Amir Khan ଓ ତାଙ୍କ ସ୍ତ୍ରୀଙ୍କ ଡିଭୋର୍ସ କୁ ନେଇ ବର୍ଷିଲେ ସୁର ରାଉତରାୟ, କହିଲେ କିଛି ଏମିତି…ଶୁଣିଲେ କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଭାରତ ବର୍ଷରେ ବିବାହକୁ ଏକ ମହତ୍ଵ ପୂର୍ଣ୍ଣ ମାନ୍ୟତା ଦିଆ ଯାଇଛି । ମଣିଷ ଜୀବନରେ ବିବାହ ଥରେ ମାତ୍ର ହୋଇଥାଏ । ବିବାହ ଏକ ଏମିତି ବନ୍ଧନ ଯେଉଁଥିରେ ସ୍ଵାମି ଓ ସ୍ତ୍ରୀଙ୍କର ମନର ମିଳନ ହେବା ସହ ଦୁଇ ପରିବାରର ମଧ୍ୟ ମିଳନ ହୋଇଟହାଏ ।

ବିବାହ ଏକ ଏମିତି ପବିତ୍ର ବନ୍ଧନ ଯେଉଁଥିରେ ଗୋଟେ ପୁରୁଷ ଗୋଟେ ନାରୀର ହାତ ଧରି ସାତ ଜନ୍ମ ପାଇଁ ଏକାଠି ରହିବାକୁ ନିଷ୍ପତି ନେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ମିଷ୍ଟର ପରଫେକ୍ଟ ଅମିର ଖାନ ଓ ତାଙ୍କ ସ୍ତ୍ରୀ କିରଣ ରାବ ପରସ୍ପର ଠାରୁ ଅଲଗା ହେବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ତାହାକୁ ନେଇ ଆମ ଓଡିଶାର ଜଣେ ସଦସ୍ୟ ପ୍ରତିବାଦ କରି କିଛି କଥା କହିଛନ୍ତି । ଯାହା ଆମେ ଆଜି ଆପଣମାନଙ୍କୁ କହିବାକୁ ଯାଉଛୁ ।

ବଲିଉଡ ଅଭିନେତା ଅମିର ଖାନଙ୍କୁ କିଏ ନ ଜାଣିଛନ୍ତି । ଅମିର ଖାନ ପ୍ରଥମେ ୩୨ ବର୍ଷରେ ରିନା ଦତ୍ତାଙ୍କୁ ବିବାହ କରିଥିଲେ । ଦୁହିଙ୍କର ଗୋଟେ ପୁଅ ଓ ଝିଅ ଅଛନ୍ତି । କିନ୍ତୁ ୨୦୦୨ରେ ଅମିର ଖାନ ଓ ରିନା ଦତ୍ତା ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଏହା ପରେ ଅମିର ଖାନ କିରଣ ରାବଙ୍କ ସହ ପ୍ରେମ କରିବା ପରେ ଦିତୀୟ ବିବାହ କରିଥିଲେ । କିରଣ ବଲିଉଡର ଜଣେ ଜଣାଶୁଣା ପ୍ରଡ୍ୟୁସର ଓ ଡାଇରେକ୍ଟର ଭାବେ ପରିଚିତ ଅଟନ୍ତି ।

କିନ୍ତୁ ବର୍ତ୍ତମାନ ସୂଚନା ଅନୁସାରେ ଅମିର ଖାନ ଓ କିରଣ ରାବ ବିବାହର ୧୫ ବର୍ଷ ପରେ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ଏହା ପଛରେ କାରଣ ରହିଛି ଦୁହେଁ ପୁଣି ଥରେ ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଛନ୍ତି । ଏହି ବାବଦରେ ଆମ ଓଡିଶାର ଜଣେ ବୃଦ୍ଧ ବ୍ୟକ୍ତି ଅମିର ଖାନଙ୍କୁ ସମାଲୋଚନା କରିଛନ୍ତି । ସେହି ବ୍ୟକ୍ତି ଜଣକ କହିଛନ୍ତି ଯେ ଅଭିନେତା ଅମିର ଖାନ ନିଜକୁ କଣ ମନେ କରୁଛନ୍ତି । ପାକିସ୍ତାନରେ ପୁରୁଷ ମାନେ କେତେ ଯେ ବିବାହ କରନ୍ତି ତାହାର ହିସାବ ନାହି ।

ଠିକ ସେହିପରି ଅମିର ଖାନ ମଧ୍ୟ ଏପରି କରୁଛନ୍ତି ବୋଲି ବ୍ୟକ୍ତି ଜଣକ ମତାମତ ଦେଇଛନ୍ତି । ଯଦି ଅମିରଙ୍କର ଏପରି କରିବାର ଅଛି ତେବେ ସେ ପାକିସ୍ତାନ ବା ଆରବ ଦେଶକୁ ଯାଆନ୍ତୁ ବୋଲି ବୃଦ୍ଧ ବ୍ୟକ୍ତି କହିଛନ୍ତି । ଆମ ଭାରତ ମାଟିରେ ଏପରି ହେଇ ପାରିବ ନାହି । ଏହା ଛଡା ଅମିର ଖାନଙ୍କର ଏଭଳି ନିନ୍ଦନୀୟ କାମ ଯୋଗୁ ଆମ ଯୁବପିଢି ଉପରେ ଖରାପ ପ୍ରଭାବ ପଡୁଛି ବୋଲି ବ୍ୟକ୍ତି ଜଣକ କହିଛନ୍ତି ।

ଆମ ସମାଜରେ ଯୁବପିଢି ମାନେ କୁଶିକ୍ଷା ପାଇବା ସହ ଅମିରଙ୍କର ଏଭଳି କାମ ଯୋଗୁ ସେମାନେ ମଧ୍ୟ ଏପରି କରି ପାରନ୍ତି ବୋଲି ବୃଦ୍ଧ ବ୍ୟକ୍ତି ଜଣକ କହିଛନ୍ତି । ତେଣୁ ଆମ ଦେଶରେ ଗୋଟିଏ ନାରୀକୁ ବିବାହ କରି ରାମ ସିତା ଭଳି ରହିବା ସହ ହସଖୁସିରେ ସଂସାର କରନ୍ତୁ ବୋଲି ବ୍ୟକ୍ତି ଜଣକ କହିଛନ୍ତି ।

କୌଣସି ଯୁବପିଢି ଅମିର ଖାନଙ୍କର ଚରିତ୍ରକୁ ଅନୁସରଣ ନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ବନ୍ଧୁଗଣ ଏଥିରେ ଆପଣ ମାନଙ୍କ ମତ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ