ସୁଶାନ୍ତ ସିଂହ ରାଜପୁତଙ୍କ ପିତା କଲେ ମୁମ୍ବାଇ ପୋଲିସର ପର୍ଦାଫାସ, କଲେ ୩ଟି ଆଶ୍ଚର୍ଯ୍ୟ କଲାଭଳି ଖୁଲାସା

ସୁଶାନ୍ତ ସିଂହ ମାମଲାକୁ ନେଇ ସବୁଦିନ କିଛି ନା କିଛି ନୂଆ ଅପଡେଟ ଆସୁଛି । ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ଓ ତାଙ୍କର ପୂର୍ବ ଗର୍ଲଫ୍ରେନ୍ଡ ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କୁ ନେଇ ମିଡିଆକୁ ଲଗାତର ଇଣ୍ଟରଭିୟୁ ଦେଉଛନ୍ତି । ଏହି କ୍ରମରେ ବର୍ତ୍ତମାନ ସମୟରେ ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେ କେ ସିଂହଙ୍କ ଗୋଟିଏ ଇଣ୍ଟରଭିୟୁ ଭାଇରାଲ ହେଉଛି । ଏହି ଇଣ୍ଟରଭିୟୁରେ ସୁଶାନ୍ତଙ୍କ ପିତା ମୁମ୍ବାଇ ପୋଲିସ ଉପରେ ଆରୋପ ଲଗାଉଥିବାର ନଜର ଆସୁଛନ୍ତି ଓ ଏହା ସହିତ ସେ ୩ଟି ବଡ ରୋଚକପୂର୍ଣ କଥା ବି କହୁଛନ୍ତି ।

ଏହା ସହିତ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅନ୍ୟ ଏକ ନାମ ବି ସାମ୍ନାକୁ ଆସୁଛି । ଯାହାର ନାମ ଛୋଟ ପେଙ୍ଗୁଇନ ଅଟେ । ଯାହାକୁ ବଞ୍ଚାଇବା ପାଇଁ ମୁମ୍ବାଇ ପୋଲିସ ଚେଷ୍ଟା କରୁଛି ।

ପ୍ରଥମେ ସୁଶାନ୍ତ ପିତା ମୁମ୍ବାଇ ପୋଲିସକୁ ନେଇ କହୁଛନ୍ତି କି, ତାଙ୍କୁ ଜଣା ଥିଲା କି ତାଙ୍କ ପୁଅର ଜୀବନ ପ୍ରତି ଭୟ ଅଛି ସେଥିପାଇଁ ସେ ପୂର୍ବରୁ ହିଁ ଏଫଆଇଆର ଦର୍ଜ କରିସାରିଥିଲେ । ସେ ଏହି ବର୍ଷ ୨୫ ଫେବ୍ରୁୟାରୀକୁ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଏକ ପୋଲିସ ଷ୍ଟେସନରେ ଏଫଆଇଆର ଦର୍ଜ କରିଥିଲେ । କିନ୍ତୁ ଏଫଆଇଆର ଦର୍ଜ କରିବା ପରେ ବି ପୋଲିସ କୌଣସି ବି ପ୍ରକାରର ପଦକ୍ଷେପ ନେଲା ନାହିଁ । ସେ ଆଗକୁ କହିଲେ କି ସେ ଏଥିପାଇଁ ଏଫଆଇଆର ଦର୍ଜ କରିଥିଲେ କି ପୋଲିସ ତାଙ୍କ ପୁଅକୁ ସୁରକ୍ଷା ପ୍ରଦାନ କରିବେ । କିନ୍ତୁ ମୁମ୍ବାଇ ପୋଲିସ ଏହିଭଳି କିଛି ବି କରିଲେ ନାହିଁ ।

ଏହା ପରେ ସେ ମୁମ୍ବାଇ ପୋଲିସ ଉପରେ ଦ୍ଵିତୀୟ ଆରୋପ ଲଗାଇ କହିଲେ କି ମୁମ୍ବାଇ ପୋଲିସ ପ୍ରମାଣକୁ ନେଇ ଲଗାତାର ଖେଳୁଛି । ଆପଣଙ୍କୁ କହିଦେଉଛୁ କି କିଛି ଦିନ ତଳେ ସୁଶାନ୍ତଙ୍କ ପିତା ବିହାର ପୋଲିସ ନିକଟରେ ରିୟା ଚକ୍ରବତ୍ତୀଙ୍କ ବିରୁଦ୍ଧରେ ଏଫଆଇଆର ଦର୍ଜ କରିଛନ୍ତି । ଏହା ପରେ ବିହାର ପୋଲିସର ଯାଞ୍ଚ ପରେ ଜଣା ପଡିଲା କି ମୁମ୍ବାଇ ପୋଲିସକୁ ରିୟା ଚକ୍ରବତ୍ତୀ ବିରୁଦ୍ଧରେ ଯେଉଁ ପ୍ରମାଣ ମିଳିଛି ସେହି ସମସ୍ତ ପ୍ରମାଣକୁ ମୁମ୍ବାଇ ପୋଲିସ ସବୁ ନଷ୍ଟ କରିବାକୁ ବି ଚେଷ୍ଟା କରୁଛି ।

ଏହା ପରେ ସେ ମୁମ୍ବାଇ ପୋଲିସ ଉପରେ ତୃତୀୟ ବଡ ଆରୋପ ଲଗାଇଲେ କି ମୁମ୍ବାଇ ପୋଲିସ ଛୋଟ ପେଙ୍ଗୁଇନକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଏହି ନାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ । କିନ୍ତୁ ଛୋଟ ପେଙ୍ଗୁଇନ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆଦିତ୍ୟ ଠାକରେ ଯିଏ କି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଅଟନ୍ତି । ଆଦିତ୍ୟ ଠାକରେ ସୁଶାନ୍ତଙ୍କ ମାମଲା ସହ ଓ ରିୟା ଚକ୍ରବତ୍ତୀଙ୍କ ସହ ଗଭୀର ସମ୍ପର୍କ ଅଛି ବୋଲି ସୁଶାନ୍ତଙ୍କ ପିତା ନିଜ ବୟାନରେ କହୁଛନ୍ତି ।

ସେ ଆଗକୁ କହୁଛନ୍ତି କି ମୁମ୍ବାଇ ପୋଲିସ ଆଦିତ୍ୟ ଠାକରେଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ଜଣା ପଡୁଛି କି ଆଦିତ୍ୟ ଠାକରେ ପିତାଙ୍କ ମୁଖ୍ୟମନ୍ତ୍ରୀ ପାୱାରକୁ ବ୍ୟବହାର କରି ବଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟ ପଟେ ବିହାର ପୋଲିସ ଯେତେବେଳେ ମୁମ୍ବାଇରେ ଯାଞ୍ଚ କରିବାକୁ ପହଞ୍ଚିଲେ ତେବେ ସେଠି ମୁମ୍ବାଇ ପୋଲିସ ତାଙ୍କୁ ସପୋର୍ଟ କରୁ ନାହାନ୍ତି ଓ ତାଙ୍କୁ ଯାଞ୍ଚ କରିବାରେ ବି ବାଧା ଦେଉଛନ୍ତି । ଏହି ସବୁ କଥାରୁ ଜଣା ପଡୁଛି କି ସୁଶାନ୍ତଙ୍କ ମାମଲାକୁ ନେଇ ମୁମ୍ବାଇ ପୋଲିସ କିଛି ଲୁଚାଇବାକୁ ଚେଷ୍ଟା କରୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।