Choreographer Saswat Joshi ଙ୍କ ସହ Rangabati ଗୀତରେ ଧୁମ୍ ମଚାଇଲେ Bollywood ସୁପରଷ୍ଟାର Govinda, viral ହେଲା video

ଗୋବିନ୍ଦା ବଲିଉଡର ଜଣେ ଖୁବ ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତା । ତାଙ୍କ ଅଭିନୟ ଓ ଡାନ୍ସ ଯୋଗୁଁ ଗୋବିନ୍ଦା ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ରହିଛନ୍ତି । ୮୦ ଏବଂ ୯୦ ଦଶକର ଏହି ସୁପରଷ୍ଟାରଙ୍କ ଆଜି ମଧ୍ୟ କୋଟି କୋଟି ପ୍ରଶଂସକ ଅଛନ୍ତି । ଗୋବିନ୍ଦ ଅରୁଣ ଆହୁଜା ଓରଫ ଗୋବିନ୍ଦା ନାମରେ ପରିଚିତ ଏହି ସୁପରଷ୍ଟାରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ନିଜ ଜାଦୁଗରୀ ଅଭିନୟ ବଳରେ ସେ ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରାଇଛନ୍ତି ।

ଗୋବିନ୍ଦାଙ୍କ ଅନନ୍ୟ ଡାନ୍ସ ଶୈଳୀର ସମସ୍ତେ ଦିୱାନା । ଦେଖିବାକୁ ଖୁବ ସହଜ ଲାଗୁଥିଲେ ମଧ୍ୟ ତାଙ୍କ ଭଳି ଅଙ୍ଗଭଙ୍ଗୀ କରିବା ଅନ୍ୟ କାହା ପାଖେ ଅସମ୍ଭବ ଅଟେ । ଡାନ୍ସ ହେଉ ବା କମେଡି ଦର୍ଶକଙ୍କ ମନୋରଞ୍ଜନ କରିବାରେ ସେ କେବେ ମଧ୍ୟ ଫେଲ୍ ହୋଇ ନାହାନ୍ତି । ସେ ଆଜି ପ୍ରାୟ ୫୭ ବର୍ଷ ବୟସର ହୋଇ ଯାଇଥିଲେ ମଧ୍ୟ ନିଜକୁ ଖୁବ ଫିଟ୍ ରଖିଛନ୍ତି ଓ ଆଜି ମଧ୍ୟ ତାଙ୍କ ସ୍ଵତନ୍ତ୍ର ଡାନ୍ସରେ ସମସ୍ତଙ୍କୁ ଆଚମ୍ବିତ କରି ଦେଉଛନ୍ତି ।

ତେବେ ଓଡିଶାର ଲୋକପ୍ରିୟ ଗୀତ ରଙ୍ଗବତୀରେ ଗୋବିନ୍ଦା ଡାନ୍ସ କରିଥିବା ବେଳର ଏକ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ରଙ୍ଗବତୀ ଗୀତରେ ଗୋବିନ୍ଦାଙ୍କ ଡାନ୍ସ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଗତ କିଛି ମାସ ତଳେ ସୁପରଷ୍ଟାର ଗୋବିନ୍ଦା ଆସିଥିଲେ । ଓଡିଶା ଗସ୍ତ ସମୟରେ ସେ କେତୋଟି ଗୀତ ଓ ମ୍ୟୁଜିକ ଭିଡିଓ ବନେଇବା ସହ କିଛି ରିୟାଲିଟି ଶୋ ରେ ମଧ୍ୟ ଯୋଗ ଦେଇଥିଲେ ।

ତେବେ ଓଡିଶାର ଲୋକପ୍ରିୟ ଡାନ୍ସ ରିୟାଲିଟି ଶୋ ‘ଡାନ୍ସ ଓଡିଶା ଡାନ୍ସ ୨୦୨୧’ ର ଏକ ଏପିସୋଡରେ ଗୋବିନ୍ଦାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇ ଥିଲା । ଷ୍ଟେଜରେ କୋରିଓଗ୍ରାଫର ଶାଶ୍ଵତ ଯୋଶୀ ଓ କିଛି ପ୍ରତିଯୋଗୀଙ୍କ ସହ ଗୋବିନ୍ଦା ଓଡିଶାର ଲୋକପ୍ରିୟ ଗୀତ ରଙ୍ଗବତୀର ତାଳୀ ତାଳେ ଝୁମୁଥିବାର ଦେଖିବାକୁ ମିଳିଥିଲା । ଏହି ଗୀତକୁ ଗୋବିନ୍ଦା ଖୁବ ଉପଭୋଗ କରୁଥିବାର ଦେଖା ଯାଇଥିଲା । ଅନ୍ୟମାନେ ମଧ୍ୟ ଗୋବିନ୍ଦାଙ୍କ ସହ ଖୁବ ମନ ଖୁସିରେ ଡାନ୍ସ କରୁଥିଲେ ।

ଏହି ସଂପୂର୍ଣ୍ଣ ଏପିସୋଡରେ ଗୋବିନ୍ଦା ଖୁବ ଉପଭୋଗ କରିଥିଲେ ଓ ଦର୍ଶକଙ୍କ ମନୋରଞ୍ଜନ ମଧ୍ୟ କରିଥିଲେ । ତେବେ ସେହି ସମୟର ଡାନ୍ସ ଭି-ଡି-ଓଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ପେଜ୍ କୁ ଲାଇକ କରନ୍ତୁ ।