ଭଉଣୀ ଅର୍ପିତା ଦେଲେ ଝିଅକୁ ଜନ୍ମ ତ ଜାଗି ଉଠିଲା ସଲମାନ ଖାନଙ୍କ ଇଚ୍ଛା, କହିଲେ ‘ଏବେ ମୋତେ ବାପା ହେବା…’

ସଲମାନ ଖାନଙ୍କୁ ନିଜର ମାତା ପିତାଙ୍କ ଛଡା ଯଦି କେହି ସବୁଠୁ ଅଧିକ ପସନ୍ଦ ଅଟେ ତେବେ ସେ ହେଉଛି ଭଉଣୀ ଅର୍ପିତା ଖାନ ଶର୍ମା । ୨୭ ଡିସେମ୍ବରକୁ ଅର୍ପିତା ଓ ସ୍ଵାମୀ ଆୟୁଷ ଶର୍ମା ମାତା ପିତା ହୋଇଯାଇଛନ୍ତି । ସେ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଛନ୍ତି । ଯାହାର ନାମ ଆୟତ ରଖା ଯାଇଛି । ସବୁଠୁ ଭଲ କଥା ଏହା ଥିଲା କି ସଲମାନ ଖାନଙ୍କର ଜନ୍ମଦିନ ବି ସେହି ଦିନ ହିଁ ଥିଲା । ଏମିତିରେ ସଲମାନଙ୍କର ଜନ୍ମଦିନରେ ହିଁ ତାଙ୍କର ଭାଣିଜୀର ଜନ୍ମ ହୋଇଛି ।

ଆପଣଙ୍କୁ କହିଦେଉଛୁ କି ଏହା କୌଣସି ସଂଯୋଗ ନୁହେଁ । କହିବାକୁ ଗଲେ ଅର୍ପିତା ଓ ଆୟୁଷ ପିଲାର ପ୍ଲାନିଙ୍ଗ କିଛି ଏହିଭଳି ହିଁ କରିଥିଲେ କି ତାଙ୍କର ଶିଶୁର ଜନ୍ମଦିନ ସଲମାନ ଖାନଙ୍କର ଜନ୍ମଦିନ ସହ ମିଶିଯିବ । ଆୟୁଷ ଅର୍ପିତା ଦୁଇ ଜଣ ହିଁ ସଲମାନ ଖାନଙ୍କୁ ଜନ୍ମଦିନର ଉପହାର ମାମୁଁ କରି ଦେବାକୁ ଚାହୁଁଥିଲେ । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ତାଙ୍କର ପ୍ଲାନିଂ ପୁରା ଠିକ ରହିଲା । ଏହିଭଳି ଭାବରେ ସଲମାନ ଖାନ ଦ୍ଵିତୀୟ ଥର ମାମୁଁ ହୋଇଗଲେ ।

କହିଦେଉଛୁ କି ଅର୍ପିତା ଓ ଆୟୁଷଙ୍କର ପୂର୍ବରୁ ହିଁ ଏକ ପୁଅ ଅଛି ଯାହାର ନାମ ଆହିଲ ଅଟେ । ସଲମାନ ଆହିଲକୁ ଜୀବନ ଠାରୁ ବି ଅଧିକ ଭଲ ପାଆନ୍ତି । ତାଙ୍କର ମାତା ପିତାଙ୍କ ଛଡା ଆହିଲ ହିଁ ସେହି ବ୍ୟକ୍ତି ଅଟେ ଯିଏ ସଲମାନଙ୍କ ଉପରେ ହାତ ଉଠାଇ ଦେଲେ ବି ସେ କିଛି କୁହନ୍ତି ନାହିଁ । ଏମିତିରେ ସଲମାନଙ୍କ ଘରେ ଗୋଟିଏ ଭାଣିଜୀ ଆସିଯାଇଛି । ଯାହାକୁ ସଲମାନଙ୍କର ବହୁତ ସ୍ନେହ ମିଳିବ । ଅର୍ପିତାଙ୍କର ମା’ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଶୁଭେଚ୍ଛା ଦେଉଛନ୍ତି ।

ଅର୍ପିତାଙ୍କ ଠାରୁ ଅଧିକ ସଲମାନ ଖାନଙ୍କୁ ପୁଣି ଥରେ ମାମୁଁ ହେବା ପାଇଁ ଶୁଭେଚ୍ଛା ମିଳୁଛି । ସମସ୍ତେ ଏହା ଜାଣିବା ପାଇଁ ଉତ୍ସୁକ ଥିଲେ କି ଦ୍ଵିତୀୟ ଥର ମାମୁଁ ହେବା ପରେ ସଲମାନ କେମିତି ଅନୁଭବ କରୁଛନ୍ତି । କିନ୍ତୁ ଯେତେବେଳେ ସଲମାନ ଏହାର ଜବାବ ଦେଲେ ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କହିବାକୁ ଗଲେ ମୁମ୍ବାଇର ଏକ ଷ୍ଟୁଡିଓରେ ସଲମାନ ଖାନ ନିଜର ଜନ୍ମଦିନ ସେଲିବ୍ରେଟ କରୁଥିଲେ । ଏହି ସମୟରେ କିଛି ମିଡିଆ ତାଙ୍କୁ ପ୍ରଶ୍ନ କରିବାକୁ ଲାଗିଲେ ।

ପ୍ରଥମେ ସଲମାନ କରି ଅକ୍ଷୟ କୁମାରଙ୍କର ଗୁଡ ନ୍ୟୁଜ ଓ ନିଜର ଦବଙ୍ଗ ୩ ଫିଲ୍ମର ଚର୍ଚ୍ଚା କରିଲେ । ଯେତେବେଳେ ସଲମାନ ଖାନଙ୍କୁ ଏକ ରିପୋର୍ଟର ପଚାରିଲା କି ସଲମାନ ଖାନ ଆପଣ ପୁଣି ଥରେ ମାମୁଁ ହେଲା ପରେ ଆପଣଙ୍କୁ କେମିତି ଅନୁଭବ ହେଉଛି ? ତେବେ ସଲମାନ ଖାନ କହିଲେ କି”ବର୍ତ୍ତମାନ ମୁଁ ମାମୁଁ ହୋଇ ଯାଇଛି, ଦାଦା ବି ହୋଇ ଯାଇଛି, ବର୍ତ୍ତମାନ ବାପା ହେବା ବାକି ଅଛି ।“

ସଲମାନଙ୍କର ଏହିଭଳି ଜବାବ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସଲମାନଙ୍କର କହିବା ଅର୍ଥ କି ସେ ମାମୁଁ ଓ ଦାଦା ହୋଇଗଲେ ବର୍ତ୍ତମାନ ବାପା ହେବାର ବାକି ଅଛି । ଆପଣଙ୍କୁ କହିଦେଉଛୁ କି ଅର୍ପିତାଙ୍କ ଝିଅର ନାମ ଆୟତ ରଖା ଯାଇଛି ।