ପ୍ରଥମେ Child Artist ହେଇ Bollywood ରେ ଏଣ୍ଟ୍ରି କରିଥିଲେ ଏହି 6 ଜଣ Actor, ଏବେ Bollywood ରେ କରୁଛନ୍ତି ରାଜ

ବଲିଉଡରେ ଅଭିନୟ କରିବା ପାଇଁ ଅନେକ ଲୋକ ଆଶା ନେଇ ଆସିଥାନ୍ତି କିନ୍ତୁ ସେଥିରେ ସଫଳ ହୋଇ ନ ଥାନ୍ତି । ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ବଲିଉଡରେ ଶିଶୁ କଳାକାର ଭାବେ ନିଜର କ୍ଯାରିୟର ଆରମ୍ଭ କରି ବର୍ତ୍ତମାନ ପୁରା ବଲିଉଡରେ ନିଜର ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଲେଖା ମାଧ୍ୟମରେ ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଶିଶୁ କଳାକାରରୁ ବଲିଉଡରେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ।

“ରୀତିକ ରୋଷନ” : ବଲିଉଡ ଇଣ୍ଡଷ୍ଟ୍ରିରେ ମସୁର ଅଭିନେତା ଓ ଡ୍ୟାନ୍ସର ଭାବେ ରୀତିକ ରୋଶନ ପରିଚିତ ଅଟନ୍ତି । ସେ ଅନେକ ଫିଲ୍ମରେ କାମ କରି ଦର୍ଶକ ମାନଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି । ସେ ଶିଶୁ କଳାକାର ଭାବେ ୧୯୮୦ରେ “ଆଶା” ଫିଲ୍ମରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ୧୯୮୬ରେ “ଭଗବାନ ଦାଦା” ଫିଲ୍ମରେ ଅଭିନେତା ରଜନୀକାନ୍ତ ଓ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ କାମ କରିଥିଲେ । ଏହା ପରେ ସେ “କହୋ ନା ପ୍ୟାର ହେ” ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ କାମ କରିଥିଲେ ।

“ଅମିର ଖାନ” : ବଲିଉଡର ମିଷ୍ଟର ପର୍ଫେକେଟ ଅଭିନେତା ଭାବେ ଅମିର ଖାନ ୧୯୭୩ରେ “ୟାଦୋ” ଫିଲ୍ମରୁ ଶିଶୁ କଳାକାର ଭାବେ ନିଜ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ୧୯୯୮ରେ “କୟାମତ କି କୟାମତ” ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ କାମ କରି ଫ୍ୟାମାସ ହୋଇଥିଲେ ।

“ସଞ୍ଜୟ ଦତ୍ତ” : ହିନ୍ଦୀ ସିନେମାର ମସୁର ଅଭିନେତା ଭାବେ ସଞ୍ଜୟ ଦତ୍ତ ପରିଚିତ ଅଟନ୍ତି । ସେ ଫିଲ୍ମ “ରେସମା ଅର ସେରା” ରୁ ଶିଶୁ କଳାକାର ଭାବେ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ସେ “ରାକି” ଫିଲ୍ମରେ ମୁଖ୍ୟ କଳାକାର ଭାବେ ଅଭିନୟ କରି ଫ୍ୟାମ୍ସ ହୋଇଥିଲେ ।

“କୃଣାଳ ଖେମୁ” : କୃଣାଳ ଖେମୁ ଶିଶୁ କଳାକାର ଭାବେ ଅଭିନୟ କରି ବଳିଦାରେ ଅନେକ ଫିଲମରେ କାମ ପରି ବହୁତ ନାଁ କରି ପାରିଛନ୍ତି । ସେ “ରାଜା ହିନ୍ଦୁସ୍ତାନୀ”, “ଜଖମ”, “ଭାଇ”, “ଦୁସ୍ମନ” ଓ “ହମ ହେ ରାହି ପ୍ୟାର କେ” ଫିଲ୍ମରେ ଶିଶୁ କଳାକାର ଭାବେ କ୍ଯାରିୟର ଆରମ୍ଭ କରିଥିଲେ ।

“ରିଷି କପୁର” : ରିଷି କପୁର ତାଙ୍କ ଜମାନର ଚକଲେଟ ହିରୋ ଭାବେ ପରିଚିତ ଥିଲେ । ସେ ବଲିଉଡରେ ଅନେକ ହିଟ ଫିଲ୍ମରେ କମ କରିଛନ୍ତି । ସେ ପ୍ରଥମ ଥର “ଶ୍ରୀ ୪୨୦” ଓ “ମେରା ନାମ ଜୋକର” ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିଥିଲେ । ଏହା ପରେ ସେ ୧୯୭୩ରେ “ବାବି” ଫିଲମରେ ମୁଖ୍ୟ ଅଭିନେତା ଭାବେ କାମ କରିଥିଲେ ।

“ଆଫତାବ ଶିବଦସାନି” : ବଲିଉଡରେ ମସୁର ଅଭିନେତା ଆଫତାବ ଶିବଦସାନି ବହୁତ କାମ ବୟସରୁ ଅଭିନୟ କରିଥିଲେ । ସେ “ମିଷ୍ଟର ଇଣ୍ଡିଆ”, “ଚାଲବାଜ”, “ଇନ୍ସାନିୟତ”, ‘ଶେହଂସା” ଆଦି ଫିଲ୍ମରେ ଶିଶୁ କଳାକାର ଭାବେ କ୍ଯାରିୟର ଆରମ୍ଭ କରିଥିଲେ । ସେ “ମସ୍ତ” ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ କାମ କରିଥିଲେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।