ନିଜର ରିୟଲ ଲାଇଫ ପତ୍ନୀଙ୍କ ସହ ବହୁତ କମ ନଜର ଆସନ୍ତି ଏହି ୪ ଜଣ ଲୋକପ୍ରିୟ ଅଭିନେତା, ଦୟା ଓ ବରୁଣ ସୋବତୀଙ୍କ ପତ୍ନୀଙ୍କୁ ତ କେବେବି ଦେଖି ନଥିବେ

ବର୍ତ୍ତମାନ ସମୟରେ ସମସ୍ତେ ଟିଭି ସିରିୟଲର ବହୁତ ଦିବାନା ହୋଇ ଯାଇଛନ୍ତି । ସମସ୍ତଙ୍କର ନିଜର ନିଜର ପସନ୍ଦର ସିରିୟଲ ଅଲଗା ଅଲଗା ଅଟେ । ଏହା ସହିତ ବର୍ତ୍ତମାନ ସମୟରେ ବହୁତ ଟିଭି ଚ୍ୟାନେଲ ବି ଆସି ଯାଇଛି । ଯେଉଁଥିରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ସିରିୟଲ ଟେଲିକାଷ୍ଟ ହୋଇଥାଏ ଓ ଯାହାର ଦର୍ଶକମାନେ ଭରପୁର ମଜା ବି ଉଠାନ୍ତି । ଏହା ସହିତ ପ୍ରାୟତଃ ଦର୍ଶକମାନେ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀଙ୍କ ଅସଲ ଜୀବନ ବିଷୟରେ ବି ଜାଣିବାକୁ ଚେଷ୍ଟା କରନ୍ତି ।

ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଆପଣମାନଙ୍କ କେତେକ ପସନ୍ଦର ସିରିୟଲର କିଛି ଖାସ ଅଭିନେତାମାନଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ଏହି ଅଭିନେତାମାନଙ୍କ ପତ୍ନୀମାନେ ମିଡିଆ ସାମ୍ନାରେ ବହୁତ କମ ନଜର ଆସନ୍ତି ।

ଦୟାନନ୍ଦ ସେଠି

ଆପଣମାନେ ସୋନି ଟିଭିରେ ପ୍ରସାରିତ CID ସିରିୟଲ ନିଶ୍ଚିତ ଦେଖିଥିବେ । ଏହି ସିରିୟଲ ପାଖପାଖି ୨୦ ବର୍ଷ ହେବ ସୋନି ଚ୍ୟାନେଲରେ ପ୍ରାସାରିତ ହେଉଛି । କହିବାକୁ ଗଲେ ଏହି ଶୋ କୁ ଦର୍ଶକମାନେ ବହୁତ ପସନ୍ଦ ବି କରନ୍ତି । ଏହି ଶୋରେ ସିଆଇଡ଼ି ଇନ୍ସପେକ୍ଟର ରୋଲରେ ଥିବା ଦୟାଙ୍କ ରୋଲରେ ଦୟାନନ୍ଦ ସେଠି ନଜର ଆସନ୍ତି ।

ଆପଣଙ୍କୁ କହିଦେଉଛୁ କି ଇନ୍ସପେକ୍ଟର ଦୟା ଉର୍ଫ ଦୟାନନ୍ଦ ସେଠିଙ୍କ ପତ୍ନୀଙ୍କ ନାମ ସମିତା ସେଠି ଅଟେ । ସମିତା ସେଠି ବହୁତ କମ ମିଡିଆ ସାମ୍ନାକୁ ଆସନ୍ତି । ଏହି ଦୁଇ ଜଣଙ୍କ ଏକ ଝିଅ ବି ଅଛି । ଯାହାର ନାମ ଭିଭା ସେଠି ଅଟେ ।

ଅନସ ରଶିଦ

ଏହିଭଳି ଅନ୍ୟ ଏକ ପପୁଲାର ଶୋ ଯାହାକି ଷ୍ଟାର ପ୍ଲସ ଚ୍ୟାନେଲରେ ପ୍ରସାରିତ ହେଉଥିଲା ‘ଦୀୟା ଔର ବାତୀ ହମ’ ବି ଦର୍ଶକମନଙ୍କ ମଧ୍ୟରେ ବହୁତ ଟ୍ରେଣ୍ଡରେ ଥିଲା । ଏହି ଶୋ ୨୦୧୧ ରୁ ୨୦୧୬ରେ ପ୍ରସାରଣ ହୋଇଥିଲା । ଏହି ଶୋ ବି ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଶୋ ରେ ମୁଖ୍ୟ ଅଭିନେତା ଭୂମିକାରେ ଥିବା ସୂରଜଙ୍କ ଅସଲ ନାମ ଅନସ ରଶିଦ ଅଟେ ।

ଯଦି ତାଙ୍କର ପର୍ସନାଲ ଲାଇଫ ବିଷୟରେ କଥାବାର୍ତ୍ତା କରିବା ତେବେ ଅନସ ରଶିଦ ୨୦୧୭ରେ ହୀନା ଇକବାଲଙ୍କ ସହ ବିବାହ କରିଥିଲେ ଓ ଏହି ଦୁଇ ଜଣ ବି ଏକତ୍ରିତ ବହୁତ କମ ନଜର ଆସନ୍ତି ।

ରଜତ ଟୋକସ

ସେହିଭଳି ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନଙ୍କ ପସନ୍ଦର ସିରିୟଲ ଥିବା ଓ ଜୀ ଟିଭିରେ ପ୍ରସାରିତ ହେଉଥିବା ସିରିୟଲ ‘ଯୋଦ୍ଧା ଆକବର’ ୨୦୧୩ ରୁ ୨୦୧୫ ମଧ୍ୟରେ ପ୍ରସାରିତ ହୋଇଥିଲା । ଏହା ଏକ ଐତିହାସିକ ସିରିୟଲ ଥିଲା । ଏହି ସିରିୟଲକୁ ଦର୍ଶକମାନଙ୍କ ଭଲ ପାଇବା ବି ମିଳିଥିଲା । କହିବାକୁ ଗଲେ ଏହି ସିରିୟଲରେ ମୁଖ୍ୟ ଭୂମିକା ସଲିମ ଉର୍ଫ ରଜତ ଟୋକସ ନିଭାଇ ଥିଲେ । ଯାହାଙ୍କୁ ଦର୍ଶକମାନେ ବହୁତ ପସନ୍ଦ ବି କରୁଥିଲେ । ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ବର୍ଷ ୨୦୧୫ରେ ଶ୍ରୀଷ୍ଟି ନାୟାରଙ୍କ ସହ ସେ ବିବାହ କରିଥିଲେ ।

ବରୁଣ ସୋବତୀ

ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଅଭିନେତା ବରୁଣ ସୋବତୀ ବର୍ଷ ୨୦୧୦ରେ ପଶମୀନ ମଞ୍ଚନଦାଙ୍କ ସହ ବିବାହ କରିଥିଲେ । ବରୁଣ ସୋବତୀ ଓ ତାଙ୍କର ପତ୍ନୀ ବହୁତ କମ ଏକତ୍ରିତ ନଜର ଆସନ୍ତି । କହିବାକୁ ଗଲେ ବରୁଣ ସୋବତୀ ସିରିୟଲ ‘ଇସ ପ୍ୟାର କୋ କ୍ୟା ନାମ ଦୁ’ ଓ ଅନ୍ୟ କେତେକ ଫିଲ୍ମ ଓ ୱେବ ସିରିଜରେ ବି ନଜର ଆସିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।