ନାବାଳିକା ଅବସ୍ଥାରେ ହିଁ ଗର୍ଭବତୀ ହୋଇ ଯାଇଥିଲେ ଏହି ପ୍ରସିଦ୍ଧ ହିରୋଇମାନେ, ସବୁଠୁ କମ ଥିଲା ନମ୍ବର ୧ଙ୍କ ବୟସ

ମା’ ହେବା ପାଇଁ ସବୁ ଝିଅଙ୍କର ସ୍ଵପ୍ନ ଥାଏ । କହିବାକୁ ଗଲେ ଗୋଟିଏ ଝିଅ ସେତେବେଳେ ପୂର୍ଣ୍ଣ ହୋଇଥାଏ ଯେତେବେଳେ ସେ ମା’ ହୋଇଥାଏ । ମା’ ହେବା ଏକ ଝିଅ ପାଇଁ ବରଦାନ ହୋଇଥାଏ କିନ୍ତୁ ଏହି ବରଦାନ ତା’ ପାଇଁ ଅଭିଶାପ ହୋଇଯାଏ ଯେତେବେଳେ ସେ ବିବାହ ନ କରି କିମ୍ବା ବହୁତ କମ ବୟସରେ ହିଁ ମା’ ହୋଇଯାଏ । ଯଦି କୌଣସି ଝିଅ ସହିତ ଏହିଭଳି ହୋଇଥାଏ ତେବେ ତା’ର ବଞ୍ଚିବା ବହୁତ କଷ୍ଟସାଧ୍ୟ ହୋଇଥାଏ ।

ଯଦି ବଲୀଉଡର କଥା କହିବା ତେବେ ବିବାହ ନ କରି ମା’ ହେବା ଏହା ସାଧାରଣ କଥା ଅଟେ । ଏମିତିରେ ଆଜି ଆମେ ଆପଣଙ୍କୁ ଟିଭି ଓ ବଲୀଉଡ ଇଣ୍ଡଷ୍ଟ୍ରିର ସେହି ଅଭିନେତ୍ରୀମାନଙ୍କ ସହ ସାକ୍ଷାତ କରାଇବୁ ଯେଉଁମାନେ ବହୁତ କମ ବୟସରେ ହିଁ ନିଜ ଇଚ୍ଛାରେ ମା’ ହେବା ପାଇଁ ନିଷ୍ପତି ନେଇଥିଲେ । ଏହି ଅଭିନେତ୍ରୀମାନେ ନାବାଳିକା ଅବସ୍ଥାରେ ହିଁ ମା’ ହୋଇ ଯାଇଥିଲେ ।

ଉର୍ବଶୀ ଢୋଲକିୟା

ଉର୍ବଶୀ ଢୋଲକିୟା ଛୋଟ ପରଦାର ଏକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଉର୍ବଶୀ ନିଜର ପ୍ରଫେଶନଲ ଲାଇଫରେ ଯେତେ ନାଁ କରିଲେ, ତାଙ୍କର ପର୍ସନଲ ଲାଇଫ ସେତିକି ହିଁ ଖରାପ ଥିଲା । କହିଦେଉଛୁ କି ମାତ୍ର ୧୫ ବର୍ଷରେ ହିଁ ସେ ବିବାହ କରି ନେଇଥିଲେ ଓ ୧୬ ବର୍ଷରେ ହିଁ ଦୁଇଟି ଯାଆଁଳା ଶିଶୁ ସାଗର ଓ କ୍ଷିତିଜଙ୍କର ମା’ ହୋଇଥିଲେ । କିନ୍ତୁ ବିବାହର ୧.୫ ବର୍ଷ ପରେ ଉର୍ବଶୀଙ୍କର ଡିଭୋର୍ସ ହୋଇଗଲା ଓ ଏହା ପରେ ସେ ନିଜେ ହିଁ ଦୁଇ ଶିଶୁଙ୍କର ପାଳନ ପୋଷଣ କରିଥିଲେ ।

ଭାଗ୍ୟଶ୍ରୀ

ଫିଲ୍ମ ‘ମୈନେ ପ୍ୟାର କିୟା’ ରୁ ସମସ୍ତଙ୍କର ହୃଦୟ ଜିତିଥିବା ଭାଗ୍ୟଶ୍ରୀ ଏକ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି । କହିଦେଉଛୁ କି ୧୯୯୦ରେ ଭାଗ୍ୟଶ୍ରୀ ବିଜିନେସମ୍ୟାନ ହିମାଲୟ ଦସାନୀଙ୍କୁ ବିବାହ କରିନେଇଥିଲେ । ଆଜି ଭାଗ୍ୟଶ୍ରୀଙ୍କର ୨ ଟି ସନ୍ତାନ ଅଛନ୍ତି । ଭାଗ୍ୟଶ୍ରୀ ପ୍ରଥମ ଥର ୧୭ ବର୍ଷ ବୟସରେ ମା’ ହୋଇଥିଲେ । କୁହାଯାଉଥିଲା କି ହିମାଲୟ ଦସାନୀଙ୍କ ସହ ବିବାହ ପୂର୍ବରୁ ହିଁ ସେ ଗର୍ଭବତୀ ଥିଲେ ।

ଡିଂପଲ କପାଡ଼ିୟା

ଡିଂପଲ କପାଡ଼ିୟା ନିଜ ଜମାନାରେ ସବୁଠୁ ହଟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ । ୧୬ ବର୍ଷ ବୟସରେ ହିଁ ଡିଂପଲ ସୁପରଷ୍ଟାର ରାଜେଶ ଖନ୍ନାଙ୍କୁ ବିବାହ କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମାର୍ଚ୍ଚ ୧୯୭୩ରେ ବିବାହ କରିଥିବା ଡିଂପଲ ଡିସେମ୍ବର ୧୯୭୩ରେ ଟ୍ୱିଂକଲଙ୍କର ମା’ ହୋଇଗଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।