‘India Book of Records’ ରେ ସ୍ଥାନ ପାଇଲା ଢେଙ୍କାନାଳର 4 ବର୍ଷର ଏହି କୁନି ପୁଅ, ପୁରାଣରେ ଏତେ ପ୍ରଚଣ୍ଡ ବୁଦ୍ଧି ଦେଖିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ବୟସ ମାତ୍ର ୪ ବର୍ଷ । କିନ୍ତୁ ଠାକୁରଙ୍କ କୌଣସି ମନ୍ତ୍ର ହେଉ ବା ରାମାୟଣ ଏବଂ ମହାଭାରତକୁ ନେଇ କୌଣସି କ୍ଵିଜ ପଚରା ଯାଉ, ସବୁକିଛି ଉତ୍ତର ଖୁବ ଧୁରନ୍ଧର ଭାବେ ଦେଇ ପାରୁଛନ୍ତି ରଘୁବେନ୍ଦ୍ର ସାହୁ । ଆରମ୍ଭରୁ ଶେଷ ନିର୍ଭୁଲ ଭାବେ ବୋଲି ଦେଇ ପାରୁଛି ଭଗବାନ ଶିବଙ୍କ ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଆଇଗିରି ନନ୍ଦିନୀ ମନ୍ତ୍ର ଏବଂ ଆହୁରି ଅନେକ ମନ୍ତ୍ର । ଢେଙ୍କାନାଳର ଏହି କୁନି ପୁଅ ନିଜ ଅଦ୍ଭୁତ ସ୍ମରଣ ଶକ୍ତି ଏବଂ ଧାର୍ମିକ ଜିଜ୍ଞାସା ଆଜି ତାକୁ ସଫଳତାର ଏକ ସୋପାନ ଚଢେଇ ଦେଇଛି ।

ରଘୁବେନ୍ଦ୍ର ମାତ୍ର ୪ ବର୍ଷ ୪ ମାସ ବୟସରେ ୧୧ଟି ମନ୍ତ୍ର ଏବଂ ଭଜନ, ୧୮ଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର, ୨ଟି ହିନ୍ଦୀ ରାଇମ, ୨ଟି ବଲିଉଡ ଗୀତ ଗାଇବା ସହ ରାମାୟଣରୁ ୨୦ଟି ଓ ଶ୍ରୀକୃଷ୍ଣଙ୍କ ୧୭ଟି ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ତାଙ୍କ ପିତାମାତା ପୁଅର ଏହି ସଫଳତାରେ ଖୁବ ଖୁସି ଅଛନ୍ତି । ରଘୁବେନ୍ଦ୍ରଙ୍କ ମା କହିଛନ୍ତି ପିଲାଙ୍କୁ ତାଙ୍କ ଜେଜେବାପା, ଜେଜେମା ଓ ଅଜା ଆଈଙ୍କ ଠାରୁ ହିଁ ସବୁଠୁ ଅଧିକ ଶିକ୍ଷା ମିଳିଥାଏ ।

ରଘୁବେନ୍ଦ୍ରଙ୍କ ମା ଏବଂ ବାପା ଦୁହେଁ ଚାକିରି କରନ୍ତି । ସେଥିପାଇଁ ରଘୁବେନ୍ଦ୍ର ଅଧିକ ସମୟ ତାଙ୍କ ଜେଜେବାପା, ଜେଜେମା ଙ୍କ ସହ ବିତାନ୍ତି । ତାଙ୍କରି ଠାରୁ ସେ ପୁରାଣ ଏବଂ ମନ୍ତ୍ର ଆଦି ଖୁବ ପ୍ରାଞ୍ଜଳ ଭାବେ ଶିଖି ପାରିଛନ୍ତି । ଏହି ଛୋଟ ସମୟରୁ ହିଁ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଖୁବ ଆଗ୍ରହ ରହିଛି । ଯାହାଫଳରେ ସେ ଏତେ ଛୋଟବେଳୁ ଏତେ ବଡ ସଫଳତାର ଅଧିକାରୀ ହୋଇ ପାରିଛନ୍ତି । ବିଶେଷ କରି ଏହି ଲକଡାଉନ ସମୟ ହିଁ ତାଙ୍କ ପାଇଁ ଖୁବ ଲାଭଦାୟକ ହୋଇଥିଲା ।

ଟିଭିରେ ରାମାୟଣ ଏବଂ ମହାଭାରତ ଦେଖିବାକୁ ଖୁବ ପସନ୍ଦ କରୁଥିଲେ ରଘୁବେନ୍ଦ୍ର । ତାଙ୍କ ପିତାମାତା ଅନ୍ୟ ପିତାମାତାଙ୍କୁ ଏହି ବାର୍ତ୍ତା ଦେବାକୁ ଚାହାନ୍ତି ଯେ, ପିଲାର ଯେଉଁ ବିଷୟ ପ୍ରତି ଆଗ୍ରହ ହେଉଛି ସେହି ବିଷୟରେ ହିଁ ତାକୁ ଶିକ୍ଷା ଦେବା ଉଚିତ । ଆପଣଙ୍କୁ କୁନି ପିଲାର ଏପରି ବୁଦ୍ଧି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।