ଆଲିୟା ସିଦ୍ଧିକିଙ୍କ ବଡ ଖୁଲାସା, କହିଲେ ମନୋଜ ବାଜପେୟୀଙ୍କ ସାମନାରେ ହିଁ ନୱାଜୁଦ୍ଦିନ ମତେ…

ବଲିଉଡ ଅଭିନେତା ନୱାଯୁଦ୍ଦିନ ସିଦ୍ଦିକି ଙ୍କୁ ଛାଡପତ୍ର ନୋଟିସ ପଠାଇବା ପରେ ତାଙ୍କ ସ୍ତ୍ରୀ ଆଲିୟା ସିଦ୍ଦିକି ପ୍ରତିଦିନ ନୂଆ ଆରୋପର ଖୁଲାସା କରୁଛନ୍ତି । ଆଲିୟା ଆରୋପ ଲଗାଇଛନ୍ତି କି ନୱାଜୁଦ୍ଦିନ ଙ୍କ ପରିବାର ଲୋକ ତାଙ୍କୁ ଶାରୀରିକ ଏବଂ ମାନସିକ ଭାବରେ ବହୁତ କଷ୍ଟ ଦେଇଛନ୍ତି । ଆଲିୟା କହିଛନ୍ତି କି ନୱାଜୁଦ୍ଦିନ ଙ୍କ ସହିତ ସମ୍ପର୍କରେ ତାଙ୍କର ମାନ ସମ୍ମାନ ଶେଷ ହେଇ ଯାଉଥିଲା । ଆଲିୟା କହିଛନ୍ତି କି ନୱାଜୁଦ୍ଦିନ ଙ୍କ ପାଖରେ ତାଙ୍କ ପିଲାଙ୍କ ପାଇଁ ସମୟ ନଥିଲା ସେଥିପାଇଁ ସେ ଛାଡପତ୍ର ପରେ ପିଲାଙ୍କୁ ନିଜ ପାଖରେ ରଖିଛନ୍ତି । ବର୍ତ୍ତମାନ ଆଲିୟା ଆଉ ଏକ ବଡ ଆରୋପର ଖୁଲାସା କରିଛନ୍ତି ।

ନୱାଜୁଦ୍ଦିନ ତାଙ୍କ ସାମନାରେ ମତେ…

ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁସାରେ ଆଲିୟା ସିଦ୍ଦିକି ଆରୋପ ଲଗାଇଛନ୍ତି କି ନୱାଜୁଦ୍ଦିନ ଗୋଟିଏ ଦିନ ଅଭିନେତା ମନୋଜ ବାଜପେୟୀଙ୍କ ସାମନାରେ ତାଙ୍କୁ ଅପମାନିତ କରିଥିଲେ । ଆଲିୟା କହିଛନ୍ତି କି ଗୋଟିଏ ଥର ମନୋଜ ବାଜପେୟୀ ଙ୍କ ସହିତ ଅନ୍ୟ କିଛି କଳାକାର ଆମ ଘରକୁ ଆସିଥିଲେ ଏବଂ ମୁଁ ସେମାନଙ୍କ ପାଇଁ ଖାଇବା ତିଆରି କରୁଥିଲି । ମୁଁ ତାଙ୍କ ସହିତ କିଛି କଥା ହେବା ପାଇଁ ଚାହୁଁଥିଲି ନୱାଜୁଦ୍ଦିନ ମତେ ଅଟକାଇ କହିଲେ ତୁମକୁ କଥା କହି ଆସେନାହିଁ ତୁମେ ଲୋକଙ୍କ ସାମନାରେ କିଛି ହେଲେ ବି କୁହନାହିଁ । ସମସ୍ତଙ୍କ ସାମନାରେ ସେ ମୋ ସହିତ ଏମିତି କଥା ହୋଇଥିଲେ ଏବଂ ସେ ମତେ ତାଙ୍କ ସହିତ କୁଆଡେ ହେଲେ ବି ନେଉ ନଥିଲେ ।

ଯେଉଁ ଇଜ୍ଜତ ମତେ ମିଳିବା ଉଚିତ ତାହା ମତେ ମିଳୁନଥିଲା

ଆଲିୟା କହିଛନ୍ତି କି ସେ ମତେ କେବେ ହେଲେ ସେହି ଇଜ୍ଜତ ଦେଇ ନାହାଁନ୍ତି ଯାହା ମୋର ପାଇବା ଦରକାର . ନା ଘରେ ଦେଇଛନ୍ତି ନା ବାହାରେ । ଜଣେ ରିକ୍ସା ବାଲା ହେଉ କି ସୁପରଷ୍ଟାର ସମସ୍ତେ ନିଜର ସ୍ତ୍ରୀଙ୍କୁ ଇଜ୍ଜତ ଦେଇଥାନ୍ତି । ମୁଁ ଏହାକୁ ଗତ କିଛି ବର୍ଷ ହେଲାଣି ଭୋଗି ଆସୁଛି କିନ୍ତୁ କୌଣସି ମଣିଷକୁ ଏତେ ବି ଅପମାନ ଦେବା ଉଚିତ ନୁହେଁ କି ସେ ଅଣନିଶ୍ଵାସୀ ଅନୁଭବ କରିବାକୁ ଲାଗିବ ।

ଗତ ୪-୫ ବର୍ଷରୁ ଅଲଗା ରହୁଛୁ ଆମେ

ଆଲିୟା କହିଛନ୍ତି କି ଆମେ ଗତ ୪-୫ବର୍ଷ ହେବ ଅଲଗା ରହୁଥିଲୁ ଏବଂ ମୁଁ ଯେତବେଳେ ପିଲାଙ୍କୁ ଦେଖାକରିବା ପାଇଁ ତାଙ୍କୁ ଘରକୁ ଆସିବା ପାଇଁ କହିଥାଏ ସେ କିଛି ବି ବାହାନା କରିଥାନ୍ତି । ପିଲାମାନେ ମତେ ପଚାରନ୍ତି କି ପାପା କେଉଁଠି ଅଛନ୍ତି, କେଉଁଠି ଶୁଟିଙ୍ଗ କରୁଛନ୍ତି, କିନ୍ତୁ ମୁଁ ତାଙ୍କୁ କିଛି କହିପାରେ ନାହିଁ । ମୁଁ ସେମାନଙ୍କୁ ମିଛ କହିଥାଏ କି ତୁମ ପାପା ନିୟୁର୍କରେ ଶୁଟିଙ୍ଗ କରୁଛନ୍ତି । ସେ କେବେ ହେଲେ ବି ପିଲାଙ୍କୁ ଦେଖା କରିବାକୁ ଆସନ୍ତି ନାହିଁ ।

ମୋର ଧର୍ମ ବଦଳାଇବାକୁ କହିଲେ, ମୁଁ ତାହା ମଧ୍ୟ କଲି

ଏହା ପୂର୍ବରୁ ଆଲିୟା କହିଛନ୍ତି କି ବିବାହ ପରେ ନୱାଜୁଦ୍ଦିନ ମତେ ମୋର ଧର୍ମ ବଦଳାଇବାକୁ କହିଲେ ମୁଁ ତାହା କଲି ଏବଂ ତାପରେ ମୋ ଜୀବନ ସମ୍ପୂର୍ଣ ଭାବେ ବଦଳି ଗଲା, ମତେ ଅନୁଭବ ହେଲା କି ମୁଁ ତାଙ୍କ ଜୀବନରେ କିଛି ନୁହେଁ, ତାଙ୍କ ଜୀବନରେ ମୋର ମଧ୍ୟ କିଛି ଗୁରୁତ୍ଵ ନଥିଲା ।

ପ୍ରଥମ ସ୍ତ୍ରୀ ବି ଏହି କାରଣରୁ ତାଙ୍କ ଠାରୁ ଦୂରେଇ ଗଲେ

ଆଲିୟା ନୱାଜୁଦ୍ଦିନଙ୍କ ଉପରେ ଆରୋପ ଲଗାଇ କହିଛନ୍ତି କି ସେ ମୋ ଉପରେ କେବେ ହାତ ଉଠାଉ ନଥିଲେ କିନ୍ତୁ ସବୁବେଳେ ଚିଡୁଥିଲେ ଏବଂ ଝଗଡା କରୁଥିଲେ ଯାହା ମୋ ପକ୍ଷେ ସହିବା କଷ୍ଟ ହୋଇଯାଉଥିଲା । ତାଙ୍କ ପରିବାର ମତେ ଶାରୀରିକ ଏବଂ ମାନସିକ ଭାବେ ବହୁତ କଷ୍ଟ ଦେଉଥିଲେ ଏବଂ ତାଙ୍କ ଭାଇ ମଧ୍ୟ ମତେ ମାରୁଥିଲେ । ଏହି କାରଣ ପାଇଁ ତାଙ୍କର ପ୍ରଥମ ସ୍ତ୍ରୀ ତାଙ୍କ ଠାରୁ ଦୂରେଇ ଯାଇଥିଲେ । ତାଙ୍କ ଘରେ ତାଙ୍କ ପରିବାରର ଲୋକଙ୍କ ବିରୁଦ୍ଧରେ ପ୍ରଥମରୁ ହିଁ ସ୍ତ୍ରୀଙ୍କର ସାତଟି କେସ ଲେଖାଯାଇଛି ଓ ଚାରୋଟି ଛାଡପତ୍ର ହୋଇ ସାରିଛି । ଏହା ପଞ୍ଚମ ଛାଡପତ୍ର ଅଟେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।