୧୧ ବର୍ଷର ଏହି ଝିଅ ହେଇଗଲା ସ୍କୁଲର ପ୍ରିନ୍ସିପାଲ, ପ୍ରଥମ ଦିନ ହିଁ କଲା କିଛି ଏମିତି କାମ କି ମିଳିଲା ୫୧ ହଜାର ଟଙ୍କା

କହିବାକୁ ଗଲେ ଚତୁର୍ଥ କ୍ଲାସରେ ପଢୁଥିବା ୧୧ ବର୍ଷୀୟ ଖୁସି ର ସେତେବେଳେ ଖୁସିର ଠିକଣା ରହିଲା ନାହିଁ ଯେତେବେଳେ ତାକୁ ନିଜ ସ୍କୁଲରେ ପ୍ରିନ୍ସିପାଲ ହେବାର ଚାନ୍ସ ମିଳିଲା । ଖୁସିର ଉଚ୍ଚତା ମାତ୍ର ୩ ଫୁଟ ଅଟେ କିନ୍ତୁ ତା’ର ଚିନ୍ତାଧାରା ଓ ଆତ୍ମବିଶ୍ଵାସ ବହୁତ ଅଧିକ ଅଟେ । ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ କି ୧୧ ବର୍ଷର ଝିଅ ପ୍ରିନ୍ସିପାଲ କେମିତି ହୋଇ ଗଲା ! କହିବାକୁ ଗଲେ ଏହି ମାମଲା ଫିରୋଜପୁର ର ‘ଗର୍ଲ୍ସ ସୀନିୟର ସେକେଂଡରୀ ସ୍କୁଲ ର ଅଟେ ।

କିଛି ଦିନ ତଳେ ଏହି ସ୍କୁଲରେ ସ୍ମାର୍ଟ କ୍ଲାସରୂମ ଓ ଲ୍ୟାବ ତିଆରି ହୋଇଥିଲା । ଏହାର ଉଦ୍ଘାଟନ କରିବା ପାଇଁ ଫିରୋଜପୁର ର ବିଧାୟକ ପରମିଂଦର ସିଂହ ପିଂକୀ ଆସିଥିଲେ । ଏହା ମଧ୍ୟରେ ତାଙ୍କର ସାକ୍ଷାତ ଖୁସି ସହିତ ହୋଇଗଲା । ଯେତେବେଳେ ବିଧୟାକ ଖୁସିକୁ ପଚାରିଲେ କି ସେ ବଡ ହୋଇ କଣ ହେବାକୁ ଚାହୁଁଛି ତେବେ ସେ କହିଲା କି ମୋତେ ସ୍କୁଲର ପ୍ରିନ୍ସିପାଲ ହେବାର ଅଛି ।

ଏହା ପରେ ବିଧାୟକକୁ ଜଣା ପଡିଲା କି ଖୁସିର ପିତା ନାହାନ୍ତି ଓ ସେ ଏକ ବହୁତ ଗରିବ ପରିବାରର ଝିଅ ଅଟେ । ଏମିତିରେ ସେ ଖୁସିର ସ୍ଵପ୍ନ ପୁରା କରିବା ପାଇଁ ଖୁସିକୁ ଗୋଟିଏ ଦିନ ପାଇଁ ପ୍ରିନ୍ସିପାଲ କରିଦେଲେ । ଏହା ଛଡା ଖୁସି ପଢା ଲେଖାରେ ବି ବହୁତ ଭଲ ଅଟେ । ଏଥିପାଇଁ ବିଧୟାକ ପରମିଂଦର ସିଂହ ଓ ସ୍କୁଲର ପ୍ରିନ୍ସିପାଲ ପ୍ରଥମେ ଖୁସିର ଘରକୁ ଗଲେ । ଏହା ପରେ ବ୍ୟାଣ୍ଡ ବାଜା ସହିତ ଖୁସିର ଏଣ୍ଟ୍ରି ସ୍କୁଲରେ କରାଇଲେ ।

ଏହା ପରେ ଖୁସିକୁ ସ୍କୁଲର ପ୍ରିନ୍ସିପାଲ ଅଫିସକୁ ନିଆଗଲା ଓ ସେଠି ସେ ପ୍ରିନ୍ସିପାଲର ଚୌକି ଉପରେ ବି ବସିଲା । କେବଳ ଏତିକି ନୁହେଁ, ପ୍ରିନ୍ସିପାଲ ହେବା ଖୁସିରେ ସ୍କୁଲର ପରିଦର୍ଶନ କରିଲା ଖୁସି । ଏହା ମଧ୍ୟରେ ଖୁସି ସ୍କୁଲରେ ହୋଇଥିବା ‘ୱାଟର ହାର୍ବେସ୍ଟିଂଗ ସିସ୍ଟମ’ ଆକଳନ କରୁଥିବାର ବି ନଜର ଆସିଲା । ଏହା ସହିତ ସେ ନିଜର ଇଚ୍ଛା ଜାହିର କରିଲା କି ସ୍କୁଲରେ ଆରଓ ସିସ୍ଟମ ଓ ମିଡ-ଡେ ମୀଲ ବିଲ୍ଡିଂଗରେ ଶେଡ ବାଲା ଛାତ ଲଗାଯିବା ଉଚିତ ।

ବିଧୟାକ ଜଣକ ପ୍ରତିଜ୍ଞା ବି କରିଲେ କି ସେ ଖୁସିର ଏହି ଇଚ୍ଛାକୁ ଜଲ୍ଦି ହିଁ ପୁରା କରିବେ । ଏହି ସମୟରେ ଖୁସିର ମା’ ରୋଜୀ ବାଲା ବି ସ୍କୁଲରେ ଉପସ୍ଥିତ ଥିଲେ । ତାଙ୍କର କହିବା ଅଟେ କି ଏହା ଦ୍ଵାରା ତାଙ୍କ ଝିଅର ଆତ୍ମବିଶ୍ୱାସ ବଢିବ । ତାକୁ ନିଜର ପ୍ରିନ୍ସିପାଲ ହେବାର ସ୍ଵପ୍ନ ପୁରା କରିବାର ଚାନ୍ସ ମିଳିଲା । ଏତିକି ନୁହେଁ ବିଧାୟକ ଖୁସି ନାମରେ ୫୧ ହଜାରର ଏକ ଏଫଡ଼ି ବି କରିଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।