Jyotish Shastra: ସବୁଠୁ ଅଧିକ ଲକି ହୋଇଥାନ୍ତି ଏହି 2 ଟି ନାମର ଝିଅ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ଯକ୍ତିର ନାମର ପ୍ରଥମ ଅକ୍ଷରରୁ ମଧ୍ୟ ତାର ସ୍ଵଭାବ ଓ ବ୍ୟକ୍ତିତ୍ଵ ବିଷୟରେ ଅନେକ କିଛି ଜଣା ପଡିଥାଏ । ଏମିତି ତ ସବୁ ଝିଅମାନେ ଭଲ ହୋଇଥାନ୍ତି ଓ ସେମାନଙ୍କ ହୃଦୟ ମଧ୍ୟ ବହୁତ ସଫା ହୋଇଥାଏ ।

କିନ୍ତୁ ସମସ୍ତଙ୍କ ସ୍ଵଭାବ ଭିନ୍ନ ଭିନ୍ନ ହୋଇଥାଏ ।ଅଯଥା ଲୋକଙ୍କ ଠାରୁ ଦୂରେଇ ରହିବା ଓ ଶାନ୍ତିପୂର୍ଣ୍ଣ ବ୍ୟବହାର କରିବାକୁ କିଛି ଝିଅ ଖୁବ ଅଧିକ ପସନ୍ଦ କରନ୍ତି । ସେହି ଝିଅଙ୍କ ବିଷୟରେ ଜ୍ଯୋତିଷ ଶାସ୍ତ୍ରରେ କିଛି ଖାସ କଥା ମଧ୍ୟ ଉଲ୍ଲେଖ କରାଯାଇଛି ।

ଆଜ୍ଞା, ହଁ ଏପରି କିଛି ଖାସ ଝିଅ ମାନଙ୍କ ବିଷୟରେ ଜ୍ଯୋତିଷ ଶାସ୍ତ୍ରରେ ଉଲ୍ଲେଖ ହୋଇଛି ଯେ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଦୁଇଟି ନାମର ଝିଅଙ୍କ ବିଷୟରେ କହିବୁ ଯେଉଁ ମାନଙ୍କୁ ସବୁଠୁ ଅଧିକ ଭାଗ୍ୟଶାଳୀ ବୋଲି ମାନା ଯାଇଛି ।

N ନାମର ଝିଅମାନେ

ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅ ମାନଙ୍କୁ ଗଙ୍ଗା ପରି ପବିତ୍ର ବୋଲି ମାନା ଯାଏ । ଏହି ନାମର ଝିଅମାନେ ବହୁତ ଦୟାଳୁ ହୋଇଥାନ୍ତି ଓ ଏମାନେ ବହୁତ ଶୀଘ୍ର ସମସ୍ତଙ୍କ ସହ ମିଶି ଯାଆନ୍ତି । ଏମାନେ କାହା ଉପରେ ରାଗିବାକୁ କିମ୍ବା ଦୁଃଖ ଦେବାକୁ ପସନ୍ଦ କରନ୍ତି ନାହିଁ ।ଏମାନେ ବହୁତ ଉଦାର ହୃଦୟ ହୋଇଥାନ୍ତି । ଏମାନେ ନିଜ ମଧୁର ଓ କୋମଳ ବ୍ୟବହାରରେ ସମସ୍ତଙ୍କ ମନ ଜିଣି ନିଅନ୍ତି । ଏହି ନାମର ଝିଅମାନେ ନିଜ ଜୀବନସାଥୀଙ୍କୁ କେବେ ମଧ୍ୟ ଧୋକା ଦିଅନ୍ତି ନାହିଁ । ସେଥିପାଇଁ ଏମାନଙ୍କୁ ଅଧିକ ଭାଗ୍ୟଶାଳୀ ବୋଲି ମାନା ଯାଏ ।

S ନାମର ଝିଅମାନେ

ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହି ନାମର ଝିଅମାନେ ନିଜ ସାଥୀଙ୍କୁ ଖୁବ ଭଲ ପାଆନ୍ତି ଓ ସତ୍ୟ ପ୍ରେମ କରନ୍ତି । ଏମାନେ ଟିକେ ଭାବୁକ ସ୍ଵଭାବର ହୋଇଥାନ୍ତି ଓ ବହୁତ ପ୍ରେମୀ ମଧ୍ୟ । ଏହି ଝିଅମାନେ ନିଜ ସାଥୀଙ୍କୁ ଆଉ କାହା ସହ ଦେଖି ପାରନ୍ତି ନାହିଁ । ଏହି ଝିଅ ମାନେ ଦେଖିବାକୁ ବହୁତ ଆକର୍ଷଣୀୟ ହେବା ସହ ନିଜ ସାଥିଙ୍କ ସହ ଖୁବ ବିଶ୍ଵସ୍ତ ରୁହନ୍ତି ।

ଏହି ନାମର ଝିଅଙ୍କୁ ମଧ୍ୟ ଏଥିପାଇଁ ଜ୍ଯୋତିଷ ଶାସ୍ତ୍ରରେ ଭାଗ୍ୟଶାଳୀ ବୋଲି ମାନା ଯାଇଛି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।