‘ପ୍ରସ୍ଥାନମ’ ରିଲିଜ ହେବା ପୂର୍ବରୁ ଅମାୟରାଙ୍କ ବୋଲ୍ଡ ଫଟୋଶୁଟ, ଦେଖନ୍ତୁ ତାଙ୍କର କିଛି ରୋମାଞ୍ଚକ ଫଟୋ

ବଲୀଉଡରେ ମଲ୍ଟୀଷ୍ଟାରର ଫିଲ୍ମ ବହୁତ ସମୟ ପୂର୍ବରୁ ପ୍ରସ୍ତୁତ ହୋଇ ଆସୁଛି । ପୁଣି ଥରେ ସଞ୍ଜୟ ଦତ୍ତଙ୍କ ପ୍ରଡକ୍ସନରେ ପ୍ରସ୍ତୁତ ବଲୀଉଡର ମଲ୍ଟୀଷ୍ଟାରର ଫିଲ୍ମ ‘ପ୍ରସ୍ଥାନମ’ ୨୦ ସେପ୍ଟେମ୍ବରରେ ରିଲିଜ ହେଇଅଛି । ଫିଲ୍ମ ‘ପ୍ରସ୍ଥାନମ’ରେ ଅଭିନେତ୍ରୀ ଅମାୟରା ଦ୍ଵିତୀୟ ମୁଖ୍ୟ ରୋଲରେ ନଜର ଆସିବେ । କିନ୍ତୁ ଫିଲ୍ମ ‘ପ୍ରସ୍ଥାନମ’ ରିଲିଜ ହେବା ପୂର୍ବରୁ ହିଁ ଅମାୟରା କରାଇଥିଲେ ବୋଲ୍ଡ ଫଟୋଶୁଟ ।

ଅମାୟରା କରାଇଲେ ବୋଲ୍ଡ ଫଟୋଶୁଟ

ଫିଲ୍ମ କାଲାକାଂଡୀ, ରାଜମା ଚାୱଲ ଓ ଜଜମେଂଟଲ ହୈ କ୍ୟା ଭଳି ଫିଲ୍ମରେ କାମ କରିସାରିଥିବା ଅମାୟରା ଦସ୍ତୂର ବର୍ତ୍ତମାନ ସଞ୍ଜୟ ଦତ୍ତଙ୍କର ଫିଲ୍ମ ‘ପ୍ରସ୍ଥାନମ’ରେ ନଜର ଆସିବେ । କହିବାକୁ ଗଲେ ଫିଲ୍ମ ‘ପ୍ରସ୍ଥାନମ’ ରିଲିଜ ହେବା ପୂର୍ବରୁ ଅମାୟରା ଦସ୍ତୂର ଫିଲ୍ମକୁ ନେଇ ଏକ ବହୁତ ବଡ କଥା କହିଛନ୍ତି । ଏକ ଇଣ୍ଟରଭ୍ୟୁରେ ଅମାୟରା ଦସ୍ତୂର ଫିଲ୍ମ ସହ ଜଡିତ ବିଭିନ୍ନ ରହସ୍ୟ ବିଷୟରେ କହିଲେ ।

ଫିଲ୍ମ ସହିତ ଅମାୟରା ଦସ୍ତୂର ନିଜର ଲେଟେସ୍ଟ ଫୋଟୋଶୁଟ ପାଇଁ ବି ଚର୍ଚାରେ ଅଛନ୍ତି । ଅମାୟରା କହିଲେ କି ସେ ସବୁବେଳେ ନିଜ କ୍ୟାରିୟରରେ ଏକ ମାସ ଏଂଟରଟେନର ଫିଲ୍ମ କରିବାକୁ ଚାହୁଁଥିଲେ ।

ଅମାୟରା କହିଲେ କି, ଯେତେବେଳେ ଏହି ଫିଲ୍ମର ପ୍ରଡ୍ୟୁସର ମୋ ସହିତ ସମ୍ପର୍କ କରିଲେ ତେବେ ସେହି ସମୟରେ ମୁଁ ବହୁତ ଉତ୍ସାହିତ ହୋଇଗଲି । କାରଣ ଏହି ଫିଲ୍ମରେ ବହୁତ ବଡ ବଡ ଷ୍ଟାରମାନେ ଥିଲେ ଓ ଏହି ଫିଲ୍ମର କାହାଣୀ ବି ଭଲ ଥିଲା । ମୁଁ ନିଜ କ୍ୟାରିୟରରେ ଏହିଭଳି ମସାଲା ଫିଲ୍ମ ଆଜି ପର୍ଯ୍ୟନ୍ତ କରି ନ ଥିଲି । ସେଥିପାଇଁ ମୁଁ ‘ପ୍ରସ୍ଥାନମ’ ପାଇଁ ହଁ କହିଦେଲି ।

ସେ ଆଗକୁ କହିଲେ କି ଫିଲ୍ମ ‘ପ୍ରସ୍ଥାନମ’ରେ କାମ କରି ତାଙ୍କୁ ବହୁତ ଭଲ ଲାଗିଲା ଓ ଏହି ଫିଲ୍ମକୁ ନିଶ୍ଚିତ ଦେଖିବା ଉଚିତ କାରଣ ଏଥିରେ ଏକ ସନ୍ଦେଶ ବି ଅଛି ।  ଫିଲ୍ମରେ ନିଜର ରୋଲକୁ ନେଇ ଅମାୟାରା କହିଲେ କି ସେ ଏକ ଏନଆରଆଇ ଝିଅର ରୋଲ କରୁଛନ୍ତି । ଯାହାର ନାମ ଶିବି ଅଟେ ଓ ସେ ଆମେରିକାରୁ ଏକ ପଲିଟିକଲ ଥୀସିସ ପେପର ଲେଖିବା ପାଇଁ ଭାରତକୁ ଆସୁଛନ୍ତି ।

ସେ ଭାରତୀୟ ରାଜନୀତି ବିଷୟରେ ଜାଣିବାକୁ ଚାହୁଁଥିଲେ ଓ ସେଥିପାଇଁ ସେ ଫିଲ୍ମ ରେ ଅଲି ଫଜଲଙ୍କ ସହ ଦେଖା କରିଲେ । କହିବାକୁ ଗଲେ ‘ପ୍ରସ୍ଥାନମ’ ଏକ ପଲିଟିକଲ ଆକ୍ସନ ଫିଲ୍ମ ଅଟେ ଯାହାକୁ ନିର୍ଦ୍ଦେଶକ ଦେୱା କଟ୍ଟା ନିର୍ଦ୍ଦେଶନା ଦେଇଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।