Parenting tips: କଣ ପିଲା ଦୁଷ୍ଟ ହେଉଛନ୍ତି ? କଥା ମାନୁ ନାହାଁନ୍ତି ? ପିଲାଙ୍କ ପାଇଁ ଚିନ୍ତିତ ଅଛନ୍ତି ? ତ ଏହାକୁ ଥରେ ନିଶ୍ଚୟ ଦେଖି ନିଅନ୍ତୁ

ଆଜିର ଦୁନିଆ ଉନ୍ନତି ପଥରେ ଆଗେଇବା ସହ ପିଲାମାନେ ମଧ୍ୟ କମ ବୟସରୁ ଖୁବ ଚାଲାଖ ହେଉଛନ୍ତି । ଟେକ୍ନୋଲୋଜି ପିଲାମାନଙ୍କ ମାନସିକ ବିକାଶରେ ଖୁବ ସହାୟକ ହେଉଛି । ଆମେ ଛୋଟ ବେଳେ ଫୋନ ବହୁତ କମ ଦେଖିବାକୁ ପାଉଥିଲୁ ।

କିନ୍ତୁ ଆଜି ଘରେ ଘରେ ଛୋଟ ପିଲାମାନେ ସ୍ମାର୍ଟଫୋନ ଅତି ସହଜରେ ଅପରେଟ କରି ଦେଉଛନି । କିନ୍ତୁ ଆଜିର ପିଲାମାନେ ଯେତେ ଅଧିକ ବିକଶିତ ଅଟନ୍ତି, ସେତିକି ଜିଦି ଏବଂ ଅବାଧ୍ୟ ସ୍ବଭାବର ମଧ୍ୟ ହୋଇ ଯାଉଛନ୍ତି । ପିଲାମାନଙ୍କୁ ସମ୍ଭାଳିବା ଏବେର ପିତାମାତାଙ୍କ ପାଇଁ ଏକ ବଡ ସମସ୍ଯା ହୋଇଯାଇଛି । ତେବେ ପିଲାଙ୍କୁ କିପରି ସମ୍ଭାଳିବେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ । ଏବେର ପିଲାମାନେ ଅଧିକ ଜିଦିଆ ଏବଂ ଅବାଧ୍ୟ ହେବାର କିଛି ଭୁଲ ପିତାମାତା ଙ୍କର ମଧ୍ୟ ରହୁଛି । ପ୍ରତ୍ଯେକ ବାପାମା ତାଙ୍କ ପିଲାଙ୍କୁ ପ୍ରେମ କରନ୍ତି ।

ପିଲା ପ୍ରେମରେ ଅନ୍ଧ ହୋଇ ସେମାନେ ପିଲାର ସବୁ ବିଷୟରେ ଜିଦି ରଖନ୍ତି । ପିଲାଙ୍କ ଭୁଲକୁ ଛୋଟ ପିଲା ଏପରି କରି ଦେଇଛି ଭାବି ଛାଡି ଦିଅନ୍ତି । ପିଲାଙ୍କୁ ସବୁ ବିଷୟରେ ଆକଟ କରିବା ଉଚିତ ନୁହେଁ, କିନ୍ତୁ ତାଙ୍କ ଭୁଲ କାର୍ଯ୍ୟରେ ତାଙ୍କୁ ଉଚିତ ଶିକ୍ଷା ନ ଦେଇ ଛାଡିଦେବା ମଧ୍ୟ ଠିକ ନୁହେଁ । ନଚେତ ଏହାର ପରିଣାମ ଆପଣଙ୍କୁ ପରେ ଭୋଗିବାକୁ ପଡିପାରେ । ପିଲା ଯୋଗୁଁ ବାହାର ଲୋକଙ୍କ ଆଗରେ ଆପଣଙ୍କୁ ଲଜ୍ଜିତ ହେବାକୁ ପଡିପାରେ । ସବୁବେଳେ ରାଗରେ ତାଙ୍କୁ କହିବା ଉଚିତ ନୁହେଁ

ଅନେକ ସମୟରେ ମିଠା କଥା କହି ବୁଝାଇଲେ ମଧ୍ୟ ପିଲାମାନେ ଭଲ ଭାବେ ବୁଝିଯାନ୍ତି । ସେଥିପାଇଁ କେତେବେଳେ ତାଙ୍କୁ ଆଖି ଦେଖାଇ ଆକଟ କରିବେ ଓ କେତେବେଳେ ତାଙ୍କୁ ମିଠା କଥା କହି ବୁଝାଇବେ ଏହା ଆପଣ ପରିସ୍ଥିତି ଦେଖି ସ୍ଥିର କରିବା ଆବଶ୍ୟକ । ପିଲା ଯଦି ଜୀବଜନ୍ତୁଙ୍କୁ ମାରଧର କରୁଛି, ମିଛ କହୁଛି, ବଡ ଲୋକଙ୍କୁ ଅପମାନ କରୁଛି କିମ୍ବା କାହା ଘରୁ କିଛି ଜିନିଷ ଉଠେଇ ଆନୁଛି ତେବେ ଆରମ୍ଭରୁ ହିଁ ଏହିସବୁ କାର୍ଯ୍ୟକୁ ପ୍ରୋତ୍ସାହନ କରନ୍ତୁ ନାହିଁ । ଆପଣ ଆରମ୍ଭରୁ ତାଙ୍କୁ ଆକଟ କଲେ ଏବଂ ବୁଝାଇଦେଲେ ସେ ଏହିପରି କରିବା ବନ୍ଦ କରିଦେବ ।

ଅନେକ ସମୟରେ ପିଲାକୁ ଶାସନ କରିବା ବେଳେ ଅଜା-ଆଈ, ଜେଜେବାପା-ଜେଜେମା ଆସି ତାକୁ ରକ୍ଷା କରିବାକୁ ଚେଷ୍ଟା କରନ୍ତି । ଏହାଦ୍ବାରା ପିଲା ଭାବେ ଯେ ସେ ଯାହା ଭୁଲ କଲେ ମଧ୍ୟ ତାକୁ ସେମାନେ ବଞ୍ଚାଇ ଦେବେ । କିନ୍ତୁ ଘରର ଗୁରୁଜନ ମାନଙ୍କୁ ଏହା ବୁଝାଇ ଦିଅନ୍ତୁ କି ପିଲାକୁ ଠିକ ବାଟରେ ଆଣିବାର ଏହା ହିଁ ସଠିକ ସମୟ ଅଟେ । ସେହିପରି ପିଲାଙ୍କୁ ସବୁ ସମୟରେ ବାହାର ଜଙ୍କ ଫୁଡ ମଧ୍ୟ ଖାଇବାକୁ ଦିଅନ୍ତୁ ନାହିଁ । ଏହା ତାଙ୍କ ଶରୀର ପାଇଁ ଉତ୍ତମ ନୁହେଁ । ଆଉ ପିଲାମାନଙ୍କୁ ଅଯଥା ଖେଳଣା କିମ୍ବା ସେ ଜିଦି କରୁଥିବା ସବୁ ବସ୍ତୁ ଆଣି ଦିଅନ୍ତୁ ।

ପିଲା ଆପଣଙ୍କ ସ୍ନେହକୁ ଜାଣିବା ପାଇଁ କୌଣସି ବସ୍ତୁର ଆବଶ୍ୟକତା ନାହିଁ । ପିଲାକୁ ସମୟ ଦେବା ଆଜିର ପିତାମାତାଙ୍କ ପାଇଁ ବଡ ସମସ୍ୟା । କିନ୍ତୁ ଯାହା ବି ହେଉ ପିଲାଙ୍କୁ ସମୟ ଦିଅନ୍ତୁ । ଯାହା ଦ୍ଵାରା ସେ ଆପଣଙ୍କ ସହ ଭଲ ଭାବେ ମିଶି ପାରିବେ ଓ ଉଭୟ ପରସ୍ପରକୁ ଭଲଭାବେ ଜାଣି ପାରିବେ । ଯାହା ଆପଣଙ୍କ ପିଲା ପାଇଁ ଖୁବ ଲାଭଦାୟକ ଅଟେ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ଏବଂ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।