NCB ଆଗରେ ରକୁଲ ପ୍ରିତ ମାନିଲେ ରିୟାଙ୍କ ସହିତ ଡ୍ରଗ୍ସଚ୍ୟାଟ କରିଥିଲେ, କହିଲେ ମୁ କେବଳ…

ଅଭିନେତ୍ରୀ ରକୁଲ ପ୍ରିତ ସିଂ ଙ୍କୁ ଆଜି ୪ ଘଣ୍ଟା ଜେରା କରିଛି NCB । ରିୟା ଙ୍କ ସହିତ ଚ୍ୟାଟ କରିଥିବା ବାବଦରେ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ତଦନ୍ତ ଅଧିକାରୀ । ଜେରା ବେଳେ ରିୟା ଙ୍କ ସହିତ ଚ୍ୟାଟ କରିଥିବା ସ୍ବୀକାର କରିଥିଲେ ରକୁଲ ପ୍ରିତ । କିନ୍ତୁ ସେ ଡ୍ରଗ କେବେ ମଧ୍ୟ ନେଇନାହାନ୍ତି ଏବଂ ତାଙ୍କର କୌଣସି ଡ୍ରଗ ମାଫିଆ ଙ୍କ ସହିତ କୌଣସି ସମ୍ପର୍କ ନାହିଁ ବୋଲି ତଦନ୍ତକାରୀ ସଂସ୍ଥା କୁ କହିଛନ୍ତି ରକୁଲ ପ୍ରିତ ।

ରକୁଲ କହିଛନ୍ତି ସେ ଡ୍ରଗ୍ସ ବିଷୟରେ କିଛି ମଧ୍ୟ ଜାଣିନାହାନ୍ତି । ସେ କେବେ ମଧ୍ୟ ଡ୍ରଗ୍ସ ଦେଖିନାହାନ୍ତି । ରକୁଲ କହିଛନ୍ତି ତାଙ୍କୁ ଫସା ଯାଉଛି କାରଣ ସେ ଡ୍ରଗ୍ସ ମାମଲାରେ ସାମିଲ ନାହାନ୍ତି । ଗତ କାଲି ସମନ ମିଳିବା ପରେ ଆଜି NCB ଅଫିସ ରେ ହାଜିର ହୋଇଥିଲେ ବଲିଉଡ ଅଭିନେତ୍ରୀ ରକୁଲ ପ୍ରିତ ।

ରକୁଲ ପ୍ରିତ ଙ୍କ ପରେ NCB ଅଫିସ ରେ ହାଜିର ହୋଇଥିଲେ ଦୀପିକା ପାଦୁକୋନ ଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ।ତାଙ୍କୁ ମଧ୍ୟ ଡ୍ରଗ୍ସ ମାମଲାରେ ସମନ ଯାଇଥିଲା । ସେ ବି ଚ୍ୟାଟ କରିଥିଲେ ରିୟା ଙ୍କ ସହିତ ।

କରିସ୍ମା ଙ୍କ ପରେ ପରେ ପହଞ୍ଚିଥିଲେ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ର ସହ ନିର୍ଦ୍ଦେଶକ ଅନୁଭବ ଚୋପ୍ରା । ଆସନ୍ତା କାଲି ଦୀପିକା ଙ୍କ ପାଳି । ଶ୍ରଦ୍ଧା କପୁର ଏବଂ ସାରା ଅଲି ଖାନ ଙ୍କୁ ମଧ୍ୟ ଆସନ୍ତା କାଲି ଜେରା କରିବ NCB ଟିମ । ଏହି ୩ ଅଭିନେତ୍ରୀ ବର୍ତମାନ ମୁମ୍ବାଇରେ ।

ଏମାନେ ସମସ୍ତେ ରିୟା ଙ୍କ ସହିତ ଡ୍ରଗ୍ସ ମାମଲାକୁ ନେଇ କଥା ହୋଇଥିଲେ ଏବଂ ଚ୍ୟାଟ କରିଥିଲେ । ଖୋଲୁଛି ଡ୍ରଗ୍ସ କାହାଣୀ । ରିୟା ଙ୍କୁ ଗିରଫ କରିବା ପରେ ଧିରେ ଧିରେ ସାମ୍ନାକୁ ଆସୁଛନ୍ତି ଗୋଟେ ପରେ ଗୋଟେ ବଲିଉଡ ର ନାମି ଦାମି ଅଭିନେତ୍ରୀ । CBI ସୁଶାନ୍ତ ସିଂ ରାଜପୁତ ଙ୍କୁ ଜବରଦସ୍ତି ଡ୍ରଗ୍ସ ଦେବା ମାମଲାକୁ ତଦନ୍ତ କରିବା ପରେ ବହୁତ ବଡ଼ ବଡ଼ ଅଭିନେତ୍ରୀ, ନିର୍ଦ୍ଦେଶକ ମାନଙ୍କ ନାମ ସାମ୍ନାକୁ ଆସିଛି ।

ଖୁବ ଶୀଘ୍ର ଆହୁରି ବଡ଼ ବଡ଼ ଲୋକଙ୍କ ନା ସାମ୍ନାକୁ ଆସିବାକୁ ଯାଉଛି । NCB ଟିମ ଖୁବ ଜୋର ସୋର ରେ କେସ ସଳ୍ଭ କରିବାକୁ ଲାଗିପଡିଛି । ଏବଂ ଆମର ଆଶା ଖୁବ ଶୀଘ୍ର ଏହି ମାମଲା ଶେଷ ହେବ ଏବଂ ଡ୍ରgs ମାଫିଆ ଏବଂ ତାଙ୍କ ସହିତ ଯୋଡ଼ି ରହିଥିବା ଲୋକଙ୍କୁ କଠୋର ରୁ କଠୋର ଦଣ୍ଡ ନିଶ୍ଚିନ୍ତ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।