ବଡ ହେବା ପରେ ହିଁ ସ୍ଟାଇଲିଶ ଦେଖିବାକୁ ଲାଗିଛନ୍ତି ନ୍ୟାସା ଦେବଗନ, ଲେଟେଷ୍ଟ ଫଟୋରେ ଦେଖାଗଲେ ମା କାଜୋଲଙ୍କ ଠାରୁ ବି ସୁନ୍ଦର

ବଲୀଉଡରେ ବହୁତ ସୁନ୍ଦରତା ପୂର୍ଣ ଏବଂ ପ୍ରତିଭାବାନ ଅଭିନେତ୍ରୀ ଅଛନ୍ତି । କିଛି ଅଭିନେତ୍ରୀମାନେ କମ ବୟସରେ ହିଁ ବହୁତ ଫେମସ ହୋଇ ଯାଆନ୍ତି । ଏବଂ କିଛି ଅଭିନେତ୍ରୀଙ୍କର ଲୋକପ୍ରିୟତା ୪୦ ବର୍ଷ ପରେ ବି କମ ହୋଇ ନାହିଁ । ଯେତିକି ସୁନ୍ଦର ସେହି ଅଭିନେତ୍ରୀମାନେ ଅଟନ୍ତି ତାହାଠାରୁ ଅଧିକ ସୁନ୍ଦର ତାଙ୍କର ଝିଅମାନେ ବି ଅଟନ୍ତି । ଆଜିକାଲି ବଲୀଉଡ ଷ୍ଟାରଙ୍କ ଅପେକ୍ଷା ତାଙ୍କର ପିଲାମାନଙ୍କ ଉପରେ ମିଡିୟାର ଆଖି ବେଶି ରହୁଛି ।

ବର୍ତ୍ତମାନ ହିଁ ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ କାଜୋଲ ନିଜର ଝିଅ ନ୍ୟାସା ଦେବଗନଙ୍କ ସହ ଏୟରପୋର୍ଟରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କର ଝିଅ ବହୁତ ସ୍ଟାଇଲିଶ ଦେଖା ଯାଉଥିଲେ । ପୁଣି ଥରେ ନ୍ୟାସା ଦେବଗନଙ୍କର ଫଟୋ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି ।

ରେସ୍ଟୋରେଂଟ ବାହାରେ ହୋଇଥିଲେ ସ୍ପଟ

କହିଦେଉଛୁ ବର୍ତ୍ତମାନ କିଛି ଦିନ ତଳେ ନ୍ୟାସା ମୁମ୍ବାଇର ଏକ ରେସ୍ଟୋରେଂଟ ବାହାରେ ସ୍ପଟ ହୋଇଥିଲେ । ସେ ନିଜର କିଛି ସାଙ୍ଗମାନଙ୍କ ସହ ରେସ୍ଟୋରେଂଟରେ ଡିନର କରିବା ପାଇଁ ଆସିଥିଲେ । ଡିନର ସାରି ବାହାରିବା ମାତ୍ରେ ମିଡିୟା ତାଙ୍କୁ ଘେରି ଗଲେ ଏବଂ ଫଟୋ ନେବାକୁ ଲାଗିଲେ । ଭାଇରାଲ ହେଉଥିବା ଫଟୋରେ ନ୍ୟାସା ବହୁତ ସୁନ୍ଦର ଦେଖାଯାଉଥିଲେ ।

ଏହା କହିବା ଭୁଲ ହେବ ନାହିଁ କି ବଢୁଥିବା ବୟସ ସହିତ ନ୍ୟାସାଙ୍କର ସୁନ୍ଦରତା ବି ବଢୁଛି । ସେ ଏକ ଚେକ ପ୍ରିଂଟ ବାଲା ଏକ ଶର୍ଟ ଡ୍ରେସ ପିନ୍ଧି ଥିଲେ । ଯେଉଁଥିରେ ସେ ବହୁତ ଗର୍ଜିୟସ ନଜର ଆସୁଥିଲେ । ପ୍ରଥମେ ସେ କ୍ୟାମେରା ସାମନାକୁ ଆସିବା ପାଇଁ ଡରୁ ଥିଲେ କିମ୍ବା କ୍ୟାମେରା ଦେଖି ନର୍ବସ ହୋଇ ଯାଉଥିଲେ କିନ୍ତୁ ଏଥର ସେହିଭଳି କିଛି ହୋଇ ନାହିଁ ।

ଖରାପ ଲୁକ ପାଇଁ ହୋଇସାରିଛନ୍ତି ଟ୍ରୋଲ

ଆପଣଙ୍କୁ କହିଦେଉଛୁ ଯେ ନ୍ୟାସା ଦେବଗନ ମିଡିୟାରେ କେତେ ଥର ନିଜର ଲୁକ ପାଇଁ ଟ୍ରୋଲ ହୋଇସାରିଛନ୍ତି । କମେଣ୍ଟ ଜରିଆରେ କିଛି ଲୋକ ତାଙ୍କୁ କାଜୋଲଙ୍କର ଝିଅ ନୁହେଁ ବୋଲି ମଧ୍ୟ କହିଛନ୍ତି ଏବଂ ତାଙ୍କର ତୁଳନା କାଜୋଲଙ୍କର ସୁନ୍ଦରତା ସହିତ କରିବାକୁ ଲାଗନ୍ତି । କିଛି ଲୋକ ତ ନ୍ୟାସାଙ୍କର ଶ୍ୟାମଳ ରଙ୍ଗର ମଧ୍ୟ ଥଟ୍ଟା କରିଥିଲେ ।

କେତେ ଥର ତ ଅଭିନେତ୍ରୀ କାଜୋଲ ନିଜେ ନିଜ ଝିଅର ସପୋର୍ଟ କରି ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି । ସମୟ ସହିତ ଲୋକମାନଙ୍କର ଫ୍ୟାସନ ସେନ୍ସ ବି ବଦଳିଥାଏ ଏବଂ ତାଙ୍କର ସୁନ୍ଦରତା ବି । ଏମିତିରେ କାହାକୁ ବି ଅଳ୍ପ ବୟସରେ ତାହାକୁ ଜଜ କରିବା ଭୁଲ ଅଟେ । ଏବଂ କାହାକୁ ବି ତାହାର ଲୁକ ପାଇଁ ଟ୍ରୋଲ କରିବା ଏକଦମ ଭୁଲ ଅଟେ । କିନ୍ତୁ ଆମକୁ ବିଶ୍ଵାସ ଅଛି ଆପଣଙ୍କୁ ନ୍ୟାସାଙ୍କର ଏହି ଲେଟେସ୍ଟ ଫଟୋ ନିଶ୍ଚିତ ପସନ୍ଦ ଆସିଥିବ ।