ଭାରତର 8 କ୍ରିକେଟର ଯେଉଁମାନେ ସରକାରୀ ଅଫିସର, ଦେଖନ୍ତୁ କିଏ କଣ କରନ୍ତି

ଭାରତରେ ପ୍ରାୟତଃ ସବୁ ଖେଳ ଖେଲାଯାଇଥାଏ । କିନ୍ତୁ ବିଶେଷ କରି ସମସ୍ତେ କ୍ରିକେଟ ଖେଳକୁ ଅଧିକ ପ୍ରମୁଖ ଖେଳ ଭାବେ ପସନ୍ଦ କରନ୍ତି । ଏହା ସହିତ ଭାରତୀୟ ଦର୍ଶକମାନେ ଭାରତରେ କ୍ରିକେଟରଙ୍କୁ ଏତେ ପସନ୍ଦ କରନ୍ତି କି ତାଙ୍କୁ ଭାଗବାନ ଭଳି ପୂଜା କରନ୍ତି । ଏଥିପାଇଁ ସବୁ ଭଲ କ୍ରିକେଟରଙ୍କୁ ସୁପରଷ୍ଟାର ମଧ୍ୟ କୁହାଯାଏ । କିନ୍ତୁ କହିଦେଉଛୁ କି ଖେଳାଳିମାନେ ଏହି ସ୍ତରକୁ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ଏମିତି ନା ହିଁ କି ସେମାନେ ରାତା ରାତି ଷ୍ଟାର ହୋଇ ଯାଆନ୍ତି ।

ତାଙ୍କର ଏହି ପରିଶ୍ରମ କାରଣରୁ ଭାରତ ସରକାର କିଛି ଖାସ ଖେଳାଳିଙ୍କୁ ସରକାରୀ ପଦବୀ ଦେଇ ତାଙ୍କର ସମ୍ମାନ ମଧ୍ୟ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ପ୍ରମୁଖ ୮ ଜଣ ଖେଳାଳିମାନଙ୍କ ବିଷୟରେ ଯେଉଁମାନେ ସରକାରଙ୍କ ସମ୍ମାନପଦ ପଦ ପଦବୀରେ ଅଛନ୍ତି ।

ପ୍ରଥମରେ ଅଛନ୍ତି ଭାରତୀୟ କ୍ରିକେଟ ଜଗତର ମହାନ ଅଲରାଉଣ୍ଡର କପିଳ ଦେବ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କପିଳ ଦେବଙ୍କ କ୍ୟାପଟେନଶିପରେ ଭାରତ ୧୯୮୩ ରେ ପ୍ରଥମ ଥର କ୍ରିକେଟରେ ବିଶ୍ୱ କପ ଜିତିବାର ସଫଳ ହୋଇଥିଲା । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ୨୦୦୮ ରେ ଭାରତୀୟ ସୈନ୍ୟ ବିଭାଗରେ ଲେଫ୍ଟନାଣ୍ଟ କର୍ନେଲ ପଦବୀରେ ସମ୍ମାନ ମଧ୍ୟ କରାଯାଇଛି । ଏହାକୁ କପିଳ ଦେବ ବହୁତ ସମ୍ମାନର ସହ ଗ୍ରହଣ ମଧ୍ୟ କରିଥିଲେ ।

ଦ୍ଵିତୀୟରେ ଭାରତୀୟ ବୋଲର ଯୋଗେନ୍ଦ୍ର ଶର୍ମାଙ୍କୁ ହରିୟାଣା ସରକାରଙ୍କ ତରଫରୁ ରାଜ୍ୟର ପୋଲିସ ବିଭାଗରେ DSP ରୂପରେ ନିଯୁକ୍ତି ଦେଇ ସମ୍ମାନ କରାଯାଇଛି । ଏହା ପରେ ଭାରତୀୟ କ୍ରିକେଟ ତଥା ବିଶ୍ୱର ସବୁଠୁ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ୨୦୦୮ରେ ଭାରତୀୟ ବାୟୁ ସେନାରେ ଗ୍ରୁପ କ୍ୟାପଟେନ ପଦବୀ ଦ୍ୱାରା ସମ୍ମାନ ଦିଆଯାଇଛି । ଏହା ସହିତ ୨୦୧୨ ରେ ତାଙ୍କୁ ରାଜ୍ୟସଭାr ସଦସ୍ୟ ରୂପରେ ବି ନିଯୁକ୍ତି କରାଯାଇଛି ।

ଭାରତର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ୨୦୧୧ର ବିଶ୍ୱକପ ଜିତିବା ପରେ ଭାରତୀୟ ସୈନ୍ୟ ବିଭାଗରେ ଲେଫ୍ଟନାଣ୍ଟ କର୍ନଲ ରୂପରେ ନିଯୁକ୍ତି କରି ତାଙ୍କୁ ସମ୍ମାନିତ କରାଯାଇଛି । ଏହା ପରେ ଆସୁଛନ୍ତି ପଞ୍ଜାଵର ମାହାନ ସ୍ପୀନ ବୋଲର ହରଭଜନ ସିଂହ । ତାଙ୍କୁ ପଞ୍ଜାଵ ସରକାର ୨୦୦୧ରେ ଡେପୁଟି ସୁପ୍ରିଟେଣ୍ଡେଣ୍ଟ ଅଫ ପୋଲିସ ଭାବେ ନିଯୁକ୍ତି ଦେଇ ସମ୍ମାନ କରିଛନ୍ତି । ଏହା ସହିତ ଆପଣଙ୍କୁ କହିଦେଉଛୁ କି ଭାରତୀୟ ବୋଲର ଉମେଶ ଯାଦବଙ୍କୁ ବି ରିଜର୍ଭ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ନିଯୁକ୍ତି ଦେଇ ସମ୍ମାନ କରାଯାଇଛି ।

ୟଜୁବେନ୍ଦ୍ର ଚହଲଙ୍କୁ ବି ଆୟକର ବିଭାଗରେ ଇନିସ୍ପେକ୍ଟର ଭାବେ ୨୦୧୮ରେ ନିଯୁକ୍ତି ଦେଇ ସମ୍ମାନ କରାଯାଇଛି । ଏହା ପରେ ଅଛନ୍ତି ଭାରତୀୟ କ୍ରିକେଟର ଓ ବ୍ୟାଟ୍ସ ମ୍ୟାନ ଲୋକେଶ ରାହୁଲ । ଯାହାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ରୂପରେ ନିଯୁକ୍ତି ଦେଇ ସମ୍ମାନିତ କରାଯାଇଛି । ଏହା ଛଡା ତାଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଇନିସ୍ପେକ୍ଟର ରୂପରେ ନିଯୁକ୍ତି କରାଯାଇଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।