ଶେଷ ହେଲା ସ୍ମାର୍ଟ କାର୍ଡ ଯୁଗ, ଏଥର ଘରେ ବସି ଡାଉନଲୋଡ କରିପାରିବେ ଆପଣଙ୍କ ଗାଡିର ସମସ୍ତ କାଗଜପତ୍ର, ଦେଖନ୍ତୁ ସଂପୂର୍ଣ୍ଣ ଅପଡେଟ

ଆପଣଙ୍କ ଗାଡିର ଯେକୌଣସି କାଗଜପତ୍ର ପାଇଁ ଆଉ ଆବଶ୍ୟକ ହେବ ନାହିଁ ସ୍ମାର୍ଟ କାର୍ଡ କିମ୍ବା ଆପଣଙ୍କୁ ଆରଟିଓ ଅଫିସରେ ଆଉ ଧାଡି ବାନ୍ଧିବାକୁ ପଡିବ ନାହିଁ । ଏଥର ଘରେ ବସି ଆରାମରେ ଆପଣଙ୍କ ଗାଡିର କାଗଜପତ୍ର ଡାଉନଲୋଡ କରିପାରିବେ । ଏନେଇ ଏକ ବିଶେଷ ବିଜ୍ଞପ୍ତି ପ୍ରକାଶ କରିଛି ବାଣିଜ୍ୟ ଓ ପରିବହନ ବିଭାଗ । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗତ ଜୁଲାଇ ମାସ ୨୮ ତାରିଖରେ ସ୍ମାର୍ଟ କାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ‘ସ୍ମାର୍ଟ ଚିପ୍ ଲିମିଟେଡ’ ସହ ହୋଇଥିବା ଚୁକ୍ତିର ଅବଧି ଶେଷ ହୋଇଛି ।

ତେବେ ଏହି ସଂସ୍ଥା ସହ ହୋଇଥିବା ଚୁକ୍ତିକୁ ଆଉ ନବୀକରଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସରକାରଙ୍କ ନୂଆ ବ୍ୟବସ୍ଥା ଅନୁଯାୟୀ ଗାଡି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର, ବାଣିଜ୍ୟ ପ୍ରମାଣପତ୍ର, ଫିଟନେସ ସାର୍ଟିଫିକେଟ ଓ ପରମିଟ୍ ପ୍ରଭୃତି ପାଇବ ପାଇଁ ଆଉ ଆରଟିଓ ଅଫିସ ଦୌଡିବାକୁ ପଡିବ ନାହିଁ କିମ୍ବା ଡାକ କର୍ମଚାରୀଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି ବିଭାଗ ଏହି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଜଣାଇ ଦେଇଛି ।

ଗାଡି ଚାଳକ ମାନଙ୍କୁ ଏହି ସମସ୍ତ ସୁବିଧାରେ ଯୋଗାଇ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ବର୍ତ୍ତମାନ ଏକ ସ୍ଵତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି । ଆସନ୍ତା ନୂଆ ବର୍ଷ ତଥା ୧ ଜାନୁୟାରୀ ୨୦୨୨ ତାରିଖ ଠାରୁ ଏହି ସୁବିଧା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଛି । ଏଥିରେ ସମସ୍ତ କାଗଜପତ୍ର କତ୍ତୃପକ୍ଷଙ୍କ ଡିଜିଟାଲ ଦସ୍ତଖତରେ ଉପଲବ୍ଧ ହେବ ଓ ଡାଉନଲୋଡ ହେଉଥିବା ପିଡ଼ିଏଫ ପୋଲିସ ଚେକିଂ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସରକାରୀ ବ୍ୟବସ୍ଥାରେ ମଧ୍ୟ ଗ୍ରହଣୀୟ ହେବ ।

ତେବେ ପୂର୍ବରୁ ଗାଡି କାଗଜପତ୍ର ଡାକରେ ଆସୁଥିବାରୁ ଅନେକ ସମୟରେ ଲୋକଙ୍କ ପାଖେ ପହଞ୍ଚିବାରେ ବିଳମ୍ବ ହେଉଥିଲା । ଆଉ କେତେକେ କ୍ଷେତ୍ରରେ ଠିକଣା ଠିକ୍ ଥାଇ ମଧ୍ୟ ଡାକ କର୍ମଚାରୀ ଚିଠି ଦେଉ ନଥିବା ମଧ୍ୟ ଅ-ଭି-ଯୋ-ଗ ହେଉଥିଲା । ଏହାସହ ଘରକୁ ଉଚିତ ସମୟରେ ଗାଡି କାଗଜପତ୍ର ପହଞ୍ଚିବା ପାଇଁ ଗାଡି ମାଲିକଙ୍କୁ ଡାକ ଦେୟ ଦେବାକୁ ପଡୁଥିଲା ଓ ସ୍ମାର୍ଟ କାର୍ଡ ପ୍ରସ୍ତୁତ କରିବା ପାଇଁ ସ୍ମାର୍ଟ ଚିପ୍ ଲିମିଟେଡ ମଧ୍ୟ ଟଙ୍କା ନେଉଥିଲା ।

ଉପରୋକ୍ତ ସମସ୍ତ ଅଭିଯୋଗ ଓ ଅସୁବିଧାକୁ ଆଖି ଆଗରେ ରଖି ସରକାର ସ୍ମାର୍ଟ କାର୍ଡକୁ ହଟାଇ ଇ-ଣ୍ଟ-ରେ-ନେ-ଟ-ରୁ ଏହି ସବୁ କାଗଜପତ୍ର ଡାଉନଲୋଡ କରିବା ସୁବିଧା ଉପଲବ୍ଧ କରିବାକୁ ଯାଉଛନ୍ତି । ସରକାରଙ୍କ ଏହି ପ୍ରକାର ପଦକ୍ଷେପ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।