ଏହି କାରଣରୁ ଜନ୍ମ ହୋଇଥାନ୍ତି ଯାଁଳା ଶିଶୁ, ଜାଣନ୍ତୁ କେମିତି ପାଇପାରିବେ ପ୍ରାକୃତିକ ଉପାୟରେ ଯାଁଳା ଶିଶୁ

ଘରେ ପିଲା ହେବାର ଖୁସି ଦୁଇ ଗୁଣ ହୋଇଯାଇଥାଏ ଯେତେବେଳେ ଜଣାପଡେ କି ଗୋଟିଏ ନୁହେଁ ଯାଁଳା ପିଲା ହେବାର ଅଛି । ଆଜିକାଲି ତ ମେଡିକାଲ ଟେଷ୍ଟ ଦ୍ଵାରା ଏହା ସହଜରେ ଜଣା ପଡୁଛି କି ଗର୍ଭରେ ଯାଁଳା ପିଲା ଅଛନ୍ତି । କିନ୍ତୁ ଏହି ଖୁସି ଭାଗ୍ୟଶାଳୀ ଲୋକଙ୍କୁ ହିଁ ମିଳିଥାଏ । ଏକ ଆକଳନ ଅନୁସାରେ ଦୁନିଆରେ ବହୁତ ମହିଳା ଅଛନ୍ତି, ଯାହାର ଯାଁଳା ପିଲା ହୋଇଛନ୍ତି ଓ ସଫଳ ବି ହୋଇଛନ୍ତି । ଏକ ଗଣନା ଅନୁସାରେ ଦୁଇ ହଜାର ମହିଳାରେ ଗୋଟିଏ ମହିଳାକୁ ଯାଁଳା ପିଲା ମିଳିଥାଏ, ଯାହାଙ୍କର ଚାଲି,ଗଠନ, ଚେହେରା, ଅଭ୍ୟାସ ସବୁ ଏକା ପରି ଅଟେ ।

କିନ୍ତୁ କିଛି ଯାଁଳା ପିଲା ଏମିତି ବି ଥାଆନ୍ତି ଯାହାର ଚେହେରା ଅଲଗା ହୋଇଥାଏ । ଦୁଇ ଜଣ ଯାଁଳା ବୋଲି ଚିହ୍ନିବା ମୁସ୍କିଲ ହୋଇଥାଏ ।

କିପରି ଯାଁଳା ପିଲା ହେବାର ସମ୍ଭାବନାକୁ ବଢାଇବେ

ନିଜର ବର୍ତ୍ତମାନ ସମ୍ଭାବନା କୁ ବୁଝନ୍ତୁ

ମହିଳାଙ୍କର ଯାଁଳା ପିଲା ହେବାର ସମ୍ଭାବନା କେବଳ ହାରାହାରି 3 % ଥାଏ । ଆପଣ ଏହା ଉପରେ ନ ଯାଇ ଯଦି ତଳେ ଦିଆ ଯାଇଥିବା ସଙ୍କେତ ମଧ୍ୟରୁ ଯଦି କୌଣସି ଆପଣଙ୍କ ଉପରେ ଲାଗୁ ହେଉଥାଏ, ତେବେ ଆପଣଙ୍କର ସମ୍ଭାବନା ବଢି ଯାଇଥାଏ ।

ଯଦି ଆପଣ କମ ବୟସର, କମ ଓଜନର ଅଟନ୍ତି, ଓ ପରିବାରରେ କୌଣସି ଯାଁଳା ପିଲା ନାହାଁନ୍ତି, ତେବେ ଯାଁଳା ପିଲା ହେବାର ସମ୍ଭାବନା ବହୁତ କମ ଥାଏ ।

ଲମ୍ବା ବା ଭଲ ଭାବେ ପୋଷିତ ହେବା ବା ଅଧିକ ଓଜନର ସ୍ତ୍ରୀ ଲୋକଙ୍କର ଯାଁଳା ପିଲା ହେବାର ସମ୍ଭାବନା ବଢାଇଥାଏ ।

ପରିବାରରେ ଯାଁଳା ପିଲା ଥିବା, ବିଶେଷ ଭାବରେ ମା’ ଙ୍କ ପକ୍ଷରୁ ବା ଯଦି ଆପଣ ପୂର୍ବରୁ ହିଁ ଯାଁଳା ଅଟନ୍ତି , ତେବେ ଆପଣଙ୍କର ସମ୍ଭାବନା 4 ଗୁଣ ବଢି ଯାଇଥାଏ ।

ହିସ୍ପେନିକ ଓ ଏସିୟାର ଲୋକଙ୍କର ଯାଁଳା ପିଲା ହେବାର ବହୁତ କମ ସମ୍ଭାବନା ଥାଏ ।

 

ଯାଁଳା ଶିଶୁ ହେବାର କାରଣ ଖାଦ୍ୟପେୟ ବି ହୋଇଥାଏ ଯାହାର ସିଧା ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ଅଧିକ ଗରିଷ୍ଟ ଓ ହେଲଦି ଫୁଡ ଖାଇବା ଦ୍ଵାରା ମହିଳାଙ୍କ ଓଜନ ବଢିଥାଏ ଯାହା ଦ୍ଵାରା ଯାଁଳା ପିଲା ହେବାର ସମ୍ଭାବନା ବଢିଯାଇଥାଏ ।

4 ବା ଅଧିକ ଗର୍ଭ ଧାରଣ ପରେ ମହିଳାଙ୍କର ଯାଁଳା ପିଲା ହେବାର ସମ୍ଭାବନା ବଢିଥାଏ ।

ଅଧିକ ବୟସର ସ୍ତ୍ରୀ ଲୋକଙ୍କୁ ଗର୍ଭଧାରଣ ହେବାର ସମ୍ଭାବନା କମ ଥାଏ, କିନ୍ତୁ ଯଦି ସେ ଗର୍ଭବତୀ ହୁଅନ୍ତି, ତେବେ ତାଙ୍କର ଯାଁଳା ପିଲା ହେବାର ସମ୍ଭାବନା ଅଧିକ ଥାଏ ।

ଅବସରକୁ ବଢାଇବା ପାଇଁ ସହଜ ଉପାୟ

କମ ପୋଷିତ ମହିଳାମାନଙ୍କର ଯାଁଳା ପିଲା ହେବାର ସମ୍ଭାବନା କମ ହୋଇଥାଏ । ସବୁ ଭିଟାମିନ ଭଲ ଅଟେ କିନ୍ତୁ ଫୋଲିକ ଏସିଡ ଥିବା ଖାଦ୍ୟ ଅବସରକୁ ବଢାଇବାରେ ପ୍ରମାଣିତ ହୋଇଛି । ଆପଣ ଏହାକୁ କୌଣସି ବି ଫାର୍ମାସିରେ ପାଇ ପାରିବେ । ଫୋଲିକ ଏସିଡ କୁ ସବୁ ଗର୍ଭବତୀ ମହିଳାମାନଙ୍କ ପାଇଁ ଉପଯୋଗୀ ହୋଇଥାଏ । ଏହାକୁ ଆପଣ ଗୋଟିଏ ଦିନରେ 1000 ମି.ଗ୍ରା. ରୁ ଅଧିକ ନେବା କଥା ନୁହେଁ ।

ଗୋଟିଏ ଡାକ୍ତର ସାହାର୍ଯ୍ୟରେ ଟ୍ଵିନିଙ୍ଗ

କିଛି ଡାକ୍ତର ଯାଁଳା ପିଲା ହେବାରେ ସାହାର୍ଯ୍ୟ କରି ପାରନ୍ତି ଯେମିତିକି ଅକ୍ଟୋମୋମ ର ଡାକ୍ତର । ସେ ସେହି ସମୟରେ ସାହାର୍ଯ୍ୟ କରି ପାରିବେ ଯେତେବେଳେ ଚିକିଶ୍ଚା ଆବଶ୍ୟକତା ଜରୁରୀ ହୋଇଥାଏ । ଗୋଟିଏ ଡାକ୍ତର ଆପଣଙ୍କର ଯାଁଳା ଶିଶୁ କରିବାରେ ବହୁତ ଚିକିଶ୍ଚା କରିବାର କାରଣ ଅଛି ।

୧. ଯଦି ଆପଣ ଅଧିକ ବୟସର ଅଟନ୍ତି ତେବେ ଆପଣଙ୍କୁ ଯାଁଳା ଶିଶୁ କରିବା ପାଇଁ ଡାକ୍ତର ପରାମର୍ଶ ଦେଇ ପାରନ୍ତି ।

୨.ଯଦି ଆପଣ ଆଇବିଏଫରେ ଗତି କରୁଛନ୍ତି, ତେବେ ଆପଣ କିଛି ଅଧିକ ପଇସା ଖର୍ଚ୍ଚ କରୁଛନ୍ତି, କିଛି ଏଗ୍ସ ଦାଖଲ କରିବା ପ୍ରଭାବଶାଳୀ ହୋଇଥାଏ, କାରଣ ପ୍ରତ୍ୟେକ ଆଇବିଏଫ ଏଗକୁ ଦାଖଲ କରିବାରେ କମ ସମ୍ଭାବନା ଥାଏ । ତେବେ ସବୁଠୁ ଭଲ ହେବ ଗୋଟିଏ ଥରରେ ବହୁତ କିଛି ଏଗ୍ସ ପାଇଁ ଚେଷ୍ଟା କରନ୍ତୁ ।

୩. କ୍ଳୋମିଡ ନାମକ ଏକ ଓରାଲ ମେଡିସିନ ବିଷୟରେ ଡାକ୍ତର ସହିତ କଥା ହୁଅନ୍ତୁ। ଏହା ସାଧାରଣତଃ ସେହି ମହିଳା ମାନଙ୍କୁ ଦିଆ ଯାଇଥାଏ, ଯିଏ ଆବ୍ୟୁଲେଟ କରି ପାରନ୍ତି ନାହିଁ , କିନ୍ତୁ ଯେତେବେଳେ କୌଣସି କଷ୍ଟ ବିନା ଏହା ମହିଳାଙ୍କୁ ଦିଆ ଯାଇଥାଏ, ଏହା ମହିଳାମାନଙ୍କ ଉପରେ ନିର୍ଭର କରି ଯାଁଳା ଶିଶୁ ହେବାର ସମ୍ଭାବନା କୁ ୩୩% ରୁ ଅଧିକ କରିଥାଏ ।

ଚେତାବନି

ଯାଁଳା ଶିଶୁ କରିବାର ଆପଣଙ୍କର ଯୋଜନା ବିଷୟରେ ଡାକ୍ତର ସହିତ ପରାମର୍ଶ କରନ୍ତୁ । ସମସ୍ତେ ଅଲଗା ଅଟନ୍ତି ଓ ହୋଇପାରେ କି ଉପରେ ଦିଆଯାଇଥିବା ସୂଚନା ଆପଣଙ୍କ ଉପରେ ଲାଗୁ ହେଉ ନଥିବ ।

କେବେ ବି ଚିକିଶ୍ଚକଙ୍କ ପରାମର୍ଶ ବିନା ଔଷଧ ନିଅନ୍ତୁ ନାହିଁ ।

ବିଶେଷ କରି ଓଜନ ବଢାଇବା ବା କମାଇବା ଓ ନିଜ ଆହାର ବିଷୟରେ ଚିକିଶ୍ଚକଙ୍କ ପରାମର୍ଶ ନିଅନ୍ତୁ ।

ଆଇବିଏଫ ମହଙ୍ଗା ହୋଇଥାଏ ଓ ସବୁବେଳେ କାମ କରି ନଥାଏ ।

ଆପଣମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆହୁରି ଏହି ଭଳି ଟିପ୍ସ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।