ହ୍ଵେଲ ମାଛର ବାନ୍ତି ଗରିବ ମାଛଧରାଳୀ କୁ ରାତାରାତି କରିଦେଲା କୋଟିପତି, ଲାଗିଲା ୧୧ କୋଟି ଟଙ୍କାର ଲଟେରୀ, ପୁରା ଘଟଣା ଜାଣିଲେ ବିଶ୍ଵାସ କରି ପାରିବେନି

ଏମିତି ତ ଧନୀ ହେବା ପାଇଁ କଠିନ ପରିଶ୍ରମ ଓ ଦକ୍ଷତାର ଆବଶ୍ୟକ ଅଟେ । କିନ୍ତୁ କେବେକେବେ ଭାଗ୍ୟ ମଧ୍ୟ ଆପଣଙ୍କୁ ଗୋଟିଏ ଝଟକାରେ ଧନୀ ବନେଇ ଦିଏ । କିଛି ଏହି ଭଳି ଘଟିଛି ୟେମେନର ଏକ ମାଛମରାଳୀ ସହ । ତାଙ୍କୁ ସମୁଦ୍ରରେ ପହଁରୁଥିବା ଏକ ଏପରି ସୁନା ମିଳିଲା ଯାହା ରାତାରାତି ତାଙ୍କ ଭାଗ୍ୟ ଚମକାଇ ଦେଲା ।

ଯୁଦ୍ଧଗ୍ରସ୍ତ ଦେଶ ୟେମେନର ଅଧିକତର ଲୋକ ପେଟ ପୋଷିବା ପାଇଁ ସମୁଦ୍ରରୁ ମାଛ ଧରନ୍ତି । ମାଛମରାଳି ଫୋରେସ ଅବଦୁଲହକୀମ ଓ ତାଙ୍କ ସାଙ୍ଗମାନେ ମିଶି ଗୋଟିଏ ଦିନ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । କିନ୍ତୁ ତାଙ୍କୁ ଏହି କଥାର କୌଣସି ଅନ୍ଦାଜ ମଧ୍ୟ ନ ଥିଲା କି ସେମାନଙ୍କ ହାତରେ କଳା ସୁନା ଲାଗିଯିବ । ମାଛମରାଳୀ ଅବଦୁଲହକୀମ କହିଛନ୍ତି କି, ଅଦନର ଦକ୍ଷିଣୀ ସହରର ତଟ ଠାରୁ ପ୍ରାୟ ୨୬ କିମି ଦୂରରେ ତାଙ୍କର ଆଖି ଗୋଟିଏ ମାରି ଯାଇଥିବା ହ୍ଵେଲ ମାଛ ଉପରେ ପଡିଥିଲା ।

ସେମାନେ ମିଶି ସେହି ମାଛକୁ କୂଳକୁ ଆଣିଲେ ଓ ତା ପେଟ ଚିରିବାକୁ ଲାଗିଲେ । ମାଛର ପେଟ ଭିତରେ ତାଙ୍କୁ ଭାସୁଥିବା ସୁନା ଅର୍ଥାତ ଏମ୍ବରଗ୍ରୀସ ( ହ୍ଵେଲର ବାନ୍ତି) ମିଳିଲା । ଏହାର ଓଜନ ୧୨୭ କେଜି ଥିଲା । ଏମ୍ବରଗ୍ରୀସ ହ୍ଵେଲର ପାଚନ ତନ୍ତ୍ରରେ ତିଆରି ହାଉଥିବା ଏକ ଦୁର୍ଲଭ ପଦାର୍ଥ ଅଟେ । ଇତର ତିଆରି କରିବାରେ ଏହି ପଦାର୍ଥର ବ୍ୟବହାର କରାଯାଏ । ତେବେ ଏହି ଏମ୍ବରଗ୍ରୀସର ମୂଲ୍ୟ ୧୧ କୋଟି ଟଙ୍କା ଠାରୁ ମଧ୍ୟ ଅଧିକ ବୋଲି କୁହାଯାଉଛି । ଦୁନିଆର ସବୁଠୁ ଗରିବ ଦେଶରେ ରହୁଥିବା ଅନେକ ଲୋକଙ୍କ ପାଇଁ ଏହି ରକମ ବହୁତ ଅଧିକ ଅଟେ ।

ଏହାର ମୂଲ୍ୟ ହାସିଲ କରିବା ପରେ ଏହାର କିଛି ଅଂଶ ଟଙ୍କା ସମୁଦାୟରେ ଥିବା ଗରିବ ଲୋକଙ୍କ ସହାୟତା ପାଇଁ ଦାନ କରି ଦିଆ ଗଲା ଓ ବାକି ରକମ ମାଛମରାଳୀଙ୍କ ମଧ୍ୟରେ ବାନ୍ତି ଦିଆଗଲା । ଅବଦୁଲହକୀମ କୁହନ୍ତି କି, ମାଛ ମାରି ପେଟ ପୋଷିବା ମୋ ଜୀବିକା ଅଟେ । ସବୁଦିନ ପରି ସେଦିନ ମଧ୍ୟ ମୁଁ ମାଛ ମାରିବାକୁ ଯାଇଥିଲି, କିନ୍ତୁ ସେଦିନ ସେହି କିଛି ମୂହୁର୍ତ୍ତ ଆମ ଭାଗ୍ୟ ବଦଳି ଦେଇଥିଲା । ସେହି ଏମ୍ବରଗ୍ରୀସକୁ ବିକ୍ରି କରି ଯେଉଁ ପଇସା ମିଳିଲା ସେଥିରେ କିଛି ମାଛମରାଳୀ ନୂଆ ନଉକା କିଣିଲେ ଟ ଆଉ କିଛି ନିଜ ପାଇଁ ଘର ବନାଇଲେ ।

ସେହି ହ୍ଵେଲ ମଧ୍ୟରୁ ମିଳିଥିବା ଏହି ଏମ୍ବରଗ୍ରୀସରେ ଗନ୍ଧ ନ ଥିବା ଆଲକୋହଲ ମିଳିଥାଏ । ପରଫ୍ଯୁମ ଇଣ୍ଡଷ୍ଟ୍ରିରେ ପରଫ୍ଯୁମର ଗନ୍ଧକୂ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବା ପାଇଁ ଏହାର ବ୍ୟବହାର ହୋଇଥାଏ । ଏହି ମୁଲ୍ଯବାନ ହ୍ଵେଲର ବାନ୍ତି ତଥା ଏମ୍ବରଗ୍ରୀସକୁ ବୈଜ୍ଞାନିକମାନେ ଭାସୁଥିବା ସୁନା ମଧ୍ୟ କୁହନ୍ତି । ଏହି ଘଟଣା ପୂର୍ବରୁ ନାରିସ ନାମକ ଏକ ମାଛମରାଳୀକୁ ମଧ୍ୟ ୧୦୦ କିଲୋର ଏକ ଏମ୍ବରଗ୍ରୀସ ମିଳିଥିଲା ।

ତାର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ଥିଲା । ଏବେ ପର୍ଯ୍ୟନ୍ତ ମିଳିଥିବା ଏମ୍ବରଗ୍ରୀସର ଏହା ସବୁଠୁ ବଡ ଖଣ୍ଡ ଅଟେ । ବୈଜ୍ଞାନିକଙ୍କ ମତରେ ହ୍ଵେଲ ମାଛର ବାନ୍ତିରେ ନିର୍ମିତ ଏହି ଦୁର୍ଲଭ ପଥର ଏକ ପ୍ରକାରର ଅବଶିଷ୍ଟ ଅଟେ । ଅଙ୍କେ ସମୟରେ ହ୍ଵେଲ ଏହାକୁ ହଜମ କରି ପାରେ ନାହିଁ ଓ ମୁହଁରେ ବାହାର କରିଦିଏ । ଏହା ଦେଖିବାକୁ କଳା ବା ମାଟିଆ ରଙ୍ଗର ହୋଇଥାଏ । ଏହା ମହମବତୀ ଭଳି ଜ୍ଵଳନଶୀଳ ପଦାର୍ଥ ଅଟେ । ସାମାନ୍ଯ ଭାବେ ଏହାର ଓଜନ ୧୫ ଗ୍ରାମରୁ ୫୦ କିଲୋ ପର୍ଯ୍ୟନ୍ତ ହୋଇଥାଏ ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।