ମା ହେବା ପରେ ଗାୟବ ହୋଇଯାଇଥିଲେ ଟିଭିର ଏହି ହିରୋଇନମାନେ, ୩ନଂ ହିରୋଇନ ତ ରାଜ କରୁଥିଲେ ସମସ୍ତଙ୍କ ହୃଦୟରେ

ଦୁନିଆର ସମସ୍ତ ମହିଳା ଥରେ ମା ହେବାକୁ ନିଶ୍ଚିତ ଚାହାନ୍ତି । କହିବାକୁ ଗଲେ ଅଭିନୟ ଦୁନିଆରେ ବିବାହ ପରେ ବୋଧେ କୌଣସି ଅଭିନେତ୍ରୀଙ୍କର କ୍ୟାରିୟର ଆଗକୁ ବଢିଥାଏ । ପ୍ରାୟତଃ ସେମାନେ ନିଜର ଘର – ପରିବାରକୁ ସମ୍ଭାଳିବାରେ ଲାଗି ଯାଆନ୍ତି । ଟିଭି ଦୁନିଆରେ କିଛି ଏମିତି ହିଁ ହୋଇଥାଏ । କେତେକେ ପପୁଲାର ଅଭିନେତ୍ରୀ ଯାହାଙ୍କର କ୍ୟାରିୟର ଭଲ ଚାଲୁଥିଲା । କିନ୍ତୁ ଯେତେବେଳ ତାଙ୍କୁ ନିଜର ଗର୍ଭବତୀର ଖବର ମିଳିଲା ତେବେ ସେମାନେ

ସିରିୟଲରୁ ବ୍ରେକ ନେଇ ଗଲେ ଓ ଆଜି ପର୍ଯ୍ୟନ୍ତ ସେହି ସିରିୟଲକୁ ଫେରି ନାହାନ୍ତି । ତାଙ୍କ ଜାଗାରେ ଶୋ ପ୍ରୋଡ୍ୟୁସରକୁ ଅନ୍ୟ କାହାକୁ ହାୟର କରିବାକୁ ପଡିଲା । ଆଜି ଆମେ ଆପଣଙ୍କୁ କିଛି ଏହିଭଳି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ମା ହେବା ପରେ ଗାୟବ ହୋଇଗଲେ ଟିଭିର ଏହି ଅଭିନେତ୍ରୀମାନେ

ପରିଧି ଶର୍ମା

ଜୀଟୀବୀ ର ପପୁଲାର ଶୋ ଯୋଧା-ଅକବର ର ଯୋଧା ମାନେ ପରିଧି ଶର୍ମା ବି ୨୦୧୭ରେ ଏକ ପୁଅକୁ ଜନ୍ମ ଦେଲେ ଓ ଟିଭିର ଦୁନିଆରୁ ଦୂରେଇ ଗଲେ । କିନ୍ତୁ ଏହା ପରେ ବି ତାଙ୍କ ପାଖରେ ବହୁତ ସିରିୟଲର ଅଫର ଆସିଲା କିନ୍ତୁ ସେ ବର୍ତ୍ତମାନ ନିଜ ସମସ୍ତ ଧ୍ୟାନ ନିଜର ସନ୍ତାନ ଉପରେ ଦେଉଛନ୍ତି ।

ଦୀପିକା ସିଂହ

ସ୍ଟାର ପ୍ଲସ ର ମୋସ୍ଟ ପପୁଲାର ଶୋ ଦିୟା ଔର ବାତୀ ହମ ରେ ବିଂଦିୟା ର ଅଭିନୟ କରୁଥିବା ଦୀପିକା ସିଂହ ବି ଶୋକୁ ନିଜର ବିବାହ କାରଣରୁ ଛାଡି ଦେଇଥିଲେ ଓ କେବେ କେବେ ବି ସିରିୟଲରେ ଦେଖା ଯାଉ ଥିଲେ । କିନ୍ତୁ ବର୍ଷ ୨୦୧୭ରେ ମା ହେବା ପରେ ସେ ଟିଭିର ଦୁନିଆକୁ ପୂରାପୂରି ଛାଡି ଦେଲେ ।

ଦିଶା ବକାନୀ

ସବ ଚ୍ୟାନେଲର ସବୁଠୁ ପପୁଲର ଶୋ ତାରକ ମେହତା କା ଉଲ୍ଟା ଚଷମାରେ ଦୟା ବେନଙ୍କର ଅଭିନୟ କରୁଥିବା ଦିଶା ବକାନୀ ଗତ ଏକ ବର୍ଷ ହେବ ଶୋ ରୁ ଦୂରରେ ଅଛନ୍ତି । ସେ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଛନ୍ତି ଓ ବର୍ତ୍ତମାନ ସେ ଶୋ ଛାଡି ଦେଇଛନ୍ତି ।

ରୋଶନୀ ଚୋପଡ଼ା

ଛୋଟ ପରଦାରେ କେତେକ ପପୁଲର ରିଏଲିଟୀ ଶୋଜ ଓ କେତେକ ଡେଲୀ ଶୋପ୍ସରେ ନିଜର ଅଭିନୟ ଓ ଗ୍ଲୈମର ର ଜଲୱା ଦେଖାଇସାରିଥିବା ରୋଶନୀ ଚୋପଡ଼ା ଯେତେବେଳେ ଗର୍ଭବତୀ ହେଲେ ତେବେ ସେ ଟିଭିର ଦୁନିଆରୁ ଠାରୁ ନିଜକୁ ଦୂରେଇ ନେଲେ ଓ ନିଜର ସମସ୍ତ ସମୟ ନିଜ ସନ୍ତାନ ସହ ବିତାଇଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।