ଦୂର୍ଗା ପୂଜାରେ କରନ୍ତୁ ନାହିଁ ଏହି ୫ ଟି ଭୁଲ, ନଚେତ ହେବ ସର୍ବନାଶ (Durga Puja 2021)

କୁହାଯାଏ ଯେ ମା ଲକ୍ଷ୍ମୀ ଯେଭଳି ଭଗବାନ ଶିବଙ୍କୁ ସ୍ଵାମୀ ରୂପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ ଠିକ ସେହିଭଳି ଯେଉଁ ମହିଳାମାନେ ନବରାତ୍ରିର ଏହି ନଅ ଦିନ ମା ଦୂର୍ଗାଙ୍କୁ ପ୍ରସନ୍ନ କରିଥାନ୍ତି ସେ ତାଙ୍କୁ ଉଚିତ ବରଦାନ ପ୍ରଦାନ କରିଥାନ୍ତି । କିନ୍ତୁ ବେଳେ ବେଳେ ଅଜାଣତରେ କିଛି ଭୁଲ ହୋଇଯାଏ ଯାହାଫଳରେ ମା ଦୂର୍ଗା ଅସନ୍ତୁଷ୍ଟ ହୋଇଯାନ୍ତି । ସେହି ସବୁ ଭୁଲ ଠାରୁ ସାବଧାନ ରହିବା ଉଚିତ । ତେବେ ଚାଲନ୍ତୁ ଜାଣିବା ସେଗୁଡିକ କଣ ।

ମା ଆପଣଙ୍କୁ ପୂଜାପଠା କିମ୍ବା ବ୍ରତ କରିବାକୁ ବାଧ୍ୟ କରନ୍ତି ନାହିଁ । କିନ୍ତୁ ଯଦି କରୁଛନ୍ତି ତେବେ ସଂପୂର୍ଣ୍ଣ ବିଶ୍ବାସ ଏବଂ ଶ୍ରଦ୍ଧାର ସହ କରିବା ଆବଶ୍ୟକ । ମା’ଙ୍କ ପୂଜା କରିବା ସମୟରେ ମନରେ କୌଣସି ଦୁର୍ଭାବନା ଆଣନ୍ତୁ ନାହିଁ । ନଚେତ ଏହାର କୌଣସି ଫଳ ପ୍ରାପ୍ତ ହେବ ନାହିଁ । ମା’ଙ୍କ ପ୍ରତି ମନରେ ସବୁବେଳେ ସମ୍ମାନ ଭାବନା ରଖନ୍ତୁ । ନବରାତ୍ରିରେ ଝଗଡା, ବାଦବିବାଦ କରିବା କିମ୍ବା ମୁହଁରେ କୌଣସି ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ । କାରଣ ଆପଣ ମା’ଙ୍କ ପବିତ୍ର ନାମ, ମନ୍ତ୍ର ଓ ଜପ ଆଦି କରିଥାନ୍ତି ।

ତେଣୁ ଏପରି କରିବା ଦ୍ଵାରା ମଧ୍ୟ ମା ଆପଣଙ୍କ ମନ୍ତ୍ର ଜପ ସ୍ଵୀକାର କରିବେ ନାହିଁ । ନବରାତ୍ରିରେ କୌଣସି ପ୍ରକାର ନିଶାଦ୍ରବ୍ଯ କିମ୍ବା ଆମିଷ ସେବନ କରିବା ଅନୁଚିତ ଅଟେ । ଏହାଦ୍ବାରା ମନୁଷ୍ୟର ନିଜ ମନ ଉପରେ ନିୟନ୍ତ୍ରଣ ରୁହେ ନାହିଁ । ଏହି ସମୟରେ ସାତ୍ଵିକ ଖାଦ୍ୟ ଖାଇବା ସହ ଖଟା ଜାତୀୟ ଜିନିଷ ମଧ୍ୟ ଖାଆନ୍ତୁ ନାହିଁ ।

ନବରାତ୍ରି ସମୟରେ କୌଣସି ଅସହାୟ ଲୋକ କିମ୍ବା କନ୍ୟାଙ୍କୁ ଘରୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ଏମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ମା ଦୂର୍ଗା ଖୁବ ପ୍ରସନ୍ନ ହୋଇଥାନ୍ତି । ତେଣୁ ଏଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଓ ନିଜ ସାମର୍ଥ୍ୟ ଅନୁସାରେ ଗରିବ ଲୋକଙ୍କୁ ଦାନ କରନ୍ତୁ । ଏହି ସମୟରେ ବାଳ, ନଖ ଓ ଦାଢି ଆଦି କାଟିବା ମଧ୍ୟ ଅନୁଚିତ ଅଟେ । କାରଣ ବାଳ ଓ ନଖ ବଢିବାରେ ଆମ ଶରୀରର ଊର୍ଜା ପ୍ରୟୋଗ ହୋଇଥାଏ । ଏହି ସମୟରେ ଉପବାସ କରୁଥିବା ଲୋକଙ୍କୁ ଶକ୍ତିର ବହୁତ ଆବଶ୍ୟକତା ଥିବାରୁ ଏହା କରିବାକୁ ବାରଣ କରାଯାଏ ।

ନବରାତ୍ରି ସମୟରେ କୌଣସି ଚମଡା ତିଆରି ବସ୍ତୁ ଯଥା ଜୋତା, ବେଲ୍ଟ ଓ ପର୍ସ ଆଦିର ବ୍ୟବହାର କରନ୍ତୁ ନାହିଁ । ପଶୁପକ୍ଷୀଙ୍କ ମୃତଦେହରୁ ଏସବୁ ପ୍ରସ୍ତୁତ ହୋଇଥିବାରୁ ଏହା ମା’ଙ୍କୁ କେବେ ମଧ୍ୟ ଭଲ ଲାଗିବ ନାହିଁ । ଘରେ ଯଦି କଳସ ସ୍ଥାପନ କରୁଛନ୍ତି କିମ୍ବା ଅଖଣ୍ଡ ଦୀପ ଜଳାଉଛନ୍ତି ତେବେ ତାକୁ ଛାଡି କୁଆଡେ ଯିବା ମଧ୍ୟ ଉଚିତ ନୁହେଁ ।

କଳସରେ ମା ବିରାଜମାନ କରୁଥିବାରୁ ଏହା କୌଣସି କାରଣରୁ ତଳେ ପଡିଯିବା ଏବଂ ଅଖଣ୍ଡ ଦୀପ ଲିଭିଯିବା ଅଶୁଭ ଅଟେ । ମା’ଙ୍କ ମନ୍ତ୍ର ଜପ କରିବା ବ ପାଠ କରିବା ଅତି ଆବଶ୍ୟକ ଅଟେ । ଯଦି ଅତି ଜରୁରୀ ନ ପଡେ ତେବେ ମଝିରେ ବାରମ୍ବାର ଉଠନ୍ତୁ ନାହିଁ କି କାହା ସହ କଥା ହୁଅନ୍ତୁ ନାହିଁ । ଏହାସହ ଦିନ ସମୟରେ ମଧ୍ୟ ଶୋଇବା ଅନୁଚିତ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।