Funny Moments- ଏହି ମଜାଦାର ଭିଡିଓ ଦେଖି ଆପଣ ନ ହସି ରହି ପାରିବେନି

ଆଜିକାଲି ସମସ୍ତେ ନିଜ ଜୀବନରେ ଏତେ ବ୍ୟସ୍ତ ରହୁଛନ୍ତି କି ହସିବା ଭୁଲି ଯାଇଛନ୍ତି । କେତେବେଳେ ମହାମାରୀର ଭୟ ତ କେତେବେଳେ ଅଫିସ, ପରିବାର ଓ ବେରୋଜଗାରିର ଓ ପ୍ରେମର ଭୟ । ଏହାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ କିଛି ମଜାଦାର ଦୃଶ୍ୟ ନେଇ ଆସିଛୁ । ଇଣ୍ଟର୍ନେଟରେ ସବୁବେଳେ କୌଣସି ନା କୌଣସି ଭିଡିଓ ଭିଡିଓ ଭାଇରାଲ ହେଉଥାଏ । ଯେଉଁ ମଧ୍ୟରୁ କେତେକ ବହୁତ ମଜାଦାର ଭିଡିଓ ହୋଇଥାଏ । ଆଜି ଆମେ ଆପଣଙ୍କ ସେହିଭଳି କିଛି ଭିଡିଓ ନେଇ ଆସିଛୁ ।

ଏଠି ଗୋଟିଏ ଚିନି ଝିଅ ଏକ ସୁପରମାର୍କେଟ ବାହାରେ ଛିଡା ହୋଇ ଷ୍ଟିକ ଫୁଡ ଖାଉଥିଲା । କିନ୍ତୁ ଏହି ସମୟରେ ତା ହାତରୁ ଗୋଟିଏ ଷ୍ଟିକ ଫୁଡ ତଳେ ପଡିଗଲା । ଯାହାକୁ ସେ ତାକୁ ଫୋପାଡି ବଦଳରେ ରାସ୍ତାରୁ ଉଠାଇ ପାଖରେ ଛିଡା ହୋଇଥିବା ନିଜର ବନ୍ଧୁକୁ ଦେଇ ଦେଲା । ତାର ବନ୍ଧୁ ବି ଏହାକୁ ଖୁସି ଖୁସି ଖାଇବା ଆରମ୍ଭ କରି ଦେଲା । ଏହିଭଳି ବନ୍ଧୁ ସମସ୍ତଙ୍କ ପାଖରେ ଥିବା ଦରକାର ।

ଏହି ଦୃଶ୍ୟକୁ ଦେଖିଲେ ଆପଣଙ୍କ ହସ ଚାଲି ଆସିବ । ଭିଏତନାମର ଗୋଟିଏ ଝିଅ ନିଜ ବୟଫ୍ରେନ୍ଡ ସହ ଝଗଡା କରିବା ପରେ ରାଗି  ବର୍ଷାରେ ଗୋଟିଏ ବେଞ୍ଚରେ ଯାଇ ବସି ଯାଉଛି । କିଛି ସମୟ ପରେ ତାର ବୟଫ୍ରେନ୍ଡ ରେନିକୋଟ ନେଇ ତାକୁ ନେଇ ଯିବାକୁ ଆସୁଛି । କିନ୍ତୁ ଯେତେବେଳେ ଝିଅକୁ ବାରମ୍ବାର କହିବା ସତ୍ବେ ବି ମାନିଲା ନାହିଁ ତେବେ ବୟଫ୍ରେନ୍ଡ ନିଜର ରେନିକୋଟ ବାହାର କରି ଝିଅ ସାମ୍ନାରେ ବର୍ଷାରେ ନାଚିବାକୁ ଲାଗିଲା । ଯାହାକୁ ଦେଖି ତାର ଗର୍ଲଫ୍ରେନ୍ଡ ବି ହସିବାକୁ ଲାଗିଲା । ଶେଷରେ ଦୁଇ ଜଣ ସେଠୁ ଚାଲି ଗଲେ ।

ଏହି ଫୁଟେଜ ଏକ କ୍ଲବ ମ୍ୟାଚର ଅଟେ । ଯେଉଁଥିରେ ବ୍ୟାଟ୍ସମ୍ୟାନ ଓ ବୋଲର ଭଲ ବନ୍ଧୁ ଥିଲେ । କିନ୍ତୁ ମ୍ୟାଚ ସମୟରେ ସେମାନେ ବିପରୀତ ଟିମରେ ଖେଳୁଥିଲେ । ଏହା ପରେ ବ୍ୟାଟ୍ସମ୍ୟାନ ବୋଲରର ବଲରେ ଛକା ମାରିଦେଲା । ତେବେ ବୋଲର ବ୍ୟାଟ୍ସମ୍ୟାନର ଏତେ ରାଗିଗଲା କି ସେ ସେହି ସମୟରେ ତାର ପଛପଟୁ ତାକୁ ଗୋଟିଏ ଗୋଇଠା ମାରି ଦେଲା । ସବୁଠୁ ବଡ କଥା କି ବ୍ୟାଟ୍ସମ୍ୟାନ ବି କିଛି କହୁ ନ ଥିଲା ।

ଏହି ଫୁଟେଜରେ ଜଣେ ଝିଅ ରେଲୱେ ଷ୍ଟେସନରେ ନାଚି ନାଚି ଭିଡିଓ କରୁଥିଲା । ତାଙ୍କର ନାଚ ଦେଖି ସମସ୍ତେ ଆଚମ୍ବିତ ବି ହୋଇ ଯାଇ ଥିଲେ । କିନ୍ତୁ ଏହି ସମୟରେ ତାଙ୍କର ଗୋଟିଏ ଭିଡିଓ ବହୁତ ଭାଇରାଲ ହେଲା । ଗୋଟିଏ ଭିଡିଓରେ ନାଚିବା ସମୟରେ ଅଚାନକ ସେ ତଳେ ପଡି ଗଲେ ।

ଏହି ଦମ୍ପତ୍ତି ପ୍ରି ୱେଡିଂ ସୁଟ କରୁଥିଲେ । ଦୁଇ ଜଣ ବାହାଘରର ଡ୍ରେସ ପିନ୍ଧି କାଦୁଅ ମଝିରେ ଯାଇ ଫଟୋ ଉଠାଉ ଥିଲେ । କିନ୍ତୁ ଦୁଇ ଜଣ କାଦୁଅରେ ପଡି ଗଲେ ।