କ୍ରିକେଟ ପଡିଆରେ କମାଲ ଦେଖାଇଲା ସୈଫ ଅଲୀ ଖାନଙ୍କର ପୁଅ, ଯମେଇକି ଲଗେଇଲା ଚୌକା – ଛକା

ବଲୀଉଡର ନବାବ ସୈଫ ଅଲୀ ଖାନଙ୍କର ଝିଅ ସାରା ଅଲୀ ଖାନ ଯେଉଁଠି ଗୋଟିଏ ପଟେ ଫିଲ୍ମରେ ଧମାଲ ମଚାଉଛନ୍ତି, ଅନ୍ୟ ପଟେ ତାଙ୍କର ପୁଅ ଇବ୍ରାହିମ କ୍ରିକେଟ ପଡିଆରେ କମାଲ ଦେଖାଉଛନ୍ତି । ସୈଫ ଅଲୀ ଖାନଙ୍କର ପୁଅ କ୍ରିକେଟର ହେବାକୁ ଚାହାନ୍ତି । ଯେଉଁଥିପାଇଁ ସେ କିଛି ଦିନ ହେବ କ୍ରିକେଟ ଶିଖୁଛନ୍ତି ।

ଏହା ଛଡା କ୍ରିକେଟରେ ତାଙ୍କର ରୁଚି ଦେଖି ସୈଫ ଅଲୀ ଖାନ ନିଜେ ତାଙ୍କୁ ସପୋର୍ଟ କରୁଛନ୍ତି । ସେ ଜଣେ ସଫଳ କ୍ରିକେଟର ହେବାକୁ ଚେଷ୍ଟା କରୁଛନ୍ତି ।

ସୈଫ ଅଲୀ ଖାନଙ୍କର ପୁଅ ଇବ୍ରାହିମ ନିଜ ପିତାଙ୍କ ପରି କଳକାର ନୁହେଁ, ସେ ନିଜ ଜେଜେବାପା ମଂସୂର ଅଲୀ ଖାନ ପଟୌଦୀଙ୍କ ଭଳି କ୍ରିକେଟର ହେବାର ସ୍ଵପ୍ନ ଦେଖୁଛନ୍ତି । ସେଥିପାଇଁ ସେ କ୍ରିକେଟ ପଡିଆରେ ବହୁତ ଝାଳ ବି ବାହାର କରୁ ଛନ୍ତି । ପୁଅର ସାହସ ବଢାଇବା ପାଇଁ ନିଜେ ସୈଫ ଅଲୀ ଖାନ କ୍ରିକେଟ ପଡିଆକୁ ଯାଆନ୍ତି ।

କ୍ରିକେଟର ହେବାକୁ ଚାହାନ୍ତି ଇବ୍ରାହିମ ଅଲୀ ଖାନ

ସୈଫ ଅଲୀ ଖାନଙ୍କର ପୁଅ ଇବ୍ରାହିମ ମାତ୍ର ୧୮ ବର୍ଷର ଅଟନ୍ତି । କେତେ ଥର କ୍ରିକେଟ ପଡିଆରେ ଇବ୍ରାହିମଙ୍କର ସଟ ଉପରେ ତାଳି ମାରୁ ଥିବାର ବି ସୈଫ ନଜର ଆସିଛନ୍ତି । ଏହା ସହିତ ସୈଫ ଇବ୍ରାହିମକୁ କ୍ରିକେଟ ବିଷୟରେ ବି କୁହନ୍ତି ।

କ୍ରିକେଟ ପଡିଆରୁ ଭାଇରାଲ ହେଉଛି ସୈଫ ଅଲୀ ଖାନଙ୍କର ଏହି ଭିଡିଓ

ବର୍ତ୍ତମାନ କିଛି ଦିନ ତଳେ ସୈଫ ଅଲୀ ଖାନ ନିଜ ପୁଅର ମ୍ୟାଚ ଦେଖିବା ପାଇଁ କ୍ରିକେଟ ଷ୍ଟାଡିୟମ ଯାଇଥିଲେ । ଇବ୍ରାହିମକୁ ବ୍ୟାଟିଙ୍ଗ କରୁଥିବାର ଦେଖି ସୈଫ ଭିଡିଓରେ ବହୁତ ଖୁସି ନଜର ଆସୁଥିଲେ । ଫଟୋରେ ସୈଫ ଏକ ଚେୟାରରେ ବସି ମ୍ୟାଚ ଦେଖୁଛନ୍ତି ଓ ଇବ୍ରାହିମ ପଡିଆରେ ବହୁତ ଚୌକା – ଛକା ମାରୁଛନ୍ତି ।

ସାବତ ମା’ କରିନାଙ୍କ ସହିତ ବି ଅଛି ଜବରଦସ୍ତ ଟ୍ୟୁନିଂଗ

ସୈଫ ଅଲୀ ଖାନ ଓ ଅମୃତାଙ୍କର ପିଲା ସାରା ଓ ଇବ୍ରାହିମଙ୍କର ଟ୍ୟୁନିଂଗ କରୀନା କପୂରଙ୍କ ସହିତ ଜବରଦସ୍ତ ଅଛି । ସାରା ଓ ଇବ୍ରାହିମ ସହିତ କରିନାଙ୍କୁ କେତେ ଥର ପାର୍ଟିରେ ଦେଖା ଯାଇଛି । ଏହା ଛଡା ସେ ନିଜର ସାବତ ମା’ କରିନାଙ୍କୁ ବି ବହୁତ ଭଲ ପାଆନ୍ତି । କରୀନା କପୂର ବି ସାରା ଓ ଇବ୍ରାହିମକୁ ବି ସେତିକି ଭଲ ପାଆନ୍ତି ଯେତିକି ସେ ତୈମୂର କୁ ଭଲ ପାଆନ୍ତି ।

ଆଶା କରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆଗକୁ ଏମିତି ଅନେକ ନୂଆ ନୂଆ ଲେଖା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।