ଆଜିର ରାଶିଫଳ, 27 ମାର୍ଚ୍ଚ 2021, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ସାମାଜିକ କ୍ଷେତ୍ରରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନରେ ସୁଖ ପ୍ରାପ୍ତି ହେବ । ଯଦି ଆପଣଙ୍କୁ ପଇସାର ଆବଶ୍ୟକତା ଅଛି ତେବେ ଆପଣ ନିଜ ସାଙ୍ଗଙ୍କ ଠାରୁ କରଜ ନେଇ ପାରିବେ । ଘରର ସମସ୍ୟା ଯୋଗୁ ଆପଣ ନିଜ କାମରେ ମନ ଲଗାଇପାରିବେ ନାହିଁ । ଆପଣଙ୍କ ଜୀବନରେ ସମସ୍ୟା ଦେଖାଯିବ । ଯଦି ଆପଣମାନେ ବିଦ୍ୟାର୍ଥି ଓ ପାଠ ପଢୁଥିବେ ତେବେ ଆପଣ ମାନଙ୍କର ପରିଶ୍ରମର ଫଳ ବିଳମ୍ବରେ ମିଳିବ । କୌଣସି କାମରେ ସକାରତ୍ମକ ପରିଣାମ ମିଳିବ ।

ବୃଷ ରାଶି : ଭବିଷ୍ୟତ କ୍ଷେତ୍ରରେ ପରିବର୍ତ୍ତନ ଆସିବ । କିଛି ନୂଆ ଲୋକଙ୍କ ସହ ଭେଟ ହୋଇପାରେ । ନିଜ ଚେଷ୍ଟାର ଫଳ ପାଇବା ପାଇଁ ନିଜ ଦକ୍ଷତାର ପରିଦର୍ଶନ କରିବାକୁ ପଡିବ । ଧନର ସଠିକ ଉପଯୋଗ କରିବା ଆପଣଙ୍କୁ ଜଣାଅଛି । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ ନ ହେଲେ ଅସୁବିଧାରେ ପଡିପାରନ୍ତି । ଆପଣ ଚିନ୍ତା କରିଥିବା କୌଣସି କାମ ପୁରା ହେବ । ଛାତ୍ରମାନଙ୍କର ଭବିଷ୍ୟତରେ ପରିବର୍ତ୍ତନ ଆସିବ । ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବା ଯାହା ଆପଣଙ୍କ ପାଇଁ ଭବିଷ୍ୟତରେ ସଫଳତା ଦେବ । ଧୀର ସ୍ଥିର ଭାବେ କାମ କଲେ ଭବିଷ୍ୟତରେ ସଫଳତା ପାଇପାରିବେ ।

ମିଥୁନ ରାଶି : ନିଜ ଚିନ୍ତାଧାରା ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣଙ୍କ ସମୟ ଭଲ ରହିବ । ସମାଜରେ ମାନ ସମାନ ବଢିବା ସହ ଆପଣ ଘର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ମିଳିବ । କୋଣସି ବ୍ୟକ୍ତି ଉପରେ ଅଧିକ ବିଶ୍ବାସ କରନ୍ତୁ ନାହିଁ । ଆପଣଙ୍କ ଜୀବନର ପରିବର୍ତ୍ତନ ଆପଣଙ୍କୁ ଆର୍ଥିକ ସ୍ଥିତିରେ ସୁଧାର ଆଣି ଦେବ । ସମୟ ଆପଣଙ୍କ ପାଇଁ ଶୁଭ ରହିବ । ଆବେଗରେ ଆସି କୋଣସି ନିସ୍ପତି ନିଅନ୍ତୁ ନାହି ।

କର୍କଟ ରାଶି : ଆପଣଙ୍କୁ କୌଣସି ଅନୁଭବି ଲୋକଙ୍କଠାରୁ ସାହାଯ୍ୟ ମିଳିପାରେ । ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବା ସହ ସମାଜର କଲ୍ୟାଣ ପାଇଁ ଦାନ ଧର୍ମ କରିବେ । ନିଜ କାମରେ ସଫଳତା ପାଇବେ । ଖାଇବା ପିଇବାର ପରିବର୍ତ୍ତନ ଯୋଗୁ ଆପଣଙ୍କ ସ୍ୱାସ୍ଥ୍ୟରେ ଭଲ ପ୍ରଭାବ ପଡିପାରେ । ପରିବାର ସହ କୌଣସି ଜାଗାକୁ ଯାତ୍ରା କରିପାରିବେ । ନିଜ କାମରେ ଧର୍ଯ୍ୟ ରଖି ଆଗକୁ ବଢିପାରିବେ । ଏହି ସମୟଟି ସେହି ଲୋକମଙ୍କ ପାଇଁ ବ୍ୟସ୍ତ ରହିବା ଯେଉଁମାନେ ଗ୍ରହଙ୍କ ଦ୍ଵାରା ପରାମର୍ଶ ନେଉଥିବେ । କୋଣସି କାମକୁ ଅଧାରୁ ଛାଡିବେ ନାହିଁ ।

ସିଂହ ରାଶି : ଆପଣ ନିଜ ଲକ୍ଷ ପୂରଣ କରିବା ପାଇଁ ନୂଆ ଯୋଜନା କରିବେ । ପାରିବାରିକ ସମସ୍ୟାର ସମାଧାନ ହେବ ଯାହାକୁ ଆପଣ ଶାନ୍ତିର ସହ ସମାଧାନ କରିପାରିବେ । ନିଜ କର୍ମ କ୍ଷେତ୍ରରେ ସଫଳତା ପାଇବେ । ନିଜ ସାଙ୍ଗସାଥି ଓ ସମ୍ପର୍କୀୟଙ୍କ ସହ ଭଲ ସମୟ କାଟିବ । କର୍ମ କ୍ଷେତ୍ରରେ ଆପଣଙ୍କ ସଫଳତାର ପ୍ରଶଂସା କରାଯିବ । ଆପଣଙ୍କ ସମସ୍ତ ଇଛା ପୂରଣ ହେବ । ନିଜ ଲକ୍ଷ ସ୍ଥଳରେ ପହଞ୍ଚି ସଫଳତା ପାଇବେ । ପରିବାର ଲୋକଙ୍କ ସହ ମତଭେଦ ସୃଷ୍ଟି ହେବା ସହ ଶଶୁର ଘର ଲୋକଙ୍କ ସହ ମଧ୍ୟ ମନାନ୍ତର ହେବ । ଏହି ମ୍ସମୟରେ ଶାନ୍ତିପୂର୍ଣା ଭାବେ ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

କନ୍ୟା ରାଶି : ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ବିବାହିକ ଜୀବନ ରେ ପ୍ରେମ ଓ ଭଲ ପାଇବା ରହିବା ଯୋଗୁ ଆପଣ କର୍ମ କ୍ଷେତ୍ରରେ ସଫଳତା ପାଇପାରିବେ । ବ୍ୟବସାୟରେ ଭଲ ଲାଭ ହେବା ଯୋଗୁ ଭବିଷ୍ୟତରେ ସଫଳତା ପାଇପାରିବେ । ଏହି ରାଶିରେ ଛାତ୍ରମାନଙ୍କୁ ଶିକ୍ଷଙ୍କର ମଧ୍ୟ ସହଯୋଗ ମିଳିବ । ଏହି ସମୟରେ ପଇସା କୁ ନ ଜଗିଲେ ଭବିଷ୍ୟତରେ ଅସୁବିଧାରେ ପଡିବେ । ଏହି ରାଶିରେ ଛାତ୍ରମାନନଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ । ପ୍ରିୟଜନଙ୍କ ସହ ଆନନ୍ଦରେ ସମୟ କଟିବ । ପିତାଙ୍କର ସହଯୋଗ ମିଳିବା ଦ୍ଵାରା ଆପଣ ସଫଳତା ପାଇପାରିବେ । କାରବାରକୁ ଆଗକୁ ବଢାଇବା ପାଇଁ ଏହି ସମୟଟି ଉପଯୁକ୍ତ ଅଟେ । ଯଦି ଆପଣ କୌଣସି କାନୁନି କାର୍ଯ୍ୟକୁ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ କିଛି ଦିନ ଅପେକ୍ଷା କରନ୍ତୁ ।

ତୁଳା ରାଶି : ଆପଣ ପାରିବାରିକ ସମସ୍ୟା ଯୋଗୁ ଚିନ୍ତିତ ରହିବ । ଛାତ୍ରମାନେ ଭଲ ପାଠ ପଢିବା ସହ ନିଜ ପରିଶ୍ରମର ଫଳ ପାଇପାରିବେ । କର୍ମ କ୍ଷେତ୍ରରେ ଭଲ ଲାଭ ମିଳିବ । କାହାକୁ କିଛି କହିବା ପୂର୍ବରୁ ନିଜ କଥା ଉପରେ ଧ୍ୟାନ ଦିଅନ୍ତୁ । ଆପଣ ଆପଣଙ୍କ ପ୍ରତିଭା ଯୋଗୁ ରୋଜଗାରର ନୂଆ ରାସ୍ତା ପାଇପାରିବେ । ସନ୍ତାନମାନଙ୍କର ପରିଶ୍ରମର ଫଳ ମିଳିବ । ଅଫିସରେ କାମ ଧୀର ସ୍ତିର ଭାବେ କରିବେ । ଆପଣଙ୍କ ଭାଇ ଭଉଣୀ ଆପଣଙ୍କୁ ଆର୍ଥିକ ସାହାଜ୍ଯ କରିବେ । ଚାକିରି କରିଥିବା ଲୋକମାନେ ଏହି ସମୟରେ ନିଜ କାମର ଭଲ ଭଲ ପ୍ରଦର୍ଶନ କରିବେ । ଆପଣଙ୍କ ଆତ୍ମବିଶ୍ବାସର ବିକାଶ ହେବ । ଯାହା ଫଳରେ ଆପଣଙ୍କ ସମୟଟି ଭଲ କଟିବ । ଯଦି ଆପଣ ଅଧିକ ଖୁସି ହୋଇ କାହାକୁ କିଛି କଥା କୁହନ୍ତି ତେବେ ନିଜ ପ୍ରିୟଜଣଙ୍କ ଠାରୁ ଦୂରେଇଯିବେ ।

ବିଛା ରାଶି : ଆପଣଙ୍କ ସାଙ୍ଗ ସାଥିଙ୍କ ସହ ଭଲ ସମ୍ଭନ୍ଧ ରହିବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଯାହା ଦ୍ଵାରା ଆପଣଙ୍କ ଜୀବନରେ ଆପଣଙ୍କୁ ଶାନ୍ତି ମିଳିବ । ପିଲାମାନେ ନିଜ ପାଠ ପଢାରେ ଧ୍ୟାନ ଦିଅନ୍ତୁ । ବିବାହିତ ଜୀବନରେ ସମସ୍ୟା ଦେଖାଯିବା ସହ ଆପଣଙ୍କ ଜୀବନ ସାଥିଙ୍କର ସ୍ୱାସ୍ଥ୍ୟ ବିଗିଡିପାରେ ସେଥି ପ୍ରତି ଧ୍ୟାନ ଦେବେ । କୌଣସି ଜରୁରୀ କାମରୁ ଆପଣଙ୍କୁ ଲାଭ ମିଳିବ । ଭାଇ ଭଉଣୀଙ୍କ ସହ ଭଲ ସମ୍ପର୍କ ରହିବ । କୌଣସି କାମରୁ ଲାଭ ମିଳିବ । କୌଣସି କାମ ବିଗିଡି ଯାଇଥିଲେ ତାହାର ସମାଧାନ ହେବ । ଏହି ସମୟରେ ନିଜ ଜୀବନସାଥିଙ୍କ ସହ ନିଜ ମନ କଥା ଖୋଲିକରି କୁହନ୍ତୁ । ନିଜ ସମ୍ପର୍କର ମତଭେଦକୁ ଦୂର କରିବାକୁ ଚେଷ୍ଟା କରନ୍ତୁ ।

ଧନୁ ରାଶି : ଅଫିସରେ ଉଚ ଅଧିକାରୀଙ୍କ ଠାରୁ ଲାଭ ମିଳିବ । ନିଜ ଧନ ସମ୍ପତିର ସରକ୍ଷଣ କରିପାରିବେ । ବ୍ୟବସାୟୀମାନେ ନିଜ କାମରେ ବ୍ୟସ୍ତ ରହିବା ଯୋଗୁ ଘର ଲୋକଙ୍କୁ ସମୟ ଦେଇପାରିବେ ନାହିଁ । ଛାତ୍ରମାନଙ୍କୁ ସ୍କୁଲରେ ନିଜ ଦକ୍ଷତା ପାଇଁ ପ୍ରଶଂସା ମିଳିପାରେ । ନୂଆ ସ୍ଥାନରୁ ଆସିଥିବା ଧାନ ଆପଣଙ୍କ କାମରେ ଲାଗିପରେ । ସରକାରୀ କ୍ଷେତ୍ରରେ ଉଚ ଅଧିକାରୀଙ୍କଠାରୁ ଲାଭ ମିଳିପାରେ । ନିଜ ଧାନର ସରକ୍ଷଣ କରିପାରିବେ । ନିଜ ଭାଇ ବାଉନିଙ୍କ ପାଇଁ ଏହି ସମୟଟି କଠିନ ହୋଇପାରେ ।

ମକର ରାଶି : ନିଜ ଚେଷ୍ଟା ଦ୍ଵାରା ଆପଣ ସଫଳତା ପାଇପାରିବେ । ସାଙ୍ଗ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ଘରର ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବା ସହ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । କୌଣସି ଝଗଡାରୁ ନିଜକୁ ଦୂରେଇ ରଖନ୍ତୁ । ଆର୍ଥିକ ସ୍ଥିତି ଆପଣଙ୍କର ସାମାନ୍ୟ ରହିବ । ପାରିବାରିକ ସ୍ଥିତି ସାମାନ୍ୟ ରହିବ । ନିଜ ଚେଷ୍ଟା ଦ୍ଵାରା ନିଜ ଉଦେଶ୍ୟକୁ ପୂରଣ କରିପାରିବେ ।

କୁମ୍ଭ ରାଶି : କର୍ମ କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟ କରୁଥିବା ଲୋକମାନେ କାହା ଉପରେ ବିଶ୍ବାସ କରିବେ ନାହିଁ । ଛାତ୍ରମାନଙ୍କର ପାଠ ପଢାରେ ସମସ୍ୟା ସୃଷ୍ଟି ହୋଇପାରେ ତେଣୁ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ଯଦି କୋର୍ଟରେ କୌଣସି ମାମଲା ଚାଲିଥାଏ ତେବେ ଏହି ସମୟଟି ଆପଣଙ୍କ ପାଇଁ ପ୍ରତିକୂଳ ରହିବ । ଆପଣଙ୍କ ସନ୍ତାନ ପାଇଁ କୋଣସି କ୍ଷେତ୍ରରୁ ଲାଭ ମିଳିବ ।

ମୀନ ରାଶି : ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଯାହା ଦ୍ଵାରା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ଆପଣ ନୂଆ ଜାଗା କିଣିବାର ନିଷ୍ପତି ନେଇପାରିବେ । ଅଫିସରେ ଆପଣ ବ୍ୟସ୍ତ ରହିବେ । ବ୍ୟବସାୟ କରୁଥିବା ଲୋକମାନେ କୌଣସି ଅନୁଭବି ମଣିଷଙ୍କ ଠାରୁ ପରାମର୍ଶ ନିଅନ୍ତୁ । ପାରିବାରିକ ଜୀବନରେ ସମସ୍ୟା ଦେଖାଯିବ । ଛାତ୍ରମାନେ ନିଜ ପାଠ ପଢାରେ ଆଗକୁ ବଢି ପାରିବେ । ସମାଜର ଲୋକଙ୍କ ସହ ନିଜ ମନ କଥାକୁ ପରିପ୍ରକାଶ କରିବା ଦ୍ଵାରା କିଛି ଲୋକଙ୍କ ଉପରେ ପ୍ରଭାବ ପଡିପାରେ । କାରବାରକୁ ବଢାଇବାକୁ ଚାହୁଁ ଥିଲେ ଏହି ସମୟଟି ଆପଣଙ୍କ ପାଇଁ ଅନୁକୂଳ ନୁହେଁ । ଏହି ସବୁ କାରଣରୁ ଆପଣଙ୍କ ସ୍ଵଭାବ ଓ ବଚନ ଉପରେ ପ୍ରଭାବ ପଡିପାରେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।  ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।