ଆଜି ବହୁତ ବଦଳି ଯାଇଛନ୍ତି ସିରିଏଲ “ସାଥ ନିଭାନା ସାଥୀୟା” ର Child Actress ବିଦ୍ୟା, ଦେଖା ଯାଆନ୍ତି ବହୁତ ସୁନ୍ଦର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଟିଭି ସିରିଏଲ ସାଥ ନିଭାନା ସାଥିୟା ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଟିଭି ସିରିଏଲ ୨୦୧୦ ମସିହାରେ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ହୋଇଥିଲା । ଏହି ସିରିଏଲ ସେହି ସମୟର ସବୁଠାରୁ ଲୋକପ୍ରିୟ ଧାରାବାହିକ ଥିଲା । ଏହି ସିରିଏଲ ରଶ୍ମି ଶର୍ମା ଙ୍କ ଦ୍ବାରା ନିର୍ଦେଶିତ ହୋଇଥିଲା । ଏହି ସିରିଏଲ ର ସମସ୍ତ କଳାକାର ନିଜର ଅଭିନୟ କୁ ଖୁବ ସୁନ୍ଦର ଭାବରେ ପରଦା ରେ ପ୍ରଦର୍ଶନ କରିଥିଲେ ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ।

କିନ୍ତୁ ଏହି ସିରିଏଲ ର ସବୁଠାରୁ ମୁଖ୍ୟ ଭୂମିକା ରହିଥିଲା କୋକିଲା ମୋଦି ଏବଂ ଗୋପୀ ମୋଦି ନାମକ ଏହି ଦୁହିଁ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଦ୍ୱୟ ଙ୍କ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଦୁଇ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ନୁହେଁ ବରଂ ଏହି ସିରିଏଲ ରେ ବିଦ୍ୟା ନାମକ ଚରିତ୍ର ରେ ବାଲ୍ୟ କଳାକାର ରୂପରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ ।

ଯିଏ ଏହି ସିରିଏଲ ରେ ଗୋପୀ ମୋଦି ଙ୍କ ସାନ ଝିଅ ର ଭୂମିକା ରେ ଅଭିନୟ କରିଥିଲେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଟିଭି ସିରିଏଲ ସାଥ ନିଭାନା ସାଥିୟା ରେ ବିଦ୍ୟା ନାମକ ଚରିତ୍ରରେ ଛୋଟ ବେଳ ର ଭୂମିକା ରୂପରେ ଅଭିନୟ ପ୍ରଦର୍ଶନ କରିଥିବା ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହେଉଛି, ପଲବ ପାଞ୍ଚାଲ ଅଟେ ।

ପଲକ ପାଞ୍ଚାଲ ଙ୍କ ଜନ୍ମ ୨୦୦୮ ମସିହାରେ ହୋଇଥିଲା । ଏହି ଅଭିନେତ୍ରୀ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି । କିନ୍ତୁ ତାଙ୍କୁ ସବୁଠାରୁ ଅଧିକ ପ୍ରସିଦ୍ଧି ଏହି ସିରିଏଲ ମାଧ୍ୟମରେ ହୋଇଥିଲା ।

ଏହି ସିରିଏଲ ରେ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ । ଏହି ଅଭିନେତ୍ରୀ ସୋସିଆଲ ମିଡିଆ ରେ ଅଧିକ ସକ୍ରିୟ ରୁହନ୍ତି ନାହିଁ । ଯେଉଁ କାରଣରୁ ତାଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଇଣ୍ଟରନେଟ ରେ ଉପଲବ୍ଧ ମଧ୍ୟ ରହିନାହିଁ । ଏହି ସିରିଏଲ କୁ ବନ୍ଦ ହେବାର ଦୀର୍ଘ ସମୟ ହୋଇ ସାରିଛି । ତେବେ ଏହି ବାଲ୍ୟ କଳାକାର ମଧ୍ୟ ଏହି ସମୟ ମଧ୍ୟରେ ବହୁତ ବଡ଼ ହୋଇ ସାରିଛନ୍ତି ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ସିରିଏଲ ସାଥ ନିଭାନା ସାଥିୟା ର ବାଲ୍ୟ କଳାକାର ବିଦ୍ୟା ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।