ଖୁସି ଖବର, ବାପା ହେଲେ Ollywood ସୁପର ଷ୍ଟାର Babusan Mohanty

ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । କେତେକ କଳାକାର ହୀରୋ ଚରିତ୍ରରେ ଅଭିନୟ କରିଥାନ୍ତି ତ ଆଉ କେତେକ କଳାକାର ଖଳନାୟକ ଚରିତ୍ରରେ ଅଭିନୟ କରିଥାନ୍ତି । ନିଜର କଳା ଓ ଦକ୍ଷତା ଯୋଗୁ ଓଡିଆ ଜଗତର କଳାକାର ମାନେ ସବୁ ଫିଲ୍ମରେ ନିଜର ବେଷ୍ଟ ଭୂମିକା ପରିଦର୍ଶନ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ କଳାକାର ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ଗୋଟେ ପୁଅର ବାପା ହୋଇଛନ୍ତି ।

ଓଡିଆ ଜଗତରେ ଅଭିନେତା ବାବୁଶାନଙ୍କୁ କିଏ ନ ଜାଣେ । ସେ ତାଙ୍କର ସୁନ୍ଦର ଅଭିନୟରେ ନିଜ ଫ୍ୟାନ୍ସ ମାନଙ୍କ ହୃଦୟରେ ଘର କରି ପାରିଛନ୍ତି । ବାବୁଶାନ ଜଣେ କମେଡିଆନ ବ୍ୟକ୍ତି ଅଟନ୍ତି ଯିଏ ସବୁ ଫିଲ୍ମରେ ନିଜ ଚରିତ୍ରକୁ ଖୁବ ଭଲ ଭାବେ ନିଭାଇ ଥାନ୍ତି । ଭଲ ହୀରୋ ହେବା ସହ ସେ ଭଲ ପ୍ରେମିକ, ଭଲ ସ୍ଵାମୀ, ଭଲ ପୁଅ ହେବାର ଚରିତ୍ରରେ ଖୁବ ଭଲ ଅଭିନୟ କରିଛନ୍ତି । ବାବୁଶାନଙ୍କର ନିଜ ପରିବାର ସଦସ୍ୟଙ୍କ ସହ ବହୁତ ଭଲ ସମ୍ପର୍କ ରହିଛି ।

ଏହାଛଡା ସୁଟିଙ୍ଗ ସେଟରେ ମଧ୍ୟ ଅନ୍ୟ କଳାକାର ମାନଙ୍କ ସହ ତାଙ୍କର ବହୁତ ଭଲ ବନ୍ଧୁତା ରହିଛି । ନିଜ ସାଥି ମାନଙ୍କ ସହିତ ସୁଇଟିଂରେ ସେ ବହୁତ ସମୟ ଉପଭୋଗ କରିଥାନ୍ତି । ତାଙ୍କର ରିଲିଜ ହୋଇଥିବା ଫିଲ୍ମ “ରୋମିଓ ଦି ଳଵ ଅଫ ବୟ”, “ହୀରୋ ନମ୍ବର ୱାନ”, “ଭଲ ପାଏ ତତେ ଶହେରୁ ଶହେ”, “ଦଣ୍ଡା ବାଳୁଙ୍ଗା” ଆଦି ଅନେକ ଫିଲ୍ମରେ ବାବୁଶାନ ନିଜର ବେଷ୍ଟ ଦେଇ ଓଡିଆ ଜଗତରେ ଖୁବ ଚର୍ଚ୍ଚାରେ ରହିଛନ୍ତି । ନିଜର ଚରିତ୍ରକୁ ସେ ନିଖୁଣ ଭାବେ ନିଭାଇଥାନ୍ତି ।

ବାବୁଶାନଙ୍କର ବାସ୍ତବ ଜୀବନ ଦେଖିବାକୁ ଗଲେ ସେ ତୃପ୍ତି ନାମକ ଝିଅକୁ ବିବାହ କରିଛନ୍ତି । ଦୁହିଙ୍କ ଭିତରେ ପ୍ରଚୁର ଭଲ ପାଇବା ରହିବା ସହ ଭଲ ରିଲେସନ ମଧ୍ୟ ରହିଛି । ଦୁହେ ପରସ୍ପର ସହ ଫ୍ରୀ ସମୟରେ ଟାଇମ ଅତିବାହିତ କରନ୍ତି । ନିଜ ଶାଶୁ ଘର ଲୋକଙ୍କ ସହ ମଧ୍ୟ ତୃପ୍ତିଙ୍କର ବହୁତ ଭଲ ସମ୍ପର୍କ ରହିଛି । ଗୋଟେ ଭଲ ସ୍ତ୍ରୀ ହେବା ସହ ତୃପ୍ତି ଜଣେ ଭଲ ବୋହୁ ମଧ୍ୟ ଅଟନ୍ତି । ନିଜ ପରିବାର ସଦସ୍ୟଙ୍କର ତୃପ୍ତି ବହୁତ ଭଲ ଭାବେ ଯତ୍ନ ନିଅନ୍ତି ।

ଗତ କାଲି ରାତିରେ ବାବୁଶାନଙ୍କ ଅର୍ଦ୍ଧାଙ୍ଗିନୀ ତୃପ୍ତି ଗୋଟେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ତାଙ୍କ ପୁଅ ସହ ଉଠାଇଥିବା ଫୋଟୋ ବାବୁଶାନ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ବିଡିଓଟି ବର୍ତ୍ତମାନ ବହୁତ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଏହି ଫୋଟୋରେ ବାବୁଶାନ ନିଜ ପୁଅ ସହ ଅଧିକ ଖୁସି ହୋଇ ଖେଳୁଥିବାର ନଜର ଆସିଛନ୍ତି । 

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।