ଭଲପାଇ ହେଇଥିଲେ ବାହା ହେଲେ ବହୁତ କମ ଦିନରେ ଅଲଗା ହେଇଗଲେ TVର ସବୁଠୁ ପପୁଲାର ଏହି 6 ଯୋଡି

ଯଦି କୌଣସି ବିବାହ ସମ୍ପର୍କ କିମ୍ବା ଅନ୍ୟ କୌଣସି ସମ୍ପର୍କ ଭାଙ୍ଗିଯାଏ ତେବେ ତାହା ବହୁତ କଷ୍ଟଦାୟକ ହୋଇଥାଏ । ଏହା ସହିତ ଛାଡପତ୍ର ନେଇ ଅଲଗା ହେବାର ନିଷ୍ପତି ସବୁ ଯୋଡି ପାଇଁ ବହୁତ କଷ୍ଟଦାୟକ ହୋଇଥାଏ । କିନ୍ତୁ ବେଳେ ବେଳେ ସ୍ଥିତି ଏମିତି ହୋଇଯାଏ କି ଯୋଡିମାନଙ୍କୁ କିଛି ସମୟ ପରେ ସେହି ସମ୍ପର୍କକୁ ଭାଙ୍ଗିବାକୁ ପଡିଥାଏ । ଟିଭି ଇଣ୍ଡଷ୍ଟ୍ରି ବିଷୟରେ ଯଦି କହିବା ତେବେ ବର୍ତ୍ତମାନ ହିଁ କିଛି ବର୍ଷ ମଧ୍ୟରେ ଏଠି ଛାଡପତ୍ରର ମାମଲା ବହୁତ ଅଧିକ ବଢି ଯାଇଛି । କହିବାକୁ ଗଲେ ଟିଭି ଇଣ୍ଡଷ୍ଟ୍ରିର ବହୁତ କଳାକାରମାନେ ବିବାହର କିଛି ବର୍ଷ ପରେ ନିଜର ପାର୍ଟନର ଠାରୁ ଅଲଗା ହୋଇଯାଇଛନ୍ତି । ଚାଲନ୍ତୁ ଜାଣିବା ସେହି ଯୋଡିମାନଙ୍କ ବିଷୟରେ ।

ମାନିନୀ ମିଶ୍ରା ଓ ମିହିର ମିଶ୍ରା

ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପପୁଳାର ଦମ୍ପତ୍ତି ମାନିନୀ ମିଶ୍ରା  ଓ ମିହିର ମିଶ୍ରା ଅଲଗା ହେବାର ଖବର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ବିବାହର ୧୬ ବର୍ଷ ପରେ ମାନିନୀ ମିଶ୍ରା ଓ ମିହିର ମିଶ୍ରା ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । କହିଦେଉଛୁ କି ଏହି ଦମ୍ପତ୍ତିଙ୍କ ବିବାହ ୨୦୦୪ରେ ହୋଇଥିଲା । ରିପୋର୍ଟ ଅନୁସାରେ ଦୁଇ ଜଣ ପାଖାପାଖି ୬ ମାସ ହେବ ଅଲଗା ରହୁଛନ୍ତି ।

ଆମିର ଅଲି ଓ ସଞ୍ଜିଦା ଶେଖ

ଟିଭିର ସବୁଠୁ ପପୁଲାର ଓ ସୁନ୍ଦର ଯୋଡି ମଧ୍ୟରେ ଆମିର ଅଲି ଓ ସଞ୍ଜିଦା ଶେଖଙ୍କ ନାଁ ଆସିଥାଏ । ୨ ମାର୍ଚ ୨୦୧୨କୁ ଦୁଇ ଜଣଙ୍କ ବିବାହ ହୋଇଥିଲା । କିନ୍ତୁ ୨୦୧୯ରେ ଆମିର ଅଲି ଓ ସଞ୍ଜିଦା ଶେଖଙ୍କ ଫ୍ୟାନମାନେ ସେହି ସମୟରେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଦୁଇ ଜଣଙ୍କର ଅଲଗା ହେବାର ଖବର ସାମ୍ନାକୁ ଆସିଲା । ଗତ ୧ ବର୍ଷ ହେବ ସଞ୍ଜିଦା ଆମିରଙ୍କ ଘର ଛାଡି ନିଜ ବାପଘରେ ରହୁଛନ୍ତି । ଖବର ଅନୁସାରେ ଦୁଇ ଜଣ ଜଲ୍ଦି ହିଁ ଛାଡପତ୍ର ନେବେ ।

ସିଦ୍ଧାନ୍ତ କାର୍ନିକ ଓ ମେଘା ଗୁପ୍ତା

ଟିଭି ଇଣ୍ଡଷ୍ଟ୍ରିର ଏହି ଦମ୍ପତ୍ତି ନିଜର କେମେଷ୍ଟ୍ରି ପାଇଁ ଜଣା ଯାଉଥିଲେ । କିନ୍ତୁ ୨୦୨୦ରେ ଏମାନଙ୍କର ସମ୍ପର୍କ ଭାଙ୍ଗି ଯାଇଛି । ଅଗଷ୍ଟ ୨୦୧୬ରେ ମେଘା ଓ ସିଦ୍ଧାନ୍ତ ପ୍ରେମ ବିବାହ କରିଥିଲେ । ଦୁଇ ଜଣ ଗତ ୧ ବର୍ଷ ହେବ ଅଲଗା ରହୁଥିଲେ ଓ ଏହି ବର୍ଷ ଅର୍ଥାତ ମାର୍ଚ ୨୦୨୦ରେ ଦୁଇ ଜଣଙ୍କ ତଲାକ ହୋଇ ଯାଇଛି ।

ରିଦ୍ଧି ଡୋଗରା ଓ ରାକେଶ ବାପଟ

ଟିଭିର ସବୁଠୁ ଫେମସ ଦମ୍ପତ୍ତିମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ରିଦ୍ଧି ଡୋଗରା ଓ ରାକେଶ ବାପଟ । କିନ୍ତୁ ଦୁଇ ଜଣ ୨୦୧୯ରେ ତଲାକ ନେଇ ଅଲଗା ହୋଇଯାଇଛନ୍ତି । ଦୁଇ ଜଣଙ୍କର ବିବାହ ୨୦୧୧ରେ ହୋଇଥିଲା ।

ଅବିନାଶ ସଚଦେବ ଓ ସଲମିଲି ଦେସାଇ

ଟିଭିର ପପୁଲାର ଦମ୍ପତ୍ତି ଅବିନାଶ ସଚଦେବ ଓ ସଲମିଲି ଦେସାଇ ବି ୨୦୧୮ରେ ନିଜର ୩ ବର୍ଷର ପୁରୁଣା ସମ୍ପର୍କକୁ ଭାଙ୍ଗି ଦେଇଥିଲେ । କହିଦେଉଛୁ କି ୨୦୧୫ରେ ଅବିନାଶ ଓ ସଲମିଲି ଦେସାଇ ବିବାହ କରିଥିଲେ ।

ଶ୍ଵେତା ତିବାରି ଓ ଅଭିନବ କୋହଲି

ଟିଭିର ଫେମସ ଅଭିନେତ୍ରୀ ଶ୍ଵେତା ତିବାରିଙ୍କ ପର୍ଶନାଲ ଲାଇଫରେ ସବୁବେଳେ ବିବାଦରେ ରହିଥାଏ । କହିଦେଉଛୁ କି ଶ୍ଵେତା ତିବାରି ଅଭିନବ କୋହଲିଙ୍କୁ ୨୦୧୩ରେ ଦ୍ଵିତୀୟ ବିବାହ କରିଥିଲେ । କିନ୍ତୁ ୨୦୧୯ରେ ଶ୍ଵେତା ନିଜ ସ୍ଵାମୀ ଉପରେ ଝିଅ ପଲକ ତିବାରି ସହ ଦୁର୍ବ୍ୟବହାର ଆରୋପ ଲଗାଇ ଅଲଗା ହେବା ନିଷ୍ପତି ନେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କ ଛାଡପତ୍ର ହୋଇ ନାହିଁ । କିନ୍ତୁ ଦୁଇ ଜଣ ସେହି ଦିନ ଠାରୁ ଅଲଗା ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।