Prithvi Shaw ଙ୍କ ପାଇଁ Dhoni ଅଟକାଇଲେ ମ୍ୟାଚ, ପଡିଆ ମଝିରେ ଦେଖାଇଲେ ନିଜର ମହାନତା, ଏହି କାମ ପାଇଁ ସମସ୍ତେ କରୁଛନ୍ତି ତାଙ୍କୁ ପ୍ରଶଂସା

IPL ୨୦୨୦ର ସପ୍ତମ ମ୍ୟାଚ ଗତ କାଲି ଅର୍ଥାତ ୨୫ ସେପ୍ଟେମ୍ବର ଶୁକ୍ରବାର ଦିନ ଦିଲ୍ଲୀ ଓ ଚେନ୍ନାଇ ଟିମ ମଧ୍ୟରେ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇ ଥିଲା । କହିବାକୁ ଗଲେ ଏହି ମ୍ୟାଚକୁ ଦିଲ୍ଲୀ ୪୪ ରନରେ ଜିତି ନେଇଛି । ଚେନ୍ନାଇର ବୋଲିଙ୍ଗରୁ ହିଁ ମ୍ୟାଚ ଆରମ୍ଭ ହେଲା । ଏହା ପରେ ଦିଲ୍ଲୀର ଖେଳାଳି ବ୍ୟାଟିଙ୍ଗ କରିବାକୁ ଆସିଲେ ଓ ତାଙ୍କର ଆରମ୍ଭରୁ ହିଁ ପ୍ରଦର୍ଶନ ଭଲ ଥିଲା । ପ୍ରଥମେ ଦିଲ୍ଲୀର ପୃଥ୍ଵୀ ଶ ଓ ଧବନ ୫୦ ରନର ପାର୍ଟନରଶିପ କରିଲେ ।

ଏହା ପରେ ଧବନ ୨୭ଟି ବଳରେ ୩୫ ରନ କରି ଆଉଟ ହୋଇଗଲେ । କିନ୍ତୁ ଏହି ପଡିଆରେ ଗତକାଲି ପୃଥ୍ଵୀ ଶ ନିଜର କମାଲ ଦେଖାଇଲେ । କାରଣ ପୃଥ୍ଵୀ ଶ ଟିମ ପାଇଁ ସବୁଠୁ ଅଧିକ ୬୪ ରନ କରିଲେ ।

ଏହା ପରେ ପୃଥ୍ଵୀ ଶ ଆଉଟ ହେବା ପରେ ପନ୍ତ ୩୭ ରନ ଓ ଶ୍ରେୟସ ୨୬ ରନ କରି ଟିମ ଚେନ୍ନାଇକୁ ୧୭୬ ରନର ଟାର୍ଗେଟ ଦେଲେ । ଯାହାକି ଚେନ୍ନାଇ ଟିମ ପାଇଁ ବହୁତ ଛୋଟ ସ୍କୋର ଥିଲା । କିନ୍ତୁ ବ୍ୟାଟିଙ୍ଗ କରିବାକୁ ଆସିଥିବା ଚେନ୍ନାଇ ଟିମର ଖେଳାଳିମାନଙ୍କ ପ୍ରଦର୍ଶନ ସେହିଭଳି ଖାସ ହୋଇ ନ ଥିଲା । ଚେନ୍ନାଇ ଟିମ ପାଇଁ ଡୂପଲେସି ହିଁ ସବୁଠୁ ଅଧିକ ୪୩ ରନ କରିଲେ । ଆଉ ସମସ୍ତେ କୌଣସି ଖାସ କମାଲ ଦେଖାଇ ପାରିଲେ ନାହିଁ ।

ଏମିତିରେ ପୁରା ଟିମ ୧୩୧ ରନ ହିଁ କରି ପାରିଲା ଓ ଦିଲ୍ଲୀ ଏହି ମ୍ୟାଚକୁ ଜିତି ନେଲା । କିନ୍ତୁ ଏହି ମ୍ୟାଚର ୯ ଓଭରରେ ଧୋନୀଙ୍କ ମହନତା ଦେଖିବାକୁ ମିଳିଲା । କହିବାକୁ ଗଲେ ୯ ଓଭରରେ ପୃଥ୍ଵୀ ଶ ବ୍ୟାଟିଙ୍ଗ କରୁଥିଲେ ତ ପୀୟୁସ ଚାୱଳା ବୋଲିଙ୍ଗ କରୁଥିଲେ । ଏହି ଓଭରରେ ଖେଳୁ ଖେଳୁ ହଠାତ ପୃଥ୍ଵୀ ଶ ର ଆଖିରେ ମାଟି ଚାଲି ଗଲା । ଏମିତିରେ ସେ ବ୍ୟାଟିଙ୍ଗ କରିବାର ସ୍ଥିତିରେ ନ ଥିଲେ ।

ଏହା ଅପରେ ପୃଥ୍ଵୀ ଶ ର ସାହାର୍ଯ୍ୟ କରିବା ପାଇଁ ଡାକ୍ତର ଆସିଥାନ୍ତେ କି ଏହା ପୂର୍ବରୁ ଧୋନୀ ହିଁ ପୃଥ୍ଵୀ ଶ ର ସାହାର୍ଯ୍ୟ କରିବାକୁ ଲାଗିଲେ । ଧୋନୀ ପୁରା ଖେଳ ବନ୍ଦ କରି ପୃଥ୍ଵୀ ଶ ଙ୍କୁ ଠିକ କରିବାକୁ ଲାଗି ଗଲେ । କେବଳ ଏତିକି ନୁହେଁ ପୃଥ୍ଵୀ ଶ ଙ୍କ ଆଖି ବ୍ୟଥ ଏତେ ଜଲ୍ଦି ବି ଗଲା ନାହିଁ, ସେଥିପାଇଁ ଧୋନୀ ଅମ୍ପେୟାରକୁ strategic time out ନେବା ପାଇଁ ବି ଇସାରା କରିଲେ । strategic time out ଯାହାକି ୯ ଓଭର ପରେ ହିଁ ହୋଇଥାଏ ତାକୁ ଧୋନୀ ୯ ଓଭରର ମଝିରେ ହିଁ ନେଇଗଲେ କେବଳ ପୃଥ୍ଵୀ ଶ ଙ୍କ ପାଇଁ ।

ଏହା ପରେ ଅମ୍ପେୟାର ବି ଧୋନୀଙ୍କ କଥା ମାନି strategic time outର ସଂକେତ ଦେଇ ଦେଲେ । କହିବାକୁ ଗଲେ ଧୋନୀ ଏହି ଯୁବ ଖେଳାଳି ପାଇଁ ନିଜର ମହାନତା ସମସ୍ତଙ୍କୁ ଦେଖାଇଲେ । ଆପଣଙ୍କୁ କହିଦେଉଛୁ କି ଧୋନୀ ଏମିତି ଜଣେ ଖେଳାଳି ଅଟନ୍ତି ଯିଏକି ନିଜ ଟିମ ଠାରୁ ନେଇ ବିରୋଧୀ ଟିମ ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ରେନିଙ୍ଗ ଦେଇଥାନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।