ଜୀବନରେ ଶୁଖରେ ଶାନ୍ତିରେ ବଂଚିବା ପାଇଁ କରନ୍ତୁ ଏହି ଗୋଟେ ସହଜ କାମ

କହିବାକୁ ଗଲେ ସମୟ ପାଖରେ ଏତେ ସମୟ ନାହିଁ କି ସେ ତୁମକୁ ବାରମ୍ବାର ସମୟ ଦେବ, ଏହା ସହିତ କାହା ଉପରେ ଏତେ ମୋହ କର ନା ହିଁ କି ତାହାର ଖରାପ ଗୁଣ ଆପଣଙ୍କ ଆଖିକୁ ଦେଖାଯିବ ନାହିଁ । ଏହିଭଳି କାହାକୁ ଏତେ ଘୃଣା ବି କରନ୍ତୁ ନାହିଁ କି ତାହାର ଭଲ ଗଣ ତୁମକୁ ଦେଖା ନ ଯିବ । କହିବାକୁ ଗଲେ ମଣିଷକୁ ବର୍ବାଦ କରିବାର ୬ ଟି କାରଣ ଥାଏ । ସେ ଗୁଡିକ ହେଲା ଡର, ନିଦ, ଆଳସ୍ୟ, ଅଜ୍ଞାନ, କ୍ରୋଧ ଓ କାମ ।

ଜୀବନକୁ ଖୁସିରେ ବଞ୍ଚିବା ପାଇଁ ମନକୁ ବଂଶୀ ପରି ଖାଲି କରିବାକୁ ପଡିବି । ଜୀବନରେ ପାଞ୍ଚଟି ମହାମନ୍ତ୍ର ଥାଏ ସେଗୁଡିକ ହେଲା । ଯେମିତି କି ଦର୍ପଣ କେବେ ମିଛ କୁହେ ନାହିଁ । ଜ୍ଞାନ କେବେ ଭୟଭୀତ କରିବ ନାହିଁ ।

ସତ୍ୟ କେବେ କମଜୋର କରିବ ନାହିଁ । ପ୍ରେମ କେବେ ଇର୍ଷା କରିବ ନାହିଁ, ବିଶ୍ୱାସ କେବେ ଦୁଖୀ କରିବ ନାହିଁ । କୁମ୍ଭାର ଯେତେବେଳେ ମାଠିଆ ତିଆରି କରେ ସେତେବେଳେ ସେ ମାଟିକୁ ଥାପି ଥାପି ଭିତରୁ ତାକୁ ନରମ କରିଥାଏ ସେହିଭଲି ଭଗବାନ ଆମକୁ ଯେତେବେଳେ ଗଢିଥାଏ ସେତେବେଳେ ଆମକୁ ବୁଝିବାକୁ ହେବ କି ଆଗକୁ ଆମ ପାଇଁ ବହୁତ ସୁଖ ଅଛି । ସେଥିପାଇଁ ଭଗବାନଙ୍କ ଉପରେ ବିଶ୍ଵାସ ରଖିବା ଉଚିତ କି ଭଗବାନ କେବେ ବି ଆମର ଖରାପ କରିବେ ନାହିଁ ।

ଯିଏ ଅପମାନରେ କ୍ରୋଧିତ ହୁଏ ନାହିଁ ସେ ପ୍ରକୃତରେ ମଣିଷ ଅଟେ । ସେହିଭଳି ଧର୍ମର ପାଞ୍ଚଟି ଆଧାର ଥାଏ । ଜ୍ଞାନ, ପ୍ରେମ, ତ୍ୟାଗ, ସମର୍ପଣ ଓ ଧର୍ଯ୍ୟ । ଯଦି ଆପଣଙ୍କ ମନରେ ବିଶ୍ୱାସ ଅଛି ତେବେ ଆପଣଙ୍କୁ ସବୁଥିରେ ସଫଳତା ମିଳିବ । ସେହିଭଲି ମନରେ ଆଶଙ୍କା ଥିଲେ କେବେ ବି ସଫଳତା ମିଳିବ ନାହିଁ । ସବୁ ଜିନିଷରେ ବାରମ୍ବାର ଚେଷ୍ଟା କରିବା ପରେ ଛୋଟ ପିଲା ଯେମିତି କିଛି କୁହେ ନାହିଁ ଓ ଏହା ପରେ ବି ସେ ବାରମ୍ବାର ଚେଷ୍ଟା କରି ଚାଲି ଥାଏ ।

ସେହିଭଲି ଜୀବନରେ କେବେ ବି ଚେଷ୍ଟା କରିବା ଛାଡିବା ଉଚିତ ନୁହେଁ । କର୍ମକୁ ଭୟ କରନ୍ତୁ ଭଗବାନଙ୍କୁ ନୁହେଁ । କର୍ମ କ୍ଷମା କରେ ନାହିଁ କିନ୍ତୁ ଭଗବାନ କ୍ଷମା କରନ୍ତି ।ଆମ ଚିନ୍ତାଧାରା ଖରାପ ହେଲେ ଆମକୁ ଖରାପ ଫଳ ମିଳିଥାଏ । ଜୀବନରେ ଆବଶ୍ୟକତା ଠାରୁ ଅଧିକ ଚାହିଁଲେ ଖୁସି ମିଳେ ନାହିଁ । ଜ୍ଞାନରେ ଅହଂକାର ଥିଲେ ତାହା ବିଷ ହୋଇଥାଏ । କିନ୍ତୁ ନମ୍ରତା ଥିଲେ ଅମୃତ ହୋଇଥାଏ । ଧର୍ମ କୁହେ ମନ ସ୍ୱଚ୍ଛ ଥିଲେ ଖୁସି ମିଳିବ । ଜୀବନରେ ଛଳନା କରିବା ଉଚିତ ନୁହେଁ ।

ସମ୍ପର୍କରେ ସନ୍ଦେହ କରିବା ଉଚିତ ନୁହେଁ । ସମସ୍ତଙ୍କୁ ସାହାଯ୍ୟ କରନ୍ତୁ । ସତ କୁହ ଭୟ କରନାହିଁ । କଷ୍ଟକୁ କରିବାର ଅର୍ଥ ହିଁ ଜୀବନ ଅଟେ । ସରଳ ହୁଅ, ପ୍ରେମ କର, ଅନ୍ୟର ଯତ୍ନ ନିଅ । ହସି ହସି ଜୀବନକୁ ଉପଭୋଗ କରିବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।