Sanjay Dutt ଙ୍କ ପତ୍ନୀ ମାନ୍ୟତାଙ୍କ ରିଅଲ ନାମ ହେଉଛି ଦିଲନାଜ ସେଖ, ଜାଣନ୍ତୁ ମାନ୍ୟତା ଙ୍କ ସହିତ ଜଡିତ କିଛି ରୋଚକ କାହାଣୀ

ଏବେ ଏବେ ସଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ ମାନ୍ୟତାଙ୍କ ଜନ୍ମଦିନ ଯାଇଛି । ମାନ୍ୟତାଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା ଓ ସେ ଦୁବାଇରେ ବଢିଥିଲେ । ମାନ୍ୟତାଙ୍କ ପୁରା ନାମ ହେଉଛି ଦିଲନବାଜ ଶେଖ । ଆରମ୍ଭରୁ ହିଁ ବଲିଉଡ ପ୍ରତି ତାଙ୍କର ଦୁର୍ବଳତା ଥିଲା ଓ ଏଥିପାଇଁ ସେ ଅନେକ ସଂଘର୍ଷ ମଧ୍ୟ କରିଛନ୍ତି ।

ସେ କେତୋଟି ଫିଲ୍ମରେ ଆଇଟମ ନମ୍ବର କରିବା ସହ ସଞ୍ଜୟ ଦତ୍ତଙ୍କୁ ବିବାହ କରିବା ପୂର୍ବରୁ ଅନେକ ଥର ବିବାଦରେ ମଧ୍ୟ ରହି ସାରିଛନ୍ତି । ଗୋଟେ ସମୟ ଥିଲା, ସଞ୍ଜୟ ଦତ୍ତଙ୍କ ସହ ବିବାହ କରିବା ପରେ ମଧ୍ୟ ତାଙ୍କୁ ପରିବାରରେ ସ୍ଵୀକାର କରି ନ ଥିଲେ । କିନ୍ତୁ ସମୟ ଗଡିବା ସହ ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଭାବେ ତାଙ୍କୁ ମାନ୍ୟତା ମିଳି ଯାଇଥିଲା । ଯାହା ପରେ ମାନ୍ୟତା କେବେ ମଧ୍ୟ ସଞ୍ଜୟ ଦତ୍ତଙ୍କ ହାତ ଛାଡି ନ ଥିଲେ ।

ସଞ୍ଜୟ ଦତ୍ତଙ୍କ ୨୦୧୩ ରେ ଜେଲ ଯିବା ପରେ ତାଙ୍କର ଦୁଇ ସନ୍ତାନଙ୍କୁ ମାନ୍ୟତା ଏକାକୀ ପାଳିଥିଲେ । ପ୍ରାୟ ସାଢେ ତିନି ବର୍ଷ ପର୍ଯ୍ୟନ୍ତ ମାନ୍ୟତା ତାଙ୍କ ପିଲାଙ୍କର ଏକାକୀ ଦେଖାଶୁଣା କରିଥିଲେ । ମାନ୍ୟତା ଦତ୍ତଙ୍କ ବଲିଉଡ କ୍ଯାରିଅର ବିଷୟରେ କହିଲେ, ବଲିଉଡରେ ସେ ସାରା ଖାନ ନାମରେ ପରିଚିତ ଥିଲେ । ସେ ‘ଲଭର୍ସ ଲାଇକ ଅସ’ ନାମକ ଏକ ସି ଗ୍ରେଡ ଫିଲ୍ମରେ କାର୍ଯ୍ୟ କରିଥିଲେ ।

ଏହା ଛଡା ସେ ‘ଗଙ୍ଗାଜଲ’ ଫିଲ୍ମରେ ଏକ ଆଇଟମ ନମ୍ବର ମଧ୍ୟ କରିଥିଲେ । ନିତିନ ମନମୋହନ, ସଞ୍ଜୟ ଦତ୍ତ ଓ ମାନ୍ୟତାଙ୍କୁ ପରସ୍ପର ସହ ଦେଖା କରେଇ ଥିଲେ । ତା ପରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା ଓ ସଞ୍ଜୟ ଦତ୍ତଙ୍କ ସହ ମାନ୍ୟତାଙ୍କୁ ସବୁ ଜାଗାରେ ଦେଖିବାକୁ ମିଳିଥିଲା । ଏହା ପରେ ସେମାନେ ୨୦୦୮ରେ ହିନ୍ଦୁ ରୀତିନୀତିରେ ବିବାହ କରି ନେଇଥିଲେ । କିନ୍ତୁ ସଞ୍ଜୟ ଦତ୍ତଙ୍କ ପରିବାର ଏହି ବିବାହରେ ଖୁସି ନ ଥିଲେ ।

ଏହା ସଞ୍ଜୟ ଦତ୍ତଙ୍କ ତୃତୀୟ ବିବାହ ଥିଲା । ଏହା ପୂର୍ବରୁ ମାନ୍ୟତା ମଧ୍ୟ ଥରେ ବିବାହ କରିଥିଲେ । ମାନ୍ୟତାଙ୍କ ସଞ୍ଜୟଙ୍କ ସହ ବିବାହ ପରେ ଜେନ ବ୍ୟକ୍ତି ଦାବି କରିଥିଲେ ଯେ ସେ ହେଉଛନ୍ତି ମାନ୍ୟତାଙ୍କର ଅସଲ ସ୍ଵାମୀ ଓ ତାଙ୍କର ଗୋଟେ ଦେଢ ବର୍ଷର ପୁଅ ମଧ୍ୟ ଅଛି, ଆଉ ମାନ୍ୟତା ତାଙ୍କୁ ଛାଡପତ୍ର ଦେଇ ନାହାନ୍ତି । କିନ୍ତୁ କୋର୍ଟ ମାନ୍ୟତାଙ୍କ ସପକ୍ଷରେ ନିର୍ଣ୍ଣୟ ଶୁଣାଇ ଥିଲା । ତାଙ୍କ ପୂର୍ବରୁ ସଞ୍ଜୟ ଦତ୍ତ ରୀଚା ଶର୍ମା ଓ ରିୟା ପିଲ୍ଲାଇଙ୍କ ସହ ବିବାହ କରିଥିଲେ ।

୨୦୧୦ ରେ ମାନ୍ୟତା ଦୁଇଟି ଯାଆଁଳା ଛୁଆଙ୍କୁ ଜନ୍ମ ଦେଇଥିଲେ । ମାନ୍ୟତା ସଞ୍ଜୟଙ୍କ ଘର ସମ୍ଭାଳିବା ସହ ତାଙ୍କ ପ୍ରଡ଼କ୍ସନ ହାଉସର CEO ମଧ୍ୟ ଅଟନ୍ତି । ସବୁବେଳେ ସଞ୍ଜୟଙ୍କ ସହ ଛିଡା ହୋଇଥିବାରୁ ଲୋକେ ତାଙ୍କୁ ‘ଆଇରନ ଲେଡି’ ମଧ୍ୟ ଡାକନ୍ତି । କେବଳ ଏତିକି ନୁହେଁ ମାନ୍ୟତା, ସଞ୍ଜୟଙ୍କ ଠାରୁ ୧୯ ବର୍ଷ ସାନ ମଧ୍ୟ ଅଟନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ