ତାନ୍ତ୍ରିକ ପୂଜା ପାଇଁ ଭାରତରେ ଝିଅଟିର ବଳି ଦେବାକୁ ଚାହୁଁଥିଲେ, ସାତଜଣ ଗିରଫ

ପ୍ରାଚୀନ କାଳରେ ବଳିପ୍ରଥା ବହୁତ ପ୍ରଚଳିତ ଥିଲା । ଧୀରେ ଧୀରେ ଏହି ପ୍ରଥାର ଅନ୍ତ ହେଲା, କିନ୍ତୁ କିଛି ଦିନ ପୂର୍ବେ ବଳି ପାଇଁ ଏକ ଘଟଣା ଘଟିଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ମହାନଗରୀୟ ପ୍ରହରୀ ଦ୍ଵାରା ଗୋଟିଏ ଝିଅକୁ ତାନ୍ତ୍ରିକ ପୂଜାରେ ବଳିଦେବାର ଅଭିଯୋଗରେ ସାତ ଜଣ ଆରୋପି ଗିରଫ ହୋଇଛନ୍ତି । ଆରୋପିଙ୍କ ମଧ୍ୟରୁ ଜଣେ ନବଲପରାସୀ ଜିଲ୍ଲାର ଅଧିବାସୀ ବୋଲି କୁହାଯାଇଛି ।

କାଠମାଣ୍ଡୁ ପ୍ରହରୀ ପରିସରର ଡିଏସପି ହବିନ୍ଦ୍ର ବୋଗଟି କହିଛନ୍ତି କି, ନେପାଳୀ ଝିଅକୁ ମଡେଲିଙ୍ଗର ପ୍ରଲୋଭନ ଦେଇ ତାକୁ ଅଧିକ ପଇସା ମିଳିବ ବୋଲି କୁହାଯାଇଥିଲା । ଏହି ପ୍ରସ୍ତାବରେ ଝିଅଟି ରାଜି ହୋଇଥିଲେ ଓ ତାଙ୍କୁ ତାନ୍ତ୍ରିକ ପୂଜା ପାଇଁ ବିରାଟ ନଗର ଅଣା ଯାଇଥିଲା । ପୂଜା ସରିବା ପରେ ଝିଅଟିକୁ ଭାରତୀୟ ସୀମାକୁ ନେଇଯିବା ପାଇଁ ଯୋଜନା ହୋଇଥିଲା । କିନ୍ତୁ ସେହି ଝିଅଟିକୁ ସନ୍ଦେହ ହୋଇଥିଲା, ସେଥିପାଇଁ ସେ ଏହାର ଅଭିଯୋଗ ମହାନଗରୀୟ ପ୍ରହରୀରେ କରିଦେଇଥିଲେ । ଅଭିଯୋଗ ମିଳିବା ପରେ ପ୍ରହରୀ ଟିମ ଆରୋପିଙ୍କର ସବୁ ଗତି ବିଧି ଉପରେ ନଜର ରଖିଥିଲେ ।

ଡିଏସପିଙ୍କ ଦ୍ଵାରା ଜଣାପଡିଲା କି, ଆରୋପିମାନେ ଜାଲିଆତି କାମ କରନ୍ତି । ଜାଲିଆତିର ଏକ ବଡ ଧନ୍ଦା ଆରମ୍ଭ କରିବା ପାଇଁ ସେମାନେ ବିହାରର ଏକ ତାନ୍ତ୍ରିକ ସହ ମିଶିଥିଲେ । ଧନ୍ଦା ସଫଳ ହେବା ପାଇଁ ତାନ୍ତ୍ରିକ ଏକ ଝିଅ ର ବଳି ମାଗିଥିଲା, ଯାହାଫଳରେ ସେମାନେ ଏହା କରିଥିଲେ ।

ଡିଏସପି କହିଛନ୍ତି କି ଏହି ଆରୋପରେ ନବଲପରାଶି ନିବାସୀ କୃଷ୍ଣ ତମାଡ, ସପ୍ତରୀ ନିବାସୀ ଉମେଶ ସାହ, ଦାଡ ନିବାସୀ ଦିଲ କୁମାରୀ, ବୁଢାମାଗର ସପ୍ତରୀ ନିବାସୀ ଉମେଶ ମାଝୀ, ବିରାଟ ନଗର ନିବାସୀ ଦିଲୀପ ପୋଧାର, ଧାଦିଗଡ ନିବାସୀ ପ୍ରେମା ତାବାଡ ଓ ସୁଂସରି ନିବାସୀ ରଞ୍ଜିତ କୁମାର ଚୌଧୁରୀଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ପାଖରୁ ୧ ଲକ୍ଷ ୯ ହଜାର ୫୦୦ ଟଙ୍କାମ ଶାତୋଟି ମୋବାଇଲ ଫୋନ, ତାନ୍ତ୍ରିକ ପୂଜା ସାମଗ୍ରୀ ଜବତ ହୋଇଛି ।