିଜ ସ୍ବାମୀ ନାରେ ମଙ୍ଗଳସୂତ୍ର ପିନ୍ଧିଥାଏ ସେହି ଦମ୍ପତି ଜୀବନରେ ସବୁବେଳେ ପ୍ରେମ ଭରିରହିଥାଏ । ସମ୍ପର୍କରେ ସ୍ନେହ, ଶ୍ରଦ୍ଧା ରହିଥାଏ । ମଙ୍ଗଳସୂତ୍ର ସୁନା ରହିବା ଦ୍ୱାରା ବୃହସ୍ପତି ଗ୍ରହର କୁପ୍ରଭାବରୁ ରକ୍ଷା କରିଥାଏ । ଏବଂ ବୈବାହିକ ଜୀବନ ସୁଖମୟ ରହିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।