ଏହି ଶିଶୁ ନିଜର ପୂର୍ବଜନ୍ମରେ ରହୁଥିବା ଗାଁକୁ ଖୋଜି ବାହର କଲା, ଆଉ ତା ପରେ…

ଆଜି ଆମେ ଆପଣଙ୍କୁ ପୂର୍ବଜନ୍ମ ସମ୍ବନ୍ଧିତ ଏକ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ । ଯାହା ଉପରେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ । କିନ୍ତୁ ଏହା ସତ ଅଟେ । ସମସ୍ତେ ଜାଣିଛନ୍ତି କି ମନୁଷ୍ୟର ମୃତ୍ୟୁ ପରେ ତାହାର ପୁନର୍ଜନ୍ମ ହୋଇଥାଏ । କିନ୍ତୁ ସେହି ମନୁଷ୍ୟକୁ ନିଜର ପୂର୍ବ ଜନ୍ମ ବିଷୟରେ କିଛି ବି ଜଣା ନ ଥାଏ । କିନ୍ତୁ ଏହି କଥାକୁ ମିଥ୍ୟା ପ୍ରମାଣିତ କରିଛି ହରିୟାଣାର ଏକ ଶିଶୁ । ହରିୟାଣାର ଗୋଟିଏ ଗ୍ରାମ ଜନ୍ମ ନେଇଥିବା ଏହି ୪ବର୍ଷ ପିଲାର ସମସ୍ତ କଥା ସତ ପ୍ରମାଣିତ ହେଉଛି ।

ଜଲାଲପୁରା ଗ୍ରାମର ଜନ୍ମ ଗ୍ରହଣ କରିଥବା ବାଳକ ଲବିସକୁ ନିଜର ପୂର୍ବ ଜନ୍ମର ସବୁ କଥା ମନେ ଅଛି । ତାକୁ ଏହି କଥା ବି ମନେ ଅଛି କି ସେ କେଉଁ ଗ୍ରାମରେ ଜନ୍ମ ନେଇ ଥିଲା ।

ତାର ବାପା ମା କିଏ ଅଟନ୍ତି ଓ ତାର ମୂର୍ତ୍ୟ କିପରି ହୋଇଥିଲା । ଏମିତି କି ତାଙ୍କର ଜମି କେଉଁଠି ଅଛି ଏହା ବି ଜଣା ଅଛି । ଅଢେଇ ବର୍ଷରେ ଯେତେବେଳେ ସେ କଥା କହିବାକୁ ଶିଖିଲା ତେବେ ସେ ନୀର ପୂର୍ବ ଜନ୍ମରେ ରହୁଥିବା ଗ୍ରାମର ନାଁ କହିବାକୁ ଲାଗିଲା ।

ଏହା ପରେ ସେ ନିଜେ ନିଜର ବାପା ଓ ତାର ପରିବାରର ଲୋକମାନଙ୍କୁ ୭ କିଲୋମିଟର ଦୂର ରାମରାୟ ଗ୍ରାମକୁ ନେଇକି ଗଲା ଓ ପରିବାରର ସବୁ ସଦସ୍ୟଙ୍କ ସହ ପରିଚୟ କଲା । ସେ ରାମରାୟ ଗ୍ରାମରେ ରହୁଥିବା ପରିବାରର ଲୋକମାନେ ପଚାରିବାରୁ ସବୁ ସଦସ୍ୟଙ୍କ ନାଁ ବି ଠିକ ଠିକ କହିଲା । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ସହିତ ସେହି ପରିବାରର ସ୍ତ୍ରୀ ଲୋକମାନଙ୍କୁ ସେ ଭାଉଜ ବୋଲି ଡାକୁଥିଲା ।

ଏଥିରୁ ସେମାନେ ବହୁତ ଖୁସି ହେଉଥିଲେ । ଏହି ୪ ବର୍ଷର ବାଳକ ପୂର୍ବ ଜନ୍ମର ଯେଉଁ ପରିବାରର ପୁଅ ବୋଲି କହୁଥିଲା ସେହି ପରିବାର ମଧ୍ୟ ତାର ସବୁ କଥାକୁ ସତ ବୋଲି ମାନୁଛନ୍ତି । ସେମାନେ ଏହି ବାଳକକୁ ଦେଖି ବହୁତ ଖୁସି ମଧ୍ୟ ହେଉଛନ୍ତି । ପୂର୍ବ ଜନ୍ମରେ ସେହି ଶିଶୁ ଜଣକ ୧୪ ବର୍ଷୀୟ ସନ୍ଦୀପ ଥିଲା ।

ସନ୍ଦୀପର ପରିବାରର ଲୋକମାନେ କୁହନ୍ତି କି ୨୬ ଜୁଲାଇ ୨୦୦୬ରେ ସନ୍ଦିପ ୧୪ ବର୍ଷର ହୋଇଥିଲା ସେହି ସମୟରେ ତାଙ୍କର ନଳ କୂପ ପାଖରେ କରେଣ୍ଟ ଲାଗିବାରୁ ସନ୍ଦିପର ମୃତ୍ୟୁ ହୋଇଥିଲା । ସେହି ବାଳକ ବି ସେହି ନଳକୂପ ପାଖକୁ ନିଜର ପରିବାରର ଲୋକମାନଙ୍କୁ ଟାଣି ଟାଣି ନେଇ ଯାଉଥିଲା । ଆଉ ତାଙ୍କର ଥିବା ପୂର୍ବ ଜମିକୁ ବି ଗଲେ । ଏହା ଏକ ବହୁତ ଆଶ୍ଚର୍ଯ୍ୟ ଘଟଣା ଅଟେ  । ଆପଣଙ୍କୁ କହିଦେଉଛୁ କି ଲବିସ ନିଜର ପୂର୍ବ ଜନ୍ମର ଥିବା ପରିବାର ଲୋକଙ୍କୁ ଦେଖା କରି ବହୁତ ଖୁସି ହୋଇ ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।