ଫେମସ ହେଲା ପରେ Bollywood ରୁ ଗାୟବ ହେଇ ଯାଇଛନ୍ତି ଏହି 5 ବଡ ହିରୋଇନ

ବଲିଉଡ ଖୁବ୍ ରୋମାଞ୍ଚକ ସ୍ଥାନ ଅଟେ । ଯେଉଁଠି କିଏ ରାତାରାତି ସୁପର୍ ଷ୍ଟାର୍ ହୋଇଯାଏ ତ କିଏ ନିଜ ସ୍ଥାନ ବନାଇବାକୁ ଖୁବ୍ ସଂଘର୍ଷ କରେ । ତେବେ ଏପରି କିଛି ଅଭିନେତ୍ରୀ ଓ ଅଭିନେତା ମାନେ ଅଛନ୍ତି ଯେଉଁମାନେ ରାତାରାତି ସୁପର୍ ଷ୍ଟାର୍ ହୋଇ ସୁପର୍ ହିଟ୍ ଫିଲ୍ମ ଦେଇ ମଧ୍ୟ ପରବର୍ତ୍ତୀ ସମୟରେ ବଲିଉଡ ପାଇଁ ଅଲୋଡା ହୋଇ ଯାଇଛନ୍ତି । କେହି ମଧ୍ୟ ସେମାନଙ୍କୁ ଫିଲ୍ମରେ ନେବାକୁ ଆଉ ଇଚ୍ଛା ମଧ୍ୟ କରୁ ନାହାଁନ୍ତି । ତେବେ ଆସନ୍ତୁ ଜାଣିବା ଏପରି କିଛି ଅଭିନେତ୍ରୀ ଙ୍କ ବିଷୟରେ ।

ଗ୍ରେସି ସିଂ- ଅମୀର ଖାଁଙ୍କ ଫିଲ୍ମ “ଲଗାନ” ରେ କାମ କରି ରାତାରାତି ସୁପରଷ୍ଟାର ହୋଇଥିବା ଅଭିନେତ୍ରୀ ଗ୍ରେସି ସିଂ, ମୁନା ଭାଇ ଏମ୍.ବି.ବି.ଏସ୍, ଗଙ୍ଗାଜଲ୍, ହମ୍ ଆପକେ ଦିଲ୍ ମେ ରେହତେ ହେ ପରି କେତୋଟି ଭଲ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ସେ ଆଜି ଫିଲ୍ମ ଠୁ ବହୁତ ଦୂରରେ ଅଛନ୍ତି । ଶୁଣା ଯାଉଛି ଯେ ବଲିଉଡ ରେ ତାଙ୍କୁ କେହି କାମ ଦେଉ ନାହାଁନ୍ତି ବୋଲି ।

ଅମିଶା ପଟେଲ- ହ୍ରିତିକ୍ ରୋଶନ୍ ଙ୍କ ଫିଲ୍ମ କହୋନା ପ୍ଯାର୍ ହେ ରୁ ବଲିଉଡ ରେ ପାଦ ରଖିଥିବା ଅଭିନେତ୍ରୀ ଅମିଶା ପଟେଲ ଏହି ଫିଲ୍ମ ଯୋଗୁଁ ବଲିଉଡର ଟପ୍-୧୦ ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇଥିଲେ । ଯାହା ପରେ ଅମିଶା ପଟେଲ ସନ୍ନି ଦେୱାଲ ଙ୍କ ସହ ବ୍ଲକ୍ ବଷ୍ଟର ଫିଲ୍ମ ଗଦର୍ ରେ ମଧ୍ୟ କାମ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ବଲିଉଡ ରେ ଗୋଟିଏ ଫିଲ୍ମ ପାଇବା ମଧ୍ୟ କଷ୍ଟକର ହୋଇ ପଡ଼ିଛି ।

କରିସ୍ମା କପୁର- କରିସ୍ମା କପୁର ଅନାଡି, ରାଜା ହିନ୍ଦୁସ୍ତାନୀ, ଜିତ୍, ମୈନେ ଭି ପ୍ଯାର୍ କିୟା ହେ ଓ ଜାନୱର୍ ପରି ଅନେକ ସୁପର୍ ହିଟ୍ ଫିଲ୍ମରେ କାମ କରିଛନ୍ତି । ସୁପର୍ ହିଟ୍ ଫିଲ୍ମ ଗୁଡ଼ିକରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ନିଜ ବିବାହ ଓ ପତିଙ୍କ ସକାଶେ ଫିଲ୍ମ ଦୁନିଆ ଛାଡିଥିଲେ । କିନ୍ତୁ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇଗଲା । ଆଉ ଆଜି ତାଙ୍କୁ ଫିଲ୍ମରେ କାମ ମଧ୍ୟ ମିଳୁନାହିଁ ।

ଗାୟତ୍ରୀ ଯୋଶୀ- ୨୦୦୪ ମସିହାରେ ରିଲିଜ୍ ହୋଇଥିବା ଶାହାରୁଖ ଖାଁ ଙ୍କ ସୁପର୍ ହିଟ୍ ତଥା ବ୍ଲକ୍ ବଷ୍ଟର ଫିଲ୍ମ ସ୍ବଦେଶ ରେ ଅଭିନେତ୍ରୀ ଗାୟତ୍ରୀ ଯୋଶୀ ତାଙ୍କ ସହ କାମ କରିଥିଲେ । କିନ୍ତୁ ସେହି ଏକମାତ୍ର ଫିଲ୍ମ ପରେ ଗାୟତ୍ରୀ ଯୋଶୀ କୁଆଡେ ଗାୟବ ହୋଇଗଲେ ଯେ କାହାକୁ ମଧ୍ୟ ଜଣା ପଡିଲା ନାହିଁ । ଏତେ ବଡ଼ ସୁପର୍ ହିଟ୍ ଫିଲ୍ମରେ କାମ କରିବା ପରେ ମଧ୍ୟ ଆଜି ତାଙ୍କୁ କେହି ପଚାରି ଯିବାକୁ ପ୍ରସ୍ତୁତ ନୁହଁନ୍ତି ।

ଅନୁ ଅଗ୍ରୱାଲ- ୯୦ ଦଶକରେ ସୁପର୍ ହିଟ୍ ହୋଇଥିବା ଫିଲ୍ମ୍ ଆଶିକି ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ । ସେହି ସମୟରେ ଏହି ରୋମାଣ୍ଟିକ ଫିଲ୍ମ ଦର୍ଶକଙ୍କ ମନକୁ ଏତେ ଛୁଇଁ ପାରିଥିଲା ଯେ ସେହି ଫିଲ୍ମରେ କାମ କରିଥିବା ଅଭିନେତା ରାହୁଲ ରୟ ଓ ଅଭିନେତ୍ରୀ ଅନୁ ଅଗ୍ରୱାଲ ରାତାରାତି ସୁପର୍ ଷ୍ଟାର୍ ହୋଇ ଯାଇଥିଲେ । କିନ୍ତୁ ଆଜି ଏହି ଦୁଇଜଣ ହିଁ ଫିଲ୍ମରେ ବେଶ୍ ଦୂରରେ ଅଛନ୍ତି । ଫିଲ୍ମରେ କାମ କରିବା ତ ଦୂର ବଲିଉଡ ରେ ସେମାନଙ୍କ ଚିହ୍ନ ବର୍ଣ୍ଣ ମଧ୍ୟ ରହିଲା ନାହିଁ ।