କିଏ ଥିଲା ଏହି ସିନ୍ଦବାଦ, ଯିଏ ଜାହାଜରେ ବୁଲିଥିଲା ପୁରା ଦୁନିଆ, ପଢନ୍ତୁ ସିନ୍ଦବାଦ ର ସମୁଦ୍ର ଯାତ୍ରା ର ପୁରା କାହାଣୀ

ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ଜାଣିଥିବେ ଆରବୀୟ ବ୍ୟବସାୟୀ ଶିନ୍ଦବାଦଙ୍କ ବିଷୟରେ । କାହିଁକିନା ଏହା ବିଷୟରେ ବହୁତ କାହାଣୀକୁ ନେଇ ଟିଭି ସିରିଏଲ ଓ ଫିଲ୍ମ ପ୍ରଦର୍ଶିତ ହୋଇଛି । ଶିନ୍ଦବାଦର କାହାଣୀ ଇତିହାସର ଏପରି ଏକ ବ୍ୟକ୍ତି ଉପରେ ଆଧାରିତ କି ଜଣେ ବ୍ୟକ୍ତି ନିଜ ଜାହାଜ ମାଧ୍ୟମରେ ପାଖା ପାଖି ପୁରା ଦୁନିଆକୁ ଭ୍ରମଣ କରିଥିଲେ । ଏହି ଭ୍ରମରେ ସେହି ବ୍ୟକ୍ତିକୁ ବହୁତ ବିପଦର ସାମ୍ନା କରିବାକୁ ପଡିଥିଲା ।

ଶିନ୍ଦବାଦ ଏହି ଭ୍ରମଣ କାଳରେ ନା କେବଳ ବହୁତ ଭୟାନକ ପରିସ୍ଥିତିର ସମ୍ମୁଖିନ ହୋଇଥିଲେ ଏହାଛଡା  ବହୁତ ହିଂଶ୍ର ପଶୁ ମାନଙ୍କର ମଧ୍ୟ ସାମ୍ନା କରିବାକୁ ପଡିଥିଲା ଯେଉଁମାନେକି ଦେଖିବାକୁ ବହୁତ ଅଜବ ଦେଖାଯାଉଥିଲେ ।

ଏହି ଭ୍ରମଣ କାଳରେ ତାଙ୍କୁ ଏପରି କିଛି ଜନ୍ତୁ ସହ ମୁକାବିଲା ହୋଇଥିଲା ଯେଉଁମାନେକି ଦେଖିବାକୁ ନା ମନୁଷ୍ୟ ଭଳି ଥିଲେ ନା କୌଣସି ପଶୁ ଭଳି ଦେଖାଯାଉଥିଲେ  । ଯାହାକୁକି ଦେଖି ଜାଣିହେବନି କି ସେମାନେ ନା ପଶୁ ନା ମନୁଷ୍ୟ । ସେମାନେତ ରାକ୍ଷସ ଭଳି ଦେଖାଯାଉଥିଲେ । ଶିନ୍ଦବାଦର ଏହି କାହାଣୀ ଭାରତ , ପାକିସ୍ତାନ , ବାଙ୍ଗଳାଦେଶ , ଇରାନ , ଇରାକ , ତୁର୍କୀ ଓ ମିଶର ଭଳି ଦେଶ ସହ ପୁରା ଇଉରୋପୀୟ ଦେଶ ଓ ଆମେରିକାରେ ବି ପ୍ରସିଦ୍ଧ ଅଟେ ।

କିନ୍ତୁ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ କି କଣ ସତରେ ଏହି ଶିନ୍ଦବାଦ ଭଳି କେହି ମନୁଷ୍ୟ ଥିଲେ ଯିଏକି ଏହିଭଳି ଭୟାନକ ସାମୁଦ୍ରିକ ଭ୍ରମଣ କରିଥିଲେ । ତେବେ ଆଜି ଆସନ୍ତୁ ଜାଣିବା ଏହି ଶିନ୍ଦବାଦର କାହାଣୀର ପଛରେ ଥିବା ଅସଲ କାହାଣୀ ବିଷୟରେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ ତଥ୍ୟ । ଐତିହାସିକଙ୍କ ମତରେ ପୁସ୍ତକ କିମ୍ବା ଟିଭିରେ ପ୍ରଦର୍ଶିତ ଏହି ଭୟାନକ ସାମୁଦ୍ରିକ ଯାତ୍ରା କରିଥିବା ଶିନ୍ଦବାଦ ଚରିତ୍ର ରେ ପ୍ରକୃତରେ ଜଣେ ବ୍ୟକ୍ତି ଥିଲେ ।

ପ୍ରକୃତରେ  ପୁରୁଣା କାଳରେ ଏପରି ଏକ ବ୍ୟକ୍ତି ଥିଲେ ଯେକି ଆଜିକାର ଇରାନ ଦେଶରେ ଜନ୍ମ ନେଇଥିଲେ । ଏହି ବ୍ୟକ୍ତିକୁ ଆଜି ପୁରା ଦୁନିଆ ଶୁଲେମାନ ଅଳତାଜୀର ନାମରେ ଜାଣିଛି । ଏହି ବ୍ୟକ୍ତି ଇସଲାମ ଧର୍ମ ର ବ୍ୟକ୍ତି ଅଟନ୍ତି । ଏହି ବ୍ୟକ୍ତି ସେହି ସମୟର ଜଣେ ବଡ ବ୍ୟବାସାୟୀ ସହ ଜଣେ ବଡ ଭ୍ରମଣ କରି ଭାବାବେ ପରିଚିତ ଥିଲେ । ଐତିହାସିକଙ୍କ ମତରେ ଏହି ବ୍ୟକ୍ତି ସେହି ସମୟରେ  ଯେତେ ଦୂର ତାଙ୍କ ଜାହାଜରେ ଭ୍ରମଣ କରିଥିଲେ କି ସେହି ସମୟରେ କୌଣସି ମନୁଷ୍ୟ ପକ୍ଷରେ ସମ୍ଭବ ନଥିଲା ।

ଏହି କାରଣାନରୁ ସେ ଯେତେବେଳେ ତାଙ୍କର ଭ୍ରମଣ ସାରି ନିଜ ଦେଶକୁ ଫେରିଲେ ସେତେବେଳେ ତାଙ୍କ ଜାହାଜ ଧନ ରତ୍ନରେ ଭାରି ଯାଇଥିଲା । ଏହାଛଡା ଐତିହାସିକଙ୍କ ମତରେ ଶୁଲେମାନ ନିଜ ଅଂଚଳର ଲୋକମାନଙ୍କୁ କିଛି ମାସ ପର୍ଯ୍ୟନ୍ତ ଏହି ବ୍ରାମନ କାଳର କାହାଣୀ ଶୁଣାଇଥିଲେ । ଏହି କାହାଣୀକୁ ସେହି ଅଂଚଳର ବ୍ୟକ୍ତି ମାନେ ବହୁତ ରୋମାଂଚକ ସହ ଶୁଣୁଥିଲେ କାହିଁକିନା ଶୁଲେମାନ ହିଁ ଏପରି ଏକ ପ୍ରଥମ  ବ୍ୟକ୍ତି ଥିଲେ ଯିଏ କି ଜାହାଜ ସାହାଯ୍ୟରେ ପୁରା ଦୁନିଆର ଏହି ପରି ଲମ୍ବା ଯାତ୍ରା ପୁରାଣ କରିଥିଲେ ।

ଐତିହାସିକଙ୍କ ମତରେ ସୁଲେମାନଙ୍କ କାହାଣୀ ଶୁଣୁଥିବା ତାଙ୍କ ଅଂଚଳର ବ୍ୟକ୍ତି ମାନେ ଯେତେବେଳେ ଏହି କାହାଣୀକୁ ତାଙ୍କ ପିଲାମାନଙ୍କୁ ଶୁଣାଉଥିଲେ ଏହି କାହାଣୀକୁ ବହୁତ ବଢ଼େଇ ଚଢ଼େଇକି ରୋମାଂଚକ ଭାବରେ ଶୁଣାଇଥିଲେ । ଏବଂ ସେହି ପିଲାମାନେ ଯେତେବେଳେ ଏହି କାହାଣୀକୁ ତାଙ୍କ ପିଲା ମାନଙ୍କୁ ଶୁଣାଇଲେ ଏହି କାହାଣୀକୁ ବହୁତ ବଢ଼େଇ ଚଢେଇ ବଦଳେ ଓ ଆହୁରି ରୋମାଂଚଭରା କାହାଣୀ ଶୁଣାଇଥିଲେ ଏହିପରି ଭାରେ ଧୀରେ ଧୀରେ ଶୁଲେମାନଙ୍କର ଏହି ପ୍ରକୃତ କାହାଣୀ ବଦଳି ଯାଇଥିଲା ।

ସମୟାନୁକ୍ରମେ ସୁଲେମାନ ଅଳତାଜୀରଙ୍କର ଏହି କାହାଣୀକୁ ଅଲିଫ ଲେଲା ବହିରେ ସାମିଲ କରାଯାଇଥିଲା । ଏହି ଅଲିଫ ଲେଲା ଏକ ଆରବୀୟ କାହାଣୀର ପୁସ୍ତକ ଅଟେ ଏଥିରେ ଆରବୀୟ ଦେଶର ଅର୍ଥାତ ଇରାକ , ଇରାନ , ତୁର୍କୀ ଓ ମିସର ଭଳି ଦେଶର ଲେଖକଙ୍କର କାହାଣୀ ସାମିଲ ଅଛି । ହାତିମ ତାଇ , ଆଲିବାବା ଚାଲିଶ ଚୋର ଓ ଆଲାଦିଙ୍କା ଚିରାଗ ଭଳି କାହାଣୀ ଏହି ପୁସ୍ତକରୁ ଆସିଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।