ନିଜ ପରିବାରକୁ ଏକ ଭୟଙ୍କର କଳା ନାଗ (Black Spectacled) ଠାରୁ ବଞ୍ଚେଇବା ପାଇଁ ବିଲେଇ ଟି ନିଜ ଜୀବନକୁ ବାଜି ଲଗେଇ ଦେଲା, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ଆଜିକାଲି ଚାରିଆଡେ ସାପ ଦେଖିବାକୁ ମିଳୁଛନ୍ତି । ଜଙ୍ଗଲ ନଷ୍ଟ ଓ ଗଛଲତା ଗୁଡିକ କା-ଟି-ବା କାରଣରୁ ବର୍ତ୍ତମାନ ସାପ ଗୁଡିକ ଖାଦ୍ୟର ସନ୍ଧାନରେ ଘର ଭିତରକୁ ବି ପଶି ଯାଉଛନ୍ତି । ଗାଁ ରେ ଚାଲ ଘର ଗୁଡିକରେ ପ୍ରାୟତଃ ସାପ ଦେଖିବାକୁ ମିଳି ଯାଆନ୍ତି । କିନ୍ତୁ ବର୍ତ୍ତମାନ ସାପ ଗୁଡିକ କୋଠା ଘରେ ବି ଖାଦ୍ୟ ସନ୍ଧାନରେ ପଶି ଯାଉଛନ୍ତି । ତାଙ୍କ ସାମ୍ନାରେ ଯଦି କୌଣସି ମଣିଷ ଚାଲି ଆସେ ତେବେ ହୁଏତ ସାପ ଚୋ-ଟ ମଧ୍ୟ ମା-ରି ପାରେ । ସେଥିପାଇଁ ସବୁବେଳେ ସତର୍କ ରୁହନ୍ତୁ ।

ଆଜି ଆମେ ଆପଣଙ୍କ ପାଇଁ ଯେଉଁ ଦୃଶ୍ୟ ନେଇ ଆସିଛୁ ସେଠି ଗୋଟିଏ ବିଲେଇ ଯୋଗୁ ସାପକୁ ସମସ୍ତେ ଦେଖି ପାରିଲେ ଓ ବିଲେଇ ଯୋଗୁ ହିଁ ସମସ୍ତଙ୍କ ଜୀବନ ବଞ୍ଚି ଗଲା । ନଚେତ ହୁଏତ ସେହି ଘରର କୌଣସି ବି ସଦସ୍ୟର ସାପର ଶି-କା-ର ହୋଇଥାନ୍ତା । ଘର ଲୋକମାନଙ୍କ କହିବା ଅନୁଯାୟୀ ସାପ ଟି ଦ୍ଵିପହର ୨ ଟା ସମୟରୁ ତାଙ୍କ ଘର ପଶି ଥିଲା । କିନ୍ତୁ ସେମାନେ ସେହି ସମୟରେ କିଛି ବି ଜାଣି ନ ଥିଲେ କି ତାଙ୍କ ଘରେ ଗୋଟିଏ ସାପ ପଶି ଯାଇଛି ।

ଘରର ଅଗଣାରେ ଯେଉଁଠି ସେମାନେ ଗାଡି ରଖନ୍ତି ସେଠି ଗୋଟିଏ ଗ୍ୟାସ ଟାଙ୍କି ଥିଲା । ସେହି ଗ୍ୟାସ ଟାଙ୍କି ପାଖରେ ଗୋଟିଏ ବେଙ୍ଗ ଥିଲା ସାପ ଟି ସେହି ବେଙ୍ଗକୁ ଖାଇ ଦେଇ ସେଠି ବସି ଥିଲା । କିନ୍ତୁ ତାଙ୍କ ଘରର ଗୋଟିଏ ବିଲେଇ ଏହି ସାପ ବିଷୟରେ ଜାଣି ପାରି ତାକୁ ମା-ରି-ବା-କୁ ଚେଷ୍ଟା କରୁଥିଲା ।

ଯାହା ପରେ ଘର ଲୋକମାନେ ଦେଖିଲେ । ଏହା ପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଫୋନ ଅଧିକାରୀମାନଙ୍କୁ ଡ଼ାକିଥିଲେ । ଅଧିକାରୀମାନଙ୍କ ଅନୁସାର ସାପଟି ବେଙ୍ଗକୁ ଖାଇବା ପରେ ସେଠି ଲୁ-ଚି ରହିଥିଲା । କହିଦେଉଛୁ କି ସାପ କୌଣସି ଜୀବ ଜନ୍ତୁକୁ ଯଦି ଖାଉଛି ତେବେ ତାକୁ ହଜମ କରିବା ପାଇଁ ସମୟ ଲାଗିଥାଏ ଓ ଏହି ସାପଟି ଏକ ବଡ ବେଙ୍ଗକୁ ଖାଇ ଦେଇ ଥିବାରୁ ତାର ଶରୀର ଅଧିକ ଓଜନ ହୋଇଯିବା କାରଣରୁ ସେ ଯାଇ ପାରି ନ ଥିଲା ।

ବିଲେଇ ଓ ପରେ ଘର ଲୋକମାନେ ସାପକୁ ଦେଖିଥିଲେ । କିନ୍ତୁ ଶେଷରେ ଅଧିକାରୀମାନେ ଏହି ସାପକୁ ଧରିବାରେ ସଫଳ ହେଲେ । ସାପକୁ ଧରିବା ପୂର୍ବରୁ ସାପ ଟି ଯେଉଁ ବେଙ୍ଗକୁ ଖାଇଥିଲା ତାକୁ ପୁଣି ମୁହଁ ଦ୍ଵାରା ବାହାର କରି ଦେଲା । କହିଦେଉଛୁ କି ଯଦି କୌଣସି ଖାଦ୍ୟ ବସ୍ତୁକୁ ସାପମାନେ ହଜମ କରି ପାରିବେ ନାହିଁ ତେବେ ସେମାନେ ତାକୁ ପୁଣି ଥରେ ବାହାର କରିଦେବେ । ଏହିଭଳି କିଛି ଏହି ସାପ ବି କରିଲା । ପୁଣି ଥରେ ଗୋଟିଏ ପରିବାର ସାପ ଆ-ତ-ଙ୍କ-ରୁ ବଞ୍ଚିଗଲା ।