ସବୁ ଦିନ ୧୦୦ ଟଙ୍କା ଲଗାଇ ପାଇପାରିବେ ୨୦ ଲକ୍ଷ ଟଙ୍କା, ଜାଣନ୍ତୁ କେମତି !

ଆଜିକାଲିର ବଢୁଥିବା ଦର ଦାମ ପାଇଁ ଲୋକମାନେ ନିଜର ସବୁ ଧ୍ୟାନ ଟଙ୍କା କମେଇବାରେ ଲଗାଉଛନ୍ତି । ଯାହା ପାଖରେ ଯେତେ ଟଙ୍କା ଥାଏ, ସେହି ବ୍ୟକ୍ତି ସେତିକି ଖୁସିରେ ଜୀବନ ଯାପନ କରିଥାଏ ଓ ସେତିକି ବ୍ୟସ୍ତ ମଧ୍ୟ ରହିଥାଏ । ଲୋକମାନେ ଟଙ୍କା ରୋଜଗାର କରି ତାକୁ ସଞ୍ଚୟ କରିଥାନ୍ତି । କାରଣ ଆସୁଥିବା ସମୟରେ କିଛି ଅସୁବିଧା ବା ଶୋଚନୀୟ ପରିସ୍ଥିତିରେ ତାଙ୍କୁ ଯେମିତି କାହାକୁ ମାଗିବାକୁ ପଡିବ ନହିଁ । ତେଣୁ ଆପଣ ଯଦି ଭବିଷ୍ୟତରେ ଟଙ୍କା ପାଇଁ ଚିନ୍ତା ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ଟୁଲ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ଭବିଷ୍ୟତରେ ଟଙ୍କା ପାଇଁ ଚିନ୍ତିତ ହେବେ ନହିଁ ।

ମ୍ୟୁଚ୍ୟୁଆଲ ଫଣ୍ଡ ଏକ ଏମିତି ଟୁଲ ଯାହା ମାଧ୍ୟମରେ ଆପଣ ଅଳ୍ପ ଅଳ୍ପ ଟଙ୍କା ଜମା କରି କିଛି ବର୍ଷ ମଧ୍ୟରେ ଅଧିକ ଟଙ୍କା ସଞ୍ଚୟ କରିପାରିବେ । ସେଥିପାଇଁ ଅଧିକାଂଶ ଲୋକ ବ୍ୟାଙ୍କରେ ଟଙ୍କା ଜମା ନକରି ମ୍ୟୁଚ୍ୟୁଆଲ ଫଣ୍ଡରେ ଇନଭେସ୍ଟ କରିବା ପାଇଁ ଇଛା କରୁଛନ୍ତି । ଏହି ମ୍ୟୁଚ୍ୟୁଆଲ ଫଣ୍ଡ ମାଧ୍ୟମରେ ଲୋକମାନେ ସବୁ ଦିନ କିଛି ଛୋଟ ରକମ ଜମା କରି କିଛି ବର୍ଷ ପରେ ବହୁତ ବଡ ରକମର ସଞ୍ଚୟ କରିପାରିବେ ।

ମ୍ୟୁଚ୍ୟୁଆଲ ଫଣ୍ଡ ମାଧ୍ୟମରେ ଏକ ଛୋଟ ରକମକୁ ଲକ୍ଷ ଲକ୍ଷ ଟଙ୍କାରେ ବଦଳା ଯାଇପାରିବ । ତେବେ ଆସନ୍ତୁ ଜାଣିବା ଏହାର ସ୍କିମ । ଏଥିପାଇଁ ଆପଣଙ୍କୁ କିଛି ଜରୁରୀ କଥାର ଧ୍ୟାନ ରଖିବାକୁ ପଡିବ । ମାନି ନିଅନ୍ତୁ କି ଯଦି ଆପଣ ସବୁ ଦିନ ୧୦୦ ଟଙ୍କା ଜମା କରିବେ ତେବେ ଏକ ମାସରେ ଆପଣ ୩୦୦୦ ଟଙ୍କାର ସଞ୍ଚୟ କରିଦେବେ । ଏହିପରି ଭାବରେ ଯଦି ଆପଣ ସେହି ୧୦୦ ଟଙ୍କା ମ୍ୟୁଚ୍ୟୁଆଲ ଫଣ୍ଡରେ ଜମା କରିବେ, ତେବେ ଆପଣ ୧୫ ବର୍ଷରେ ୨୦ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ।

ସବୁଠୁ ଜରୁରୀ କଥା ଯଦି ଆପଣ ସବୁ ମାସରେ ୩୦୦୦ ଟଙ୍କା ଜମା କରୁଛନ୍ତି ,ତେବେ ୧୫ ବର୍ଷରେ ଆପଣ ମ୍ୟୁଚ୍ୟୁଆଲ ଫଣ୍ଡରେ ୫.୫ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ । ଏହି ନିବେଶରେ ଆପଣଙ୍କୁ ବର୍ଷକୁ ୧୫%ର ରିଟର୍ନ ହିସାବରେ ୧୫ ବର୍ଷ ପରେ ଏହି ରକମଟି ୨୦ ଲକ୍ଷ ଟଙ୍କାରେ ପରିଣତ ହୋଇଥାଏ । ଆଶା କରୁଛୁ ଆମର ଏହି ଖବରଟି ଆପଣଙ୍କୁ ନିଶ୍ଚୟ ସାହାଜ୍ଯ କରିବ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।