ଯେତେବେଳେ ଡାକ୍ତରମାନେ ମହାନାୟକଙ୍କୁ ମୃତ ଭାବି ଜୟା ବଚ୍ଚନଙ୍କୁ ଦେଇଦେଲେ ଖବର, କହିଲେ ଶେଷଥର ତାଙ୍କୁ ଦେଖି ନିଅନ୍ତୁ ଆଉ ତା ପରେ…

୨୪ ସେପ୍ଟେମ୍ବର, ୨୦୧୯ ରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍କେ ପୁରଷ୍କାର ଦ୍ଵାରା ସମ୍ମାନିତ କରାଯିବା ପାଇଁ ଘୋଷଣା କରାଯାଇଥିଲା । ଦାଦା ସାହେବ ଫାଲ୍କେ ପୁରଷ୍କାରକୁ ସିନେମା ଜଗତର ସବୁଠୁ ବଡ ସମ୍ମାନ ବୋଲି କୁହାଯାଏ ଓ ଏହା ଘୋଷଣା ହେବା ପରେ ତାଙ୍କର ଫ୍ୟାନମାନେ ବି ବହୁତ ଖୁସି ହୋଇ ଯାଇଥିଲେ । କହିବାକୁ ଗଲେ ଏହି ତାରିଖ ସହ ବିଗ ବିଙ୍କର ବହୁତ ଗଭୀର ସମ୍ପର୍କ ଅଛି ।

ଯେତେବେଳ ଡାକ୍ତରମାନେ ମହାନାୟକଙ୍କୁ ମୃତ ଭାବି ଜୟା ବଚ୍ଚନଙ୍କୁ ଦେଲେ ଖବର, ଏହା ପରେ କଣ ହେଲା ଏହା ଆପଣ ନିଶ୍ଚିତ ଜାଣିବା ଉଚିତ ।

ଯେତେବେଳେ ଡାକ୍ତରମାନେ ମହାନାୟକଙ୍କୁ ମୃତ ଭାବି ଜୟା ବଚ୍ଚନଙ୍କୁ ଦେଲେ ଖବର

୨୪ ସେପ୍ଟେମ୍ବର, ୧୯୮୨ ରେ ଅମିତାଭ ବଚ୍ଚନ ମୁର୍ତ୍ୟୁକୁ ହରାଇ ନିଜ ଘରକୁ ଫେରି ଆସିଥିଲେ । ୨୬ ଜୁଲାଇ ୧୯୮୨ ରେ ମନମୋହନ ଦେସାଈଙ୍କର ଫିଲ୍ମ କୁଲୀ ର ଶୁଟିଙ୍ଗ ସମୟରେ ଅଭିନେତା ପୁନୀତ ଇସ୍ସରଙ୍କ ସହିତ ଅମିତାଭ ବଚ୍ଚନ ଏକ ଫାଇଟ ସିନ କରୁଥିଲେ । ଏହି ସମୟରେ ଅମିତାଭ ବଚ୍ଚନଙ୍କୁ ବହୁତ ଆଘାତ ଲାଗିଥିଲା ଓ ସଙ୍ଗେ ସଙ୍ଗେ ତାଙ୍କୁ ବୈଂଗଲୁର ର ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

ଏହା ପରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତି କରାଗଲା । କହିବାକୁ ଗଲେ ବିଗ ବିଙ୍କର ଅନ୍ତ ଫାଟି ଯାଇଥିଲା । ଏହି ଦୁର୍ଘଟଣାରେ ବିଗ ବିଙ୍କର ଏମିତି ସମୟ ଆସିଲା କି ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ ବି କରି ଦେଇଥିଲେ । ୨ ଅଗଷ୍ଟ ୨୦୧୫ରେ ଲେଖାଯାଇଥିବା ଅମିତାଭ ବଚ୍ଚନଙ୍କର ବ୍ଲଗରେ ଏହି ଘଟଣା ବିଷୟରେ କୁହାଯାଇଛି । ବିଗ ବି ଲେଖିଲେ କି ଦୁର୍ଘଟଣା ର ୮ ଦିନ ମଧ୍ୟରେ ଦୁଇଟି ସର୍ଜରୀ ହୋଇସାରିଥିଲା ।

ଏତିକି ନୁହେଁ ଡାକ୍ତରମାନେ ଜୟା ବଚ୍ଚନଙ୍କୁ ଏହା କହି ICUକୁ ପଠାଇ ଥିଲେ କି ବିଗ ବି ଦୁନିଆ ଛାଡିବା ପୂର୍ବରୁ ଆପଣ ତାଙ୍କୁ ଦେଖା କରି ନିଅନ୍ତୁ । ତଥାପି ଡାକ୍ତର ଉଦବାଡିୟା ଶେଷ ଥର ପାଇଁ ଚେଷ୍ଟା ଜାରି ରଖିଲେ, ଡାକ୍ତରମାନେ ତାଙ୍କୁ ବ ଆହୁତ କର୍ଟିସନ ଇଂଜେକ୍ସନ ଦେଲେ, ଯାହା ପରେ ଚମତ୍କାର ହେଲା ଓ ଅମିତାଭ ବଚ୍ଚନଙ୍କର ଗୋଡ ଆଙ୍ଗୁଠିରେ ହଲଚଲ ଦେଖା ଯାଇଥିଲା ଓ ଏହି ଜିନିଷକୁ ସର୍ବ ପ୍ରଥମେ ଜୟା ବଚ୍ଚନ ନୋଟିସ କରିଲେ ଓ କହିଲେ, ‘ଦେଖନ୍ତୁ, ସେ ଜୀବିତ ଅଛନ୍ତି ।“

ତା’ପରେ ଅମିତାଭ ବଚ୍ଚନ ହୋସରେ ଆସିଲେ ଓ ତାଙ୍କୁ ଘରକୁ ଯିବା ପାଇଁ ଦୁଇ ମାସ ଲାଗିଥିଲା । ମୁର୍ତ୍ୟୁକୁ ହରାଇ ୨୪ ସେପ୍ଟେମ୍ବର, ୧୯୮୨ ରେ ବିଗ ବି ନିଜ ଘରେ ପହଞ୍ଚିଲେ ଓ ଘରେ ପହଞ୍ଚି ଯେମିତି ହିଁ ସେ ନିଜର ପିତା ଡା. ହରିୱଂଶ ରାୟ ବଚ୍ଚନଙ୍କୁ ଦେଖିଲେ, ତେବେ ସେ ତାଙ୍କୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ । ନୂଆ ଜୀବନ ମିଳିବା ପରେ ବିଗ ବି ଏହି ଲେଖା ମାଧ୍ୟମରେ ସମସ୍ତଙ୍କୁ ଧନ୍ୟବାଦ କରିଥିଲେ ।

ଏହା ସମସ୍ତଙ୍କର ପ୍ରାର୍ଥନା ଓ ଡାକ୍ତରମାନଙ୍କର ପରିଶ୍ରମର ଫଳ ଥିଲା, ଯାହା ଦ୍ଵାରା ବିଗ ବି ଏତେ ବଡ ଦୁର୍ଘଟଣାରୁ ବଞ୍ଚି ଫେରି ଆସିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।