Bollywood ର କମେଡୀ କିଂଗ Johnny Lever ଙ୍କ ଲାଇଫଷ୍ଟାଇଲ, ଇନକମ, ଘର, ପରିବାର ଓ ଦେଖନ୍ତୁ କେତେ ସମ୍ପତ୍ତିର ମାଲିକ ସେ ?

ନମସ୍କାର ବନ୍ଧୁଗଣ ବଲିଉଡ ର ଅଭିନେତା ଜନି ଲିଭର ଙ୍କ ନାମ ଧରିଲେ ସମସ୍ତ ଙ୍କ ମୁହଁରେ ହସ ଆସି ଯାଇଥାଏ । ଜନି ଲିଭର ନିଜ ଅଭିନୟ ପାଇଁ ବହୁ ଲୋକପ୍ରିୟତା ହାସଲ କରିଛନ୍ତି । ନିଜ ଅଭିନୟ ରେ ସେ ସମସ୍ତ ଙ୍କୁ ହସାଇଛନ୍ତି । ତାଙ୍କ ପ୍ରଶଂସକ ମଧ୍ୟ ବହୁତ ଅଧିକ । ବଲିଉଡରେ ସେ ଅନେକ ସିନେମା ରେ ଅଭିନୟ କରିଛନ୍ତି ଗୋଟିଏ ସମୟ ଥିଲା କି ଜନି ଲିଭର ସିନେମା ରେ ନ ଥିଲେ ସିନେମା ଅଧୁରା ଲାଗୁଥିଲା । କିନ୍ତୁ ସେ ମଧ୍ୟ ନିଜର ସଫଳତା ପାଇବା ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ।

ତେବେ ଚାଲନ୍ତୁ ଜାଣିନେବା କି ଜନି ଲିଭର ନିଜ ଜୀବନରେ ସଫଳତା ପ୍ରସିଦ୍ଧି ପୂର୍ବରୁ କଣ ସବୁ ଅସୁବିଧା ହଇରାଣ ର ସାମ୍ନା କରିଛନ୍ତି । ଜନି ଲିଭର ଙ୍କ ପୁରା ନାମ ହେଉଛି ଜନ ପ୍ରକାଶ ରାଓ ଜାନୁ ମାଲା । ତାଙ୍କ ଡାକ ନାମ ହେଉଛି ଜନି । ତାଙ୍କ ଜନ୍ମ ୧୪ ଅଗଷ୍ଟ ୧୯୫୭ ମସିହାରେ ଆନ୍ଧ୍ର ପ୍ରଦେଶ ରେ ହୋଇଥିଲା ।

ଏବେ ବାସଠି ବର୍ଷ ବୟସ ର ହୋଇ ଯାଇଛନ୍ତି । ସେ ନିଜର ପାଠ ପଢା ଆନ୍ଧ୍ର ଏଜୁକେସନ ସୋସାଇଟି ଇଂରାଜୀ ହାଇ ସ୍କୁଲରେ କରିଥିଲେ । ସେ କେବଳ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ହିଁ ନିଜର ପାଠ ପଢା ଜାରି ରଖିଥିଲେ । ତା ପରେ ସେ ନିଜର ପାଠ ପଢା କୁ ଛାଡି ଦେଇଥିଲେ । କାରଣ ସେ ବହୁତ ଗରିବ ପରିବାରର ଥିଲେ ତେଣୁ ଅଧିକ ଶିକ୍ଷା ପାଇଁ ପଇସା ଅଭାବ ଯୋଗୁଁ ସେ ପାଠ ପଢା ଛାଡିବାକୁ ବାଧ୍ୟ ହୋଇଥିଲେ ।


ସେ ନିଜ ପରିବାର ର ପୋଷଣ ପାଇଁ ରାସ୍ତା ରେ କଲମ ବିକିବା ଆରମ୍ଭ କରି ଦେଇଥିଲେ । ପରେ ସେ ମୁମ୍ବାଇ ଆସି ନିଜ ବାପାଙ୍କ ସହ ମଜଦୂରୀ ଆରମ୍ଭ କରି ଦେଇଥିଲେ । ଜନି ନିଜର ଅଭିନୟ ରେ କମ୍ପାନୀ ର ବହୁତ ଲୋକଙ୍କ ପାଖରେ ଆକର୍ଷିତ ହୋଇ ପାରିଲେ । ଏହି ଠାରୁ ସେ ଏକ ଅଭିନେତା ହେବାର ସ୍ୱପ୍ନ ଦେଖିଲେ ।

୧୯୮୧ ରେ ନିଜର ଅଭିନୟ କ୍ୟାରିଅର ଏକ ଷ୍ଟାଣ୍ଡଅପ କମେଡି ରୁ ଆରମ୍ଭ କଲେ । ପରେ ସେ ସିନେମା ରେ କମେଡି ଅଭିନେତା ଭାବେ କାମ କରିବା ଆରମ୍ଭ କରିଥିଲେ । ସେ ନିଜର ପ୍ରଥମ ସିନେମା ଦରଦ କା ରିସ୍ତା ରେ ନଜର ଆସିଥିଲେ । କିନ୍ତୁ ଏହି ସିନେମା ରେ ତାଙ୍କୁ ଅଧିକ ପରିଚୟ ହାସଲ ହୋଇ ପାରିଲା ନାହିଁ ।


୧୧ ବର୍ଷ ବଲିଉଡ ଜଗତରେ ଷ୍ଟ୍ରଗଲ କରିବା ପରେ ୧୯୯୩ ସିନେମା ବାଜିଗର ରେ ନଜର ଆସିଥିଲେ । ଏହି ସିନେମା ରୁ ହିଁ ତାଙ୍କୁ ସଫଳତା ହାସଲ ହେବା ଆରମ୍ଭ ହୋଇଥିଲା । ତାଙ୍କ କ୍ୟାରିଅର ମଧ୍ୟ ଏହି ଠାରୁ ଆରମ୍ଭ ହୋଇଥିଲା । ପରେ ସେ ଆମଦାନୀ ଅଠନି ଖର୍ଚଆ ରୂପୟା ସିନେମା ରେ ମୁଖ୍ୟ ନାୟକ ଭାବେ ଅଭିନୟ କରିଥିଲେ । ଏହି ସିନେମା ପର ଠାରୁ ସେ ସଫଳତା ଉପରେ ସଫଳତା ହାସଲ କରି ଚାଲିଲେ ।


ଜନି ଲିଭର ଙ୍କ ପିତାଙ୍କ ନାମ ହେଉଛି ପ୍ରକାଶ ରାଓ ମାତା ଙ୍କ ନାମ ହେଉଛି କରୁନମା । ଜନି ଙ୍କ ଭାଇଙ୍କ ନାମ ହେଉଛି ଜିମି ମସେସ । ଜନି ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସୁଜାତା ଲିଭର । ତାଙ୍କ ପୁଅ ଙ୍କ ନାମ ହେଉଛି ଜେସି ଲିଭର ଝିଅ ଙ୍କ ନାମ ହେଉଛି ଯେମି ଲିଭର । ଜନି ଗୋଟିଏ ସିନେମା ପାଇଁ ୩୦ ଲକ୍ଷ ନେଇଥାନ୍ତି । ସେ ନିଜ ପରିବାର ଙ୍କ ସହିତ ଅଂଧେରି ମୁମ୍ବାଇ ରେ ରୁହନ୍ତି । ଏବେ ସେ ବହୁତ ଖୁସି ରେ ମଧ୍ୟ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।