ଯଦି 1993 ରେ ବ୍ଳାଷ୍ଟ ନ ହୋଇଥାନ୍ତା ତେବେ ଡକ୍ଟର ନେନେ ନୁହେଁ ବରଂ Sanjay Dutt ଙ୍କ ପତ୍ନୀ ହୋଇଥାନ୍ତେ Madhuri Dixit

ଫିଲ୍ମରେ ଏକାଠି କାମ କରୁ କରୁ ଅନେକ ସମୟରେ ଅଭିନେତା ଓ ଅଭିନେତ୍ରୀ ପରସ୍ପରର ନିକଟତର ହୋଇଯାନ୍ତି ଓ ଦେଖୁ କ୍ଦେହୁ ପରସ୍ପରର ପ୍ରେମରେ ପଡିଯାନ୍ତି । ଖଲନାୟକ ସଞ୍ଜୟ ଦତ୍ତ ଓ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ କାହାଣୀ ମଧ୍ୟ କିଛି ଏମିତି ଥିଲା । ୯୦ ଦଶକରେ ସଞ୍ଜୟ ଦତ୍ତ ଓ ମାଧୁରୀ ସବୁଠୁ ଲୋକପ୍ରିୟ ଅନସ୍କ୍ରିନ କପଲ୍ ମାନଙ୍କ ମଧ୍ୟରୁ ଗୋଟିଏ ଥିଲେ । ସାଜନ ଓ ଖଲନାୟକ ପରି ଫିଲ୍ମରେ ସେମାନଙ୍କର ସିଜଲିଙ୍ଗ କେମିଷ୍ଟ୍ରି ଦେଖିବା ପରେ ସେମାନେ ରିଲେଶନରେ ଥିବା ସମସ୍ତେ ଚର୍ଚ୍ଚା କରିବାକୁ ଲାଗିଥିଲେ ।

ସେମାନଙ୍କ ଲଭ ଷ୍ଟୋରି ଓ ବିବାହ ଖବର ମଧ୍ୟ ସବୁଆଡେ ନି-ଆଁ ଭଳି ବ୍ୟାପୀ ଯାଇଥିଲା । ମାଧୁରୀ ଏହି ମା-ମ-ଲା-ରେ ସବୁବେଳେ ଚୁପ ରହୁଥିବା ବେଳେ ସଞ୍ଜୟ ଅନେକ ସମୟରେ ମାଧୁରୀଙ୍କ ଖୋଲାଖୋଲି ପ୍ରଶଂସା କରୁଥିଲେ । ତେବେ ସେମାନଙ୍କ ବିବାହ ହେବାର ଥିଲା କିନ୍ତୁ ହଠାତ ଏମିତି କିଛି ଘ-ଟି-ଥି-ଲା ଯେ ସେମାନେ ଅଲଗା ହୋଇ ଯାଇଥିଲେ । ମାଧୁରୀଙ୍କ ପ୍ରେମରେ ପା-ଗ-ଳ ହେବା ପୂର୍ବରୁ ହିଁ ସଞ୍ଜୟ ଦତ୍ତ ବିବାହିତ ଥିଲେ । ତାଙ୍କ ବିଷୟରେ ଜାଣିବା ପରେ ମଧ୍ୟ ମାଧୁରୀ ତାଙ୍କୁ ଭଲ ପାଇ ବସିଥିଲେ ।

ତେବେ ସେମାନଙ୍କ ପ୍ରେମ କାହାଣୀ ବିଷୟରେ ମାଧୁରୀଙ୍କ ଘରଲୋକଙ୍କୁ ଜଣାପଡିବା ପରେ ସେମାନେ ଏହାକୁ ନେଇ ଖୁବ ନାରାଜ ହୋଇଥିଲେ ଓ ବି-ରୋ-ଧ କରିଥିଲେ । କିନ୍ତୁ ସଞ୍ଜୟଙ୍କ ପାଇଁ ମାଧୁରୀ ନିଜ ପରିବାର ସହ ମଧ୍ୟ ଲ-ଢି-ବା-କୁ ପ୍ରସ୍ତୁତ ଥିଲେ । ଆପଣଙ୍କୁ ଜଣାଇ ରଖୁଛୁ ଯେ, ୧୯୯୩ ରେ ମୁମ୍ବାଇରେ ବ-ମ୍ ବ୍ଳା-ଷ୍ଟ ହୋଇଥିଲା ଓ ସେଥିରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିଲା । ଏହି ବ୍ଳା-ଷ୍ଟରେ ଅଭିନେତା ସଞ୍ଜୟ ଦତ୍ତଙ୍କ ନାମ ମଧ୍ୟ ଆସିଥିଲା । ଯାହାଫଳରେ ତାଙ୍କୁ ଜେ-ଲ୍ ଯିବାକୁ ପଡିଥିଲା ।

ସଞ୍ଜୟ ଦତ୍ତ ଗି-ର-ଫ ହେବା ପରେ ମାଧୁରୀ ସବୁଦିନ ପାଇଁ ତାଙ୍କ ଠାରୁ ନିଜକୁ ଅଲଗା କରି ଦେଇଥିଲେ । ଖବର ଅନୁସାରେ ଯେତେବେଳେ ସଞ୍ଜୟ ଦତ୍ତ ଜେ-ଲ୍ ରୁ ଫୋନ କରି ମାଧୁରୀଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ, ମାଧୁରୀ ତାଙ୍କୁ ଚିହ୍ନି ନଥିବା ସିଧାସଳଖ କହି ଦେଇଥିଲେ । ଏହାପରେ ସଞ୍ଜୟ ଦତ୍ତ ଅନେକ ଥର ମଧୁରୀଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ, କିନ୍ତୁ ମାଧୁରୀ କିଛି ତାଙ୍କୁ କିଛି ଉତ୍ତର ଦେଇ ନଥିଲେ ।

ସେତେବେଳେ ୧୬ ମାସ ପର୍ଯ୍ୟନ୍ତ ସଞ୍ଜୟ ଦତ୍ତ ଜେ-ଲ୍ ରେ ରହିଥିଲେ । ସେହି ସମୟରେ ମାଧୁରୀ ତାଙ୍କୁ ଭେଟିବାକୁ ଯାଇ ନଥିଲେ କି ସେ ଫେରିବା ପରେ ମଧ୍ୟ ତାଙ୍କ ସହ ଦେଖା କରି ନଥିଲେ । ସେବେଠାରୁ ସେମାନଙ୍କ ସମ୍ପର୍କ ଶେଷ ହୋଇ ଯାଇଥିଲା ଓ ମାଧୁରୀ ୧୯୯୯ରେ ଆମେରିକାର କାର୍ଡିଓ ସର୍ଜନ ଶ୍ରୀରାମ ମାଧବ ନେନେଙ୍କୁ ବିବାହ କରି ନେଇଥିଲେ । ସେହିପରି ସଞ୍ଜୟ ମଧ୍ୟ ଜେ-ଲ୍ ରୁ ବାହାରିବା ପରେ ନିଜ ଜୀବନରେ ଆଗକୁ ବଢିଥିଲେ ।

ପ୍ରାୟ ୨୬ ବର୍ଷ କାଳ ସେମାନେ ପରସ୍ପର ଠାରୁ ଦୂରେଇ ରହିବା ପରେ ୨୦୧୯ ରେ ଏହି ଯୋଡି କରଣ ଜୋହରଙ୍କ ଫିଲ୍ମ ‘କଲଙ୍କ’ ରେ ଏକାଠି କାମ କରିଥିଲେ । ଏହି ଫିଲ୍ମ ସେତେବେ ଭଲ ଚାଲି ନଥିଲେ ଏହି ଯୋଡିଙ୍କୁ ଏକାଠି ଦେଖି ଫ୍ୟାନ୍ସ ଖୁବ ଖୁସି ହୋଇଥିଲେ । ଆପଣଙ୍କୁ ସଞ୍ଜୟ ଓ ମାଧୁରୀଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।