ଦେଶ ବିଦେଶର ସବୁଠୁ ବଡ ପୋଷ୍ଟରେ ରହିଛନ୍ତି ଏହି 10 ଜଣ ଓଡିଆ, ସେମାନଙ୍କ ନାମ ଏବଂ କାମ ଜାଣିଲେ ଆପଣ ବି ଗର୍ବ ଅନୁଭବ କରିବେ

ଓଡ଼ିଶାକୁ ଏକ ପଛୁଆ ରାଜ୍ୟ ବୋଲି କୁହା ଯାଉଥିଲେ ମଧ୍ୟ ଆମ ଓଡିଆ ଲୋକମାନେ ଅନେକ କ୍ଷେତ୍ରରେ ଏହାକୁ ଭୁଲ ବୋଲି ପ୍ରମାଣିତ କରି ଦେଖାଇଛନ୍ତି । ଆମ ଓଡିଶାର ଲୋକମାନେ ଶିକ୍ଷା ଠୁ ଆରମ୍ଭ କରି ଟେକ୍ନୋଲୋଜି ପ୍ରତ୍ଯେକ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତା କରିଛନ୍ତି । ଆଜି ଆମେ ଆପଣଙ୍କୁ ଏହିପରି କିଛି ପ୍ରତିଭାଶାଳୀ ଓଡିଆଙ୍କ ବିଷୟରେ କହିବୁ ଯେଉଁମାନେ ଦେଶ ବିଦେଶରେ ବିଭିନ୍ନ ପଦବୀରେ ନିଯୁକ୍ତ ଅଛନ୍ତି । ଚାଲନ୍ତୁ ଜାଣିବା ଦୁନିଆର ବଡ ପୋଷ୍ଟରେ ରହିଥିବା ସେହି ୧୦ ଜଣ ଓଡିଆଙ୍କୁ ।

ନଂ.୧ ହେଉଛନ୍ତି ସଙ୍କେତ ରାୟ, ଯିଏକି କୋକାକୋଲା କମ୍ପାନୀର ଦକ୍ଷିଣ-ପୂର୍ବ ଏସିଆରେ ପ୍ରେସିଡେଣ୍ଟ ଅଛନ୍ତି । ତାଙ୍କ ଘର ଭୁବନେଶ୍ବରରେ ଓ ସେ ବିଜେବି କଲେଜରୁ ନିଜର ଯୁକ୍ତ ଦୁଇ ପାଠପଢା ଶେଷ କରିଥିଲେ ।

ନଂ.୨ ରେ ହେଉଛନ୍ତି ପ୍ରମୋଦ କୁମାର ମିଶ୍ର, ଯିଏକି ପ୍ରଧାନମନ୍ତ୍ରୀ ଙ୍କର ପ୍ରଧାନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଘର ହେଉଛି ସମ୍ବଲପୁରରେ ଓ ସେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଛନ୍ତି ।

ନଂ.୩ ରେ ଅଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ଯିଏକି ଭାରତୀୟ ପାଣିପାଗ ବିଭାଗର ହେଡ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଘର ହେଉଛି ଭଦ୍ରକ ଜିଲ୍ଲାରେ । ସେ ଉତ୍କଳ ବିଶ୍ଵ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଛନ୍ତି ।

ନଂ.୪ ରେ ହେଉଛନ୍ତି ବିଶ୍ବଭୂଷଣ ହରିଚନ୍ଦନ । ସେ ଏବେ ଆନ୍ଧ୍ର ପ୍ରଦେଶ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଘର ମଧ୍ୟ ଭୁବନେଶ୍ବର । ବିଶ୍ବଭୂଷଣ ହରିଚନ୍ଦନ କଳିଙ୍ଗ ରତ୍ନ ପୁରସ୍କାର ମଧ୍ୟ ପାଇଛନ୍ତି ।

ନଂ.୫ ରେ ହେଉଛନ୍ତି ଅଜିତ ଜୈନ । ସେ ଏବେ ୱାରେନ ବୁଫେଟଙ୍କ କମ୍ପାନୀ Berkshire Hathaway (Insu) ର ଭାଇସ ଚେୟାରମ୍ୟାନ ଅଛନ୍ତି । ତାଙ୍କ ଘର ସୁନ୍ଦରଗଡ ଜିଲ୍ଲାରେ ଓ ସେ ଆଇଆଇଟି ଖଡଗପୁରରେ ପାଠ ପଢୁଥିଲେ ।

ନଂ.୬ ରେ ହେଉଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ । ଯିଏକି ପ୍ରଥମ ଓଡିଆ ଭାବେ ଭାରତର ୧୪ତମ ସିଏଜି ହୋଇଛନ୍ତି । ତାଙ୍କ ଘର ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ , ସେ ଉତକ ବିଶ୍ଵ ବିଦ୍ୟାଳୟରେ ପାଠ ପଢିଛନ୍ତି ।

ନଂ.୭ ହେଉଛନ୍ତି ଶକ୍ତିକାନ୍ତ ଦାସ । ଯିଏକି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଘର ମଧ୍ୟ ଭୁବନେଶ୍ବରରେ ଏବଂ ସେ ମଧ୍ୟ ଉତକ ବିଶ୍ଵ ବିଦ୍ୟାଳୟରେ ପାଠ ପଢିଛନ୍ତି ।

ନଂ.୮ ହେଉଛନ୍ତି ସତ୍ୟ ନାରାୟଣ ପ୍ରଧାନ, ଯିଏକି ବର୍ତ୍ତମାନ NDRF ର ଡ଼ିଜି ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଘର ଓଡିଶାର ଭୁବନେଶ୍ବରରେ, କିନ୍ତୁ ସେ ବିହାରର ପାଟନାରେ ଜନ୍ମ ହୋଇଥିଲେ । ନଂ.୯ ରେ ହେଉଛନ୍ତି ରିତେଶ ଅଗ୍ରୱାଲ । ଯିଏ କି ବର୍ତ୍ତମାନ OYO ର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଘର ହେଉଛାଇ ରାୟଗଡା ଜିଲ୍ଲାର ବିଷମ କଟକରେ ।

ନଂ.୧୦ରେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଯିଏକି ଭାରତ ସରକାରଙ୍କ ଶିକ୍ଷା ଓ ସ୍କିଲ ଡେଭଲୋପମେଣ୍ଟ ମନ୍ତ୍ରୀ ଭାବେ ନିଯୁକ୍ତ ଅଛନ୍ତି । ତାଙ୍କ ଘର ହେଉଛି ତାଳଚେର ଓ ସେ ମଧ୍ୟ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ପାଠ ପଢିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।