20 ବର୍ଷ ପରେ ଖୋଲିଲା ରାଜ, କାହିଁକି Salman ଖାନ କରିଥିଲେ Juhi Chawla ଙ୍କ କ୍ୟାରିୟର ବର୍ବାଦ

ବଲୀଉଡରେ ନିଜର ଚୁଲବୁଲ ଅନ୍ଦାଜ, ନିଜର କମେଡି ନିଜର ଅଭିନେୟ ଦ୍ଵାରା ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଜୁହୀ ଚାୱଲା ନିଜ ସମୟରେ ଟପ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ବର୍ତ୍ତମାନ ସମୟର ଅଭିନେତ୍ରୀମାନେ ବି ଟକ୍କର ଦେଇ ପାରିବେ ନାହିଁ । ନିଜ ସମୟରେ ସୁପରହିଟ ରହିସାରିଥିବା ଅଭିନେତ୍ରୀ ଜୁହୀ ଚାୱଲା ନିଜର ଅଭିନୟ ଓ ସୁନ୍ଦରତା ପାଇଁ ଆଜି ବି ଲୋକମାନଙ୍କ ହୃଦୟରେ ଅଛନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ଜୁହୀ ଚାୱଲା ଓ ବଲୀଉଡର ଭାଇଜାନ ସଲମାନ ଖାନଙ୍କ ବିଷୟରେ ଏମିତି କିଛି କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ନା ହିଁ କେବେ ଶୁଣିଥିବେ ଓ ନା ହିଁ କେବେ ଦେଖିଥିବେ ।

କହିବାକୁ ଗଲେ ଗୋଟିଏ ସମୟ ଏମିତି ଥିଲା ଯେତେବେଳ ଜୁହୀ ଚାୱଲା ସଲମାନ ଖାନଙ୍କ ସହ କାମ କରିବା ପାଇଁ ମନା କରି ଦେଇଥିଲେ । ଅଭିନେତ୍ରୀ ଜୁହୀ ଚାୱଲା ୧୯୮୬ରେ ଫିଲ୍ମ ‘ସଲ୍ତନତ’ ଜରିଆରେ ବଲୀଉଡରେ ଡେବ୍ୟୁ କରିଲେ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ସୁପର ଫ୍ଲପ ରହିଲା । ଏହା ପରେ ୧୯୮୮ରେ ଜୁହୀ ଚାୱଲା ଓ ଆମିର ଖାନଙ୍କ ଗୋଟିଏ ଫିଲ୍ମ ରିଲିଜ ହେଲା ଓ ଏହି ଫିଲ୍ମ ଜୁହୀ ଚାୱଲାଙ୍କର କ୍ୟାରିୟର ସବୁଠୁ ହିଟ ଫିଲ୍ମ ଥିଲା । ଏହା ପର ଠାରୁ ହିଁ ଜୁହୀ ଚାୱଲାଙ୍କ ପପୁଲାରୀଟି ବି ବଢିଗଲା ।

ଏହା ପରେ ଧୀରେ ଧୀରେ ଜୁହୀ ଚାୱଲା ବଲୀଉଡର ସୁପରଷ୍ଟାର ଆମିର ଖାନ ଓ ଶାହରୁଖ ଖାନଙ୍କ ସହ ବହୁତ ଫିଲ୍ମରେ କାମ କରିଲେ । କିନ୍ତୁ ଜୁହୀ ଚାୱଲା ସଲମାନ ଖାନଙ୍କ ସହ ଗୋଟିଏ ଫିଲ୍ମରେ ମାତ୍ର କିଛି ସମୟ ପାଇଁ ହିଁ ସ୍କ୍ରିନ ଶେୟାର କରିଛନ୍ତି । କିନ୍ତୁ ଏହା ପର ଠାରୁ ସଲମାନ ଖାନ ଜୁହୀ ଚାୱଲାଙ୍କ ସହ ଆଉ କେବେ ବି କାମ କରି ନାହାନ୍ତି । ଏହାର କାରଣ ଏହା ଥିଲା କି ଯେତେବେଳେ ଜୁହୀ ଚାୱଲା ସଫଳତାର ସିଢି ଚଢୁଥିଲେ ସେହି ସମୟରେ ସଲମାନ ଖାନ ବଲୀଉଡରେ ନୂଆ ନୂଆ ଆସିଥିଲେ ଓ ଏହି କାରଣ ଥିଲା କି ସେହି ସମୟରେ ଜୁହୀ ଚାୱଲା ସଲମାନ ଖାନଙ୍କ ସହ କାମ କରିବା ପାଇଁ ମନା କରିଦେଲେ ।

କିନ୍ତୁ ଯେତେବେଳ ଜୁହୀ ଚାୱଲା ସଲମାନ ଖାନଙ୍କ ସହ କାମ କରିବା ପାଇଁ ନିଜର ଇଚ୍ଛା ଜାହିର କରିଲେ ସେତେବେଲ ସଲମାନ ଖାନ ତାଙ୍କୁ କହିଲେ କି ସେ ବର୍ତ୍ତମାନ କେବଳ ସଲମାନ ଖାନଙ୍କ ଫିଲ୍ମରେ ତାଙ୍କର ମାର ଅଭିନୟ କରି ପାରିବେ । କହିବାକୁ ଗଲେ ଏହି ବାକ୍ୟା ବିଗ ବସ ସିଜିନ ୯ର ସେଟ ଉପରେ ହୋଇଥିଲା । ସେହି ସମୟରେ ଜୁହୀ ଚାୱଲା ନିଜର ଏକ ଫିଲ୍ମର ପ୍ରମୋଶନ ପାଇଁ ବିଗ ବସ ସିଜିନ ୯କୁ ଯାଇଥିଲେ ଓ ସେହି ସମୟରେ ଜୁହୀ ଚାୱଲା ସଲମାନ ଖାନଙ୍କୁ କହିଲେ କି ସେ ତାଙ୍କ ସହିତ କାମ କରିବାକୁ ଚାହୁଁଛନ୍ତି ।

ଏହା ପରେ ସଲମାନ ଖାନ ଜୁହୀ ଚାୱଲାଙ୍କୁ ଜବାବ ଦେଇ ସେହି ଦିନ କଥା ମନେ ପକାଇ ଦେଲେ ଯେତେବେଳେ  ଜୁହୀ ଚାୱଲା ତାଙ୍କ ସହିତ କାମ କରିବା ପାଇଁ ମନା କରି ଦେଇଥିଲେ । କହିବାକୁ ଗଲେ ସଲମାନ ଖାନ ମେନ ପ୍ୟାର କିୟାରେ ଅଭିନେତ୍ରୀ ଜୁହୀ ଚାୱଲାଙ୍କୁ କାସ୍ଟ କରିବା ପାଇଁ ନିର୍ମାତାଙ୍କୁ କହିଥିଲେ । ଏହା ପରେ ଫିଲ୍ମ ନିର୍ମାତା ଯେତେବେଳେ ଜୁହୀ ଚାୱଲାଙ୍କ ପାଖକୁ ସଲମାନ ଖାନଙ୍କ ସହ କାମ କରିବା ପାଇଁ କହିଲେ ତେବେ ଜୁହୀ ଚାୱଲା ସଲମାନଙ୍କ ଜାଗାରେ ଆମିର ଖାନଙ୍କୁ କାସ୍ଟ କରିବା ପାଇଁ କହିଦେଲେ ।

ଏହି କଥା ହିଁ ସଲମାନ ଖାନଙ୍କୁ ବହୁତ ଖରାପ ଲାଗିଗଲା ଓ ସେହି ସମୟରୁ ନେଇ ଆଜି ପର୍ଯ୍ୟନ୍ତ ନା ହିଁ ଜୁହୀ ଚାୱଲାଙ୍କ ପାଖରେ ସଲମାନ ଖାନଙ୍କ ସହ କାମ କରିବା ପାଇଁ ଅଫର ଆସିଲା ଓ ନା ହିଁ ସଲମାନ ଖାନ ବି ଜୁହୀ ଚାୱଲାଙ୍କ ସହ ଫିଲ୍ମ କରିବା ପାଇଁ ଇଚ୍ଛା କରିଲେ । କିନ୍ତୁ ବହୁତ ବର୍ଷ ପରେ ଯେତେବେଳେ ଜୁହୀ ଚାୱଲା ସଲମା ଖାନଙ୍କ ସହ କାମ କରିବା ପାଇଁ ଇଚ୍ଛା ଜାହିର କରିଲେ ତେବେ ସଲମାନ ଖାନ ତାଙ୍କୁ ନିଜ ଫିଲ୍ମରେ ମାର ଅଭିନେୟ କରିବାର ପାଇଁ ଅଫର ଦେଇ ଦେଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।