ଏବେ ଏବେ Bollywood କୁ ଲାଗିଲା ଆଉ ଏକ ବଡ ଝଟକା, ଡବଲ ନିମୋନିଆ କାରଣରୁ ଆଖି ବୁଜିଦେଲେ Bollywood ର ଏହି ବଡ ଷ୍ଟାର

ବଲିଉଡ ପାଇଁ ୨୦୨୦ ବର୍ଷଟି ବହୁତ ଖରାପ ଥିଲା । ଏହି ବର୍ଷ ଅନେକ ବଲିଉଡ ଷ୍ଟାରଙ୍କର ମୃ-ତ୍ୟୁ ହୋଇଥିଲା । ୨୦୨୧ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଅନେକ ସୁଯୋଗ ଆଣିଥିଲା । କିନ୍ତୁ ଏ ବର୍ଷ ମଧ୍ୟ କିଛି ଭଲ ଖବର ମିଳିନ ଥିଲା । ବର୍ତ୍ତମାନ ବଲିଉଡ଼ରୁ ଗୋଟେ ଦୁଖ ଖବର ଶୁଣିବାକୁ ମିଳିଛି । ବଲିଉଡର ଡାଇରେକ୍ଟର ତାରିକ ଶାହଙ୍କ ଶନିବାର ଦିନ ମୃ-ତ୍ୟୁ ଘଟିଛି । ତାଙ୍କୁ ୫୮ ବର୍ଷ ହେଇଥିବା ବେଳେ ମୁମ୍ବାଇର ଏକ ହସପିଟାଲରେ ସେ ତାଙ୍କର ଶେଷ ନିଶ୍ଵାସ ନେଇଥିଲେ ।

ତାରିକ ଶାହ “କଡୱା ସଚ” ଟିବି ସିରିଏଲରେ ଡାଇରେକ୍ଟର ଭାବେ ନିଜର ପ୍ରଦର୍ଶନ କରି ସାରିଛନ୍ତି । ସେ ଅଭିନେତ୍ରୀ ସୋମା ଆନନ୍ଦଙ୍କୁ ବିବାହ କରିଥିଲେ । ତାଙ୍କର ସାରା ନାରେ ଗୋଟେ ଝିଅ ମଧ୍ୟ ଅଛି । ତାଙ୍କର ମୃ-ତ୍ୟୁ ରେ ବଲିଉଡ ଜଗତରେ ବଡ ଝଟକା ଲାଗିଛି । ବଲିଉଡର ସବୁ ସଦସ୍ୟ ତାଙ୍କର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି ।

ଖବର ଅନୁଯାଇ ତାଙ୍କୁ ଡବଲ ନିମୋନିଆ ହୋଇ ଯାଇଥିଲା । ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରେ ଲାଗିଥିଲା । ଏହା ଛଡା ଦୀର୍ଘ ଦୁଇ ବର୍ଷରୁ ତାଙ୍କ କିଡନୀରେ ମଧ୍ୟ ଅସୁବିଧା ଥିଲା । ସେଥି ପାଇଁ ସେ ଚିକିତ୍ସା ହେଉଥିଲେ ।

ଫିଲ୍ମ ଟ୍ରେଡ ଏନାଲିଷ୍ଟ ଓ ବରିଷ୍ଠ ପତ୍ରକାର ଇନ୍ଦ୍ରମୋହନ ପତ୍ରୁ ନିଜ ମତାମତରେ କହିଥିଲେ ଯେ ” ସେ ତାରିକ ଶାହଙ୍କ ସ୍ତ୍ରୀ ସୋମା ଆନନ୍ଦଙ୍କୁ ଫୋନ କରିଥିଲେ । କିନ୍ତୁ ତାଙ୍କ ଝିଅ ଫୋନ ଉଠାଇ କହିଥିଲା ଯେ ବାପାଙ୍କୁ ନିମୋନିଆ ହୋଇଥିବା ଯୋଗୁ ଆଜି ତାଙ୍କର ନିଧନ ହୋଇଛି ” ।  ବଲିଉଡର ପ୍ରସିଦ୍ଧ ଡାଇରେକ୍ଟର ଭାବେ ତାରିକ ଶାହ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ୧୯୯୦ ମସିହାରେ ତାଙ୍କର “ବାହାର ଆନେ ତକ” ଫିଲ୍ମ ରିଲିଜ ହୋଇଥିଲା ।

ଗୁଲସନ କୁମାର ଏହି ଫିଲ୍ମର ପ୍ରଡ୍ୟୁସର ଭାବେ କାମ କରିଥିଲେ । ଫିଲ୍ମରେ ନିଦେର୍ଶକ ହେବା ସହ ସେ ଅଭିନୟ ମଧ୍ୟ କରୁଥିଲେ । କେବଳ ତାଙ୍କ ଫିଲ୍ମ ନୁହେ ତାଙ୍କ ଫିଲ୍ମର ଗୀତ ମଧ୍ୟ ହିଟ ହେଉଥିଲା । “ବାହାର ଆନେ ତକ” ଫିଲ୍ମରେ ତାରିକ ଶାହଙ୍କ ବ୍ଯତୀତ ରୂପା ଗାଙ୍ଗୁଲି, ସୁମିତ ସହଗଲ, ମୁନମୁନ ସେନ, ନବୀନ ନିଶ୍ଚଲ ଭଳି ଅନେକ କଳାକାର ମାନେ ଅଭିନୟ କରିଥିଲେ ।  

ବଲିଉଡ ଜଗତରେ ଫିଲ୍ମ ବନେଇବା ସହ ସେ ଟିଭିରେ ମଧ୍ୟ ନିଜର ସିରିଏଲ କରୁଥିଲେ । “ଜନ୍ମ କୁଣ୍ଡଳୀ” ଓ “କଡୱା ସଚ” ଭଳି ସିରିଏଲରେ ସେ ନିଦେର୍ଶକ ଭାବେ କାମ କରିଛନ୍ତି । କଡୱା ସଚ ସିରିଏଲରେ ସମାଜରେ ଚାଲିଥିବା ଖରାପ କାମକୁ କିପରି ବନ୍ଦ କରାଯାଇ ପାରିବ ସେ ବିଷୟରେ କୁହା ଯାଇଛି । ତାଙ୍କର ମୃ-ତ୍ୟୁରେ ପୁରା ବଲିଉଡ ଜଗତ ନିରାଶ ହୋଇପଡିଛି । ତେଣୁ ତାଙ୍କର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ ।