ସୁଶାନ୍ତ ସିଂହ ରାଜପୁତଙ୍କ ପରେ ୧୬ବର୍ଷର ଟିକଟକ ଷ୍ଟାର ସିୟା କକ୍କର କଣ ପାଇଁ କଲେ ଆତ୍ମହତ୍ୟା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କି ଏହା କେମିତି ହେଲା । ବର୍ତ୍ତମାନ ସାମନାକୁ ଆଉ ଏକ ଖବର ଆସିଛି । ଇଣ୍ଟରଟେନମେଣ୍ଟ ଦୁନିଆରେ ଏମିତି ଲଗାତାର ଖବର ଆସିବା ବହୁତ ଦୁଖଃର ବିଷୟ ଅଟେ । ୧୬ ବର୍ଷର ଟିକଟକ ଷ୍ଟାର ଆତ୍ମହତ୍ୟା କରିଛନ୍ତି ଯାହାକି ବହୁତ ଦୁଖଃ ଖବର ଅଟେ । ଗୁରୁବାର ଦିନ ସେ ଏହିଭଳି ପଦକ୍ଷେପ ନେଇଥିଲେ । ଫଟୋଗ୍ରାଫର ବିରେନ ଏହି ପୋଷ୍ଟକୁ ଶେୟାର କରିଛନ୍ତି ଯାହାପରେ ସମସ୍ତେ ଏହାକୁ ଦେଖିବା ପରେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ସିୟା କକର ନାମକ ଏହି ଟିକଟକ ଷ୍ଟାର ତାଙ୍କୁ ମାତ୍ର ୧୬ବର୍ଷ ଅଟେ । ସେ ଆତ୍ମହତ୍ୟା କରିଦେଇଛନ୍ତି । ବର୍ତ୍ତମାନ ସେ ଆଉ ଦୁନିଆରେ ନାହାଁନ୍ତି । ସେ ଏଭଳି ପଦକ୍ଷେପ କଣ ପାଇଁ ଉଠାଇଲେ ତାହାର ସହିତ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ସେ ତାଙ୍କ ମ୍ୟାନେଜରଙ୍କ ସହିତ ଶେଷ ଥର ପାଇଁ କଥା ହୋଇଥିଲେ । ତାଙ୍କ ମ୍ୟାନେଜର କହିଛନ୍ତି କି ସେ ତାଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ବହୁତ ଖୁସି ଥିଲେ ।

ତାଙ୍କର ନୂଆ ଗୀତ ରିଲିଜ ହେବାକୁ ଥିଲା ଯେଉଁଥି ପାଇଁ ସେ ବହୁତ ଖୁସି ଥିଲେ । ତାଙ୍କୁ ଦେଖି ଲାଗୁ ନଥିଲା କି ସେ ଆତ୍ମହତ୍ୟା କରିବେ କି ତାଙ୍କ ଉପରେ କୌଣସି ବି ପ୍ରକାରର ଚାପ କିମ୍ବା ଅସୁବିଧା ଦେଖିବାକୁ ମିଳିନଥିଲା ବୋଲି ତାଙ୍କ ମ୍ୟାନେଜର କହିଛନ୍ତି ।

ସିୟାଙ୍କର ହଠାତ ଏଭଳି ପଦକ୍ଷେପ ନେବା ସମସ୍ତଙ୍କ ଆଗରେ କିଛି ପ୍ରଶ୍ନ ଆଣିଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ଏମିତି ଲଗାତାର ଖବର ଆସିବା ଆପଣଙ୍କୁ ଭାବିବା ପାଇଁ ବାଧ୍ୟ କରିଦେଉଛି କି ଏହା ସବୁ କଣ ହେଉଛି ଏବଂ ଏହା ପଛରେ କଣ କାରଣ ଅଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କାହା ସାମନାକୁ ଆସିପାରୁ ନାହିଁ । ସୁଶାନ୍ତଙ୍କ କେସରେ ମଧ୍ୟ ଲଗାତାର ଇନଭେଷ୍ଟିକେସନ ଚାଲିଛି ଏବଂ ସୁଶାନ୍ତଙ୍କ ସାଙ୍ଗ ସନ୍ଦିପ ସିଂହଙ୍କୁ ମଧ୍ୟ ପୁଣିଥରେ ଡକାଯାଇଛି ଏବଂ ତାଙ୍କୁ ପୁଣିଥରେ ପଚରାଉଚରା କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ଖବର ମିଳିନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।