ମକର ରାଶି ମାସିକ ରାଶିଫଳ April 2022, ଦେଖନ୍ତୁ ଏହି ମାସଟି କେଉଁ କେଉଁ ଖୁସି ଖବର ନେଇ ଆସୁଛି ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ?

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଆମ ଜୀବନରେ କେବେ ସୁଖ ଆସିଥାଏ ତ ଆଉ କେବେ ଦୁଃଖ ମାଡି ଆସିଥାଏ । ଜ୍ଯୋତିଷ ଗଣନା ଅନୁସାରେ ମକର ରାଶି ଜାତକଙ୍କ ପାଇଁ ଏପ୍ରିଲ ମାସଟି କିପରି ରହିବ ତାହା ଆଜି ଆମେ ଜାଣିବା । ମାସଟି କିପରି ଫଳ ପ୍ରଦାନ କରିବ, ଆର୍ଥିକ ସ୍ଥିତି କିପରି ରହିବ ଓ ଅଶୁଭତା ଖଣ୍ଡନ ପାଇଁ କଣ ସବୁ ପ୍ରତିକାର କରିବେ ଆସନ୍ତୁ ଜାଣିବା ।

ଏହି ରାଶିର ଲୋକମାନେ ସ୍ପଷ୍ଟବାଦୀ ହେବା ସହ ଜିଦଖୋର ସ୍ଵଭାବର ମଧ୍ୟ ହୋଇଥାନ୍ତି । ଏମାନେ ଅନୁଶାସନ ପ୍ରିୟ ଏବଂ ନିଜର ନୀତି ନିଷ୍ଠା ଆଗରେ ଏମାନେ ନିଜ ପରିବାର ଲୋକଙ୍କୁ ବି ତୁଚ୍ଛ ମନେ କରନ୍ତି । ଏମାନେ ସବୁବେଳେ ନିଜ ମନକଥା ଶୁଣିଥାନ୍ତି ଓ ଆଦେଶ କରିବାକୁ ଭଲ ପାଆନ୍ତି । ଏମାନଙ୍କୁ କିଏ ଭଲରେ ଆଚରଣ କରେ ସେ ତାଙ୍କର ପ୍ରିୟ ହୋଇଯାନ୍ତି । ଏମାନେ ଭାବିଚିନ୍ତି କାମ କରନ୍ତି ଓ ନିଶ୍ଚୟ ସଫଳ ହୁଅନ୍ତି । ଏମାନେ ଆତ୍ମପ୍ରିୟ ଓ ଭାଇ ଭଉଣୀ ପ୍ରେମୀ ମଧ୍ୟ ହୋଇଥାନ୍ତି ।

ଏମାନେ ନିଜ ଜୀବନସାଥିଙ୍କ ସହ ସମବେଦନାଶୀଳ ହେବ ସହ ତାଙ୍କୁ ଯଥେଷ୍ଟ ଭଲ ମଧ୍ୟ ପାଆନ୍ତି । ଏହି ରାଶିର ଅଧିପତି ଗ୍ରହ ହେଉଛନ୍ତି ଭଗବାନ ଶନିଦେବ ଓ ଶୁଭରଙ୍ଗ ହେଉଛି ନୀଳ, କଳା ଏବଂ ଆକାଶିଆ । ରାଶିର ଶୁଭବାର ଶନିବାର। ଶୁଭ ଦେବତା ଶନିଦେବ ଏବଂ ଶିବ ଭଗବାନ ଓ ଶୁଭଦେବୀ ହେଉଛନ୍ତି ମା କାଳୀ । ବ୍ରତ ଉପବାସ ବାର ହେଉଛି ସୋମବାର ଏବଂ ଶନିବାର । ଏହିଦିନ ମାନସିକ ରାଖୀ ବ୍ରତ ପାଳିଲେ ତାହା ନିଶ୍ଚୟ ସଫଳ ହେବ ।

୨୦୨୨ ଏପ୍ରିଲ ମାସରେ ଏହି ରାଶିର ଅନେକ ଆଶା ସଫଳ ହେବାକୁ ଯାଉଛି । ଏହି ମାସଟି ଆପଣଙ୍କ ପାଇଁ ଉନ୍ନତି ଏବଂ ସଫଳତା ନେଇ ଆସୁଛି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବା ସହ ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ଉତ୍ତମ ଫଳ ପ୍ରାପ୍ତ ହେବ । ଶିକ୍ଷା ପାଇଁ ଆପଣ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । କ୍ଯାରିୟର ଦୃଷ୍ଟିରୁ ମଧ୍ୟ ମାସଟି ଆପଣଙ୍କ ପାଇଁ ଉତ୍ତମ ରହିବ । ଗ୍ରହ ମାନଙ୍କର ଶୁଭ ପ୍ରଭାବ ଯୋଗୁଁ ମାସଟି ଆପଣଙ୍କୁ କ୍ଯାରିୟର କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ ।

ଏଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ କିନ୍ତୁ ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଦୀର୍ଘ ଦିନର ଆଶା ସଫଳ ହେବ ଓ ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ମଧ୍ୟ ପ୍ରଚୁର ଧନ ଲାଭ ହେବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ବେଶ ଭଲ ରହିବ ଓ ପରିବାରରେ ସୁଖ ଶାନ୍ତିର ବାତାବରଣ ଲାଗି ରହିବ । ତେବେ ଆପଣଙ୍କର କୌଣସି ମୂଲ୍ୟବାନ ଜିନିଷ ଚୋରୀ ହେବାର ସମ୍ଭାବନା ରହିଛି ସେଥିପ୍ରତି ଅବଧାନ ରୁହନ୍ତୁ ।

ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ମାସଟି ସାମାନ୍ଯ ରହିବ । ଏହି ସମୟରେ ଆପଣ କୌଣସି ଦୂର ସ୍ଥାନକୁ ବୁଲାବୁଲି କରିବାକୁ ଯାଆନ୍ତୁ ନାହିଁ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଶନିବାର ଦିନ ଶନିଦେବଙ୍କ ବୀଜମନ୍ତ୍ର ପାଠ କରନ୍ତୁ ଓ ଶନିଦେବଙ୍କ ମନ୍ଦିର ଯାଇ ଗୋଟିତେଲର ଦୀପ ଜଳାନ୍ତୁ । ଏହାସହ ହନୁମାନ ପାଠ କରନ୍ତୁ ଦେଖିବେ ଶୁଭଫଳ ନିଶ୍ଚୟ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।