ଯେବେ ଆପଣଙ୍କୁ ସଚ୍ଚା ବାଲା ପ୍ରେମ ହେବ ତ ଆପଣଙ୍କୁ ମିଳିବ ଏହି ସଙ୍କେତ- Krishna Vani

ଶ୍ରୀକୃଷ୍ଣ କୁହନ୍ତି ପ୍ରେମ ହେଉଛି ସଂସାରର ସବୁଠୁ ପବିତ୍ର ବନ୍ଧନ । ସତ କହିଲେ, ପ୍ରେମର ମାନେ ହେଉଛି ସବୁ ବନ୍ଧନରୁ ମୁକ୍ତି ପାଇବା । କାରଣ ଯାହାକୁ ପ୍ରକୃତ ପ୍ରେମ ହୋଇଯାଏ ସେ ସମସ୍ତ ବନ୍ଧନରୁ ସ୍ବାଧୀନ ହୋଇଯାଏ ।

ଯେପରି ରାଧା ଓ ମୀରା ସେମାନଙ୍କ ସମସ୍ତ ବନ୍ଧନରୁ ମୁକ୍ତ ହୋଇଥିଲେ । ସେମାନେ ସବୁ ସମ୍ପର୍କରୁ ମୁକ୍ତ ହୋଇ, ସାରା ଜୀବନ କେବଳ ପ୍ରେମ କରିଥିଲେ । ଆପଣ ଯଦି ଏହା ବୁଝି ପାରିଲେ ନାହିଁ, ତେବେ ଆମେ ଆପଣଙ୍କୁ ବିସ୍ତାରରେ ବୁଝାଇ ଦେଉଛୁ । ଯଦି ଆପଣ କାହାକୁ ପ୍ରେମ କରନ୍ତି, କିତନୁ ସେ ଆପଣଙ୍କ ପ୍ରେମକୁ ବୁଝେ ନାହିଁ କି ପ୍ରତିବଦଳରେ ଆପଣଙ୍କୁ ମଧ୍ୟ ପ୍ରେମ କରେ ନାହିଁ, ତେବେ କଣ ହେବ ? ନିଶ୍ଚୟ ଆପଣଙ୍କ ମନ ଉଦାସ ହୋଇଯିବ ।

ଆପଣଙ୍କର କେଉଁ କାର୍ଯ୍ୟରେ ମଧ୍ୟ ମନ ଲାଗିବା ନାହିଁ ଓ ପୁରା ସମୟ ଆପଣ ତାଙ୍କ ବିଷୟରେ ଚିନ୍ତା କରିବାକୁ ଲାଗିବେ । ଆପଣ ଭାବିବେ ଏପରି କଣ କଲେ ସେ ମଧ୍ୟ ଆପଣଙ୍କୁ ପ୍ରେମ କରିବାକୁ ଲାଗିବେ । ଏପରି ସ୍ଥିତିରେ ବହୁତ ଲୋକ ମିଛ କହି ପ୍ରେମ ପାଇବାକୁ ଚେଷ୍ଟା କରନ୍ତି ତ ଆଉ କିଛି ଲୋକ ନିଜ ବଳ ଓ ଦୌଲତରେ ପ୍ରେମ ହାସଲ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଆପଣ ଏହା ବୁଝିବା ଆବଶୁକ ଯେ, ଏହା ବିଲକୁଲ ମଧ୍ୟ ଜରୁରୀ ନୁହେଁ କି ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ସେ ମଧ୍ୟ ଆପଣଙ୍କୁ ପ୍ରେମ କରନ୍ତୁ ବୋଲି ।

କାରଣ ପ୍ରେମ କୌଣସି ଖେଳଣା ବା ବସ୍ତୁ ନୁହେଁ ଯାହା ଆପଣ ନିଜ ବଳରେ କିମ୍ବା ପଇସାରେ କିଣି ପାରିବେ । ପ୍ରେମ ଏକ ପବିତ୍ର ଅନୁଭବ ଅଟେ । ଏହା କେବଳ ସିଏ ଅନୁଭବ କରିପାରେ , ଯାହାକୁ ପ୍ରକୃତରେ ପ୍ରେମ ହୋଇଥାଏ । ପ୍ରେମ ଆପଣଙ୍କ ପାଇଁ ସମସ୍ତ ବନ୍ଧନ ଭାଙ୍ଗି ଦେବା କିନ୍ତୁ ନିଜେ କୌଣସି ବନ୍ଧନରେ ବାନ୍ଧି ହେବ ନାହିଁ । ଏପରି ପ୍ରେମକୁ ହିଁ ସତ୍ୟ ବା ପ୍ରକୃତ ପ୍ରେମ ବୋଲି କୁହାଯାଏ ।

ପ୍ରକୃତ ପ୍ରେମ କରିଥିବା ବ୍ୟକ୍ତିକୁ ସବୁ କିଛି ଛାଡିବାକୁ ପଡିଲେ ମଧ୍ୟ ସେ ଆପଣଙ୍କୁ କେବେ ମଧ୍ୟ ଛାଡିବା ନାହିଁ । ସେଥିପାଇଁ ଆପଣ ଯାହାଙ୍କୁ ମଧ୍ୟ ଚାହନ୍ତି ଓ ପ୍ରେମ କରନ୍ତି, ବିନା କୌଣସି ମତଲବ ରଖି ତାଙ୍କୁ ନିଃସ୍ଵାର୍ଥ ଭାବେ ପ୍ରେମ କରନ୍ତୁ । କାରଣ ପ୍ରେମ ବଡ ନିଃସ୍ଵାର୍ଥପର ହୋଇଥାଏ । ଆପଣ ଯାହାଙ୍କୁ ମଧ୍ୟ ପ୍ରେମ କରନ୍ତି ବିନା ମତଲବରେ ନିଃସ୍ଵାର୍ଥପର ଭାବେ ପ୍ରେମ କରନ୍ତୁ ।

ଯଦି ଆପଣଙ୍କ ପ୍ରେମ ସତ୍ୟ ହୋଇଥିବ ତେବେ ସେ ନିଶ୍ଚୟ ବୁଝି ପାରିବେ । ଆଉ ଯଦି ବି ସେ ବୁଝି ପାରୁ ନାହାନ୍ତି ତେବେ ମଧ୍ୟ ପ୍ରେମ କରି ଚାଲନ୍ତୁ । ଦିନେ ନା ଦିନେ ମୀରା ଓ ଶବରୀଙ୍କ ପରି ଆପଣ ନିଶ୍ଚୟ ସଫଳ ହେବେ । ଆପଣ ମଧ୍ୟ ଯଦି କାହାକୁ True love କରିଛନ୍ତି ତେବେ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ ଓ ଆମ ପୋଷ୍ଟକୁ ଲାଇକ ଓ ସେୟାର ମଧ୍ୟ କରନ୍ତୁ ।