ଦିଗ୍ଗଜ ଅଭିନେତା ରାଜ ବବ୍ବରଙ୍କ ଦୁଇ ପୁଅ ବହୁତ ହ୍ୟାଣ୍ଡସମ, କରନ୍ତି ଏହି କାମ

ବଲୀଉଡର ଜଣା ଶୁଣା ସୁପର ଷ୍ଟାର ଅଭିନେତା ରାଜ ବବ୍ବର ନିଜର ପରିଶ୍ରମ ବଳରେ ଫିଲ୍ମ ଜଗତ ସହିତ ରାଜିନୀତି କ୍ଷେତ୍ରରେ ବି ସଫଳତା ହାସଲ କରିଛନ୍ତି । ରାଜ ବବ୍ବର ନିଜ ସମୟରେ ଜଣେ ସୁପରଷ୍ଟାର ଥିଲେ । ରାଜ ବବ୍ବର ବଲୀଉଡର ବହୁତ ଫିଲ୍ମରେ କାମ କରିଛନ୍ତି ଓ ସେହି ଫିଲ୍ମ ଗୁଡିକୁ ସୁପର ହିଟ ବି ହୋଇଛି । ଯେତେବେଳେ ସେ ଅଭିନୟ କରୁଥିଲେ ସେତେବେଳେ ତାଙ୍କର ପୁରା ଧ୍ୟାନ କେବଳ ତାଙ୍କର ଅଭିନୟ ପ୍ରତି ରହୁଥିଲା ।

ସେଥିପାଇଁ ଆଜି ବି କେତେକ ଲୋକମାନେ ତାଙ୍କର ଅଭିନୟର ଦିବାନା ଅଟନ୍ତି । କହିବାକୁ ଗଲେ ରାଜ ବବ୍ବରଙ୍କ ଜନ୍ମ ୨୩ ଜୁନ ୧୯୫୨ରେ ୟୁପିର ଏକ ସହରରେ ହୋଇଥିଲା ।

ତାଙ୍କର ପିତାଙ୍କ ନାମ କୁଶାଳ କୁମାର ବବ୍ବର ଓ ମା ଙ୍କ ନାମ ସୋଭା ବବ୍ବର । ରାଜ ବବ୍ବରଙ୍କ ପର୍ସନାଲ ଲାଇଫ ବିଷୟରେ କହିବା ତେବେ ସେ ନିଜର ଜୀବନରେ ଦୁଇଟି ବିବାହ କରିଛନ୍ତି । ପ୍ରଥମ ବିବାହ ୧୯୭୫ରେ ପ୍ରସିଦ୍ଧ ଥିଏଟର ଆର୍ଟିସ୍ଟ ଓ ଫିଲ୍ମ ନିର୍ଦେଶକ ନାଦିରା ବବ୍ବର ସହ କରିଥିଲେ । ଯେତେବେଳେ କି ଦ୍ଵିତୀୟ ବିବାହ ୧୯୮୬ରେ ଜଣା ଶୁଣା ଫିଲ୍ମ ଅଭିନେତ୍ରୀ ସ୍ମିତା ପାଟିଲଙ୍କୁ କରିଥିଲେ ।

ତାଙ୍କର ଆର୍ୟ ବବ୍ବର, ଜୁହୀ ବବ୍ବର ଓ ପ୍ରତୀକ ବବ୍ବର ତିନୋଟି ସନ୍ତାନ ଅଛି । ଆର୍ୟ ବବ୍ବର, ଜୁହୀ ବବ୍ବର ନାଦିରା ବବ୍ବରଙ୍କ ସନ୍ତାନ ଅଟନ୍ତି ଓ ପ୍ରତୀକ ବବ୍ବର ସ୍ମିତା ପାଟିଲଙ୍କ ସନ୍ତାନ ଅଟନ୍ତି । ରାଜ ବବ୍ବରଙ୍କ ବଡ ପୁଅ ଆର୍ୟ ବବ୍ବର ଜଣେ ଅଭିନେତା ଅଟନ୍ତି । ସେ ୫୦ରୁ ବି ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ସେ ପ୍ରାୟତଃ ବଡ ବଡ ଷ୍ଟାରଙ୍କ ସହିତ ଫିଲ୍ମରେ ସପୋରଟିଙ୍ଗ ରୋଲରେ ନଜର ଆସିଛନ୍ତି ।

ସେ ସଲମାନ ଖାନଙ୍କ ସହ ଫିଲ୍ମ ରେଡିରେ, ଅକ୍ଷୟ କୁମାରଙ୍କ ସହ ଫିଲ୍ମ ତୀଶ ମାର ଖାନରେ ଓ ଅଭିଷେକ ବଚ୍ଚନଙ୍କ ସହ ଫିଲ୍ମ ଗୁରୁରେ ନଜର ଆସିଛନ୍ତି । ରାଜ ବବ୍ବରଙ୍କ ସାନ ପୁଅ ପ୍ରତୀକ ବବ୍ବର ବି ନିଜର ପିତା ଓ ଭାଇଙ୍କ ଭଳି ଜଣେ ଅଭିନେତା ଅଟନ୍ତି । ପ୍ରତୀକ ବି ୨୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ପ୍ରତୀକ ବବ୍ବର ଟାଇଗର ଶ୍ରଫଙ୍କ ସହ ଫିଲ୍ମ ବାଘି ୨ରେ ନଜର ଆସିଛନ୍ତି ଓ ରଜନୀକାନ୍ତଙ୍କ ସହ ଦରବାର ଓ ରୁଷି କପୁରଙ୍କ ସହ ଫିଲ୍ମ ମୂଳକରେ ବି ନଜର ଆସିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।